ସୁବର୍ଣ୍ଣପୁର ରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର - (ଆର୍ତ୍ତତ୍ରାଣ ମହାପାତ୍ର) ତା 11.01.24: ସୁବର୍ଣ୍ଣପୁର ଜିଲ୍ଳା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି l ଚଳିତ ବର୍ଷ ସୁବର୍ଣ୍ଣପୁର ରାମେଶ୍ଵର ଷ୍ଟାଡିୟମ୍ ଠାରେ ନିମନ୍ତ୍ରିତ ଅତିଥିଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳନ କରାଯିବ l ଉକ୍ତଦିନ ପ୍ରାତଃ ସମୟରେ ସହରରେ ରାମଧୁନ ପ୍ରଚାର କରାଯିବ l ସକାଳ ଘ0୬-30 ଣ୍ଟା ସମୟରେ ସହର ର ବିଭିନ୍ନ ଛକରେ ଓ କାର୍ଯ୍ୟାଳୟ ରେ ଅବସ୍ଥାପିତ ମହାପୁରୁଷ ତଥା ବରପୁତ୍ର ଙ୍କ ପ୍ରତିମୂର୍ତ୍ତି ରେ ବରିଷ୍ଠ ଅଧିକାରୀ ଙ୍କ ଦ୍ୱାରା ପୁଷ୍ପମାଲ୍ୟାର୍ପଣ କରାଯିବ l ସକାଳ ଘଂ0୭-୩0 ମି ସମୟରେ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯିବ l ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥିଙ୍କ ଦ୍ୱାରା ପୂର୍ବାହ୍ନ ଘଂ08-30 ମିନିଟ ସମୟରେ ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ କରାଯିବ l ଚଳିତ ବର୍ଷ ପୋଲିସ ବ୍ୟାଣ୍ଡ ଓ ପୋଲିସ ପ୍ୟାରେଡ଼ ଦଳ ସହ 37 ଟି ଦଳ ଅଂଶ ଗ୍ରହଣ କରିବେ lପ୍ୟାରେଡ଼ ପଡିଆରେ ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ର ତିନୋଟି ଦଳ ସୁନ୍ଦର ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ l ବିଭିନ୍ନ ବିଭାଗ ପ୍ରଜ୍ଞାପନ ମେଢ଼ ମାଧ୍ୟମରେ ନିଜ ବିଭାଗର ସଫଳତା ପ୍ରଦର୍ଶନ କରିବେ l ସେହିପରି ବିଭିନ୍ନ ବିଭାଗର କର୍ମଚାରୀ ତଥା ସଂସ୍ଥା ମାନଙ୍କୁ ସେମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ନିମନ୍ତେ ପୁରସ୍କୃତ କରାଯିବ l ସେମାନଂକୁ ସମ୍ପୃକ୍ତ ବିଭାଗୀୟ ଜିଲ୍ଲା ଅଧିକାରୀ ମନୋନୀତ କରିବେ I ଅପରାହ୍ନରେ ରୟାଲ୍ ପଡିଆ ରେ ପ୍ରଶାସନ ବନାମ୍ ନଗରପାଳ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହେବ l ସନ୍ଧ୍ୟା 06 ଘଣ୍ଟା ସମୟରେ ନୂତନ ଟାଉନ ହଲ ଠାରେ ପୁରସ୍କାର ବିତରଣ ଓ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l
ଜିଲ୍ଲା ସ୍ତରୀୟ ଉତ୍ସବ ପରି ଜିଲ୍ଲାର ଉପଖଣ୍ଡ ସ୍ତରରେ,ବ୍ଲକ ସ୍ତରରେ ତଥା ପଞ୍ଚାୟତ ସ୍ତରରେ ମଧ୍ୟ ସମାରୋହ ଅନୁଷ୍ଠିତ ହେବ l ଉତ୍ସବ ପରିପ୍ରେକ୍ଷୀରେ ଜିଲ୍ଳା ଶିକ୍ଷା ଅଧିକାରୀଙ୍କ ତତ୍ୱାବଧାନରେ ଉଚ୍ଚବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ,ଜାତୀୟତା ବୋଧକ ସଙ୍ଗୀତ ଆବୃତ୍ତି, ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ l ସେହିପରି ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅଧ୍ୟକ୍ଷ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ କରାଯିବା ନିମନ୍ତେ ବୈଠକରେ ନିଷ୍ପତି ନିଆଯାଇଛି l
ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟନାରାୟଣ ଦାଶ, ଅଞ୍ଜଲିନା ପଧାନ, ପି ଡି ଡୁ ଡା ବିଶ୍ୱନାଥ ବାରିକ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବୀରେନ୍ଦ୍ର ନାୟକ,ସିଡିଓ ତଥା ଇ ଓ ଜିଲ୍ଲାପରିଷଦ ଅଶ୍ବିନୀ କୁମାର ମେହେର , ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ତଥା ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ, ସହର ର ବିଶିଷ୍ଟ ବ୍ୟକ୍ତି ବିଶେଷ, ବରିଷ୍ଠ ନାଗରିକ,ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ, ଅଧ୍ୟକ୍ଷ /ଅଧ୍ୟକ୍ଷା,ବିଭିନ୍ନ ସାଂସ୍କୃତିକ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା , ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦାନ କରିଥିଲେ l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ବିବରଣୀ ପାଠ କରିବା ସହିତ ସଭା ପରିଚାଳନା କରିଥିଲେ l

0
0
0
s2sdefault