ପୁରୀ (ଅନିମେଶ ପଟ୍ଟନାୟକ): ଶ୍ରୀମନ୍ଦିରରେ ପୁଣି ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଶ୍ରୀମନ୍ଦିର ଭିତରେ ଜଣେ ବିଦେଶୀନିକୁ ଚିହ୍ନଟ କରିଥିଲେ କିଛି ସେବାୟତ । ସାତ ପାହଚ ପାଖରେ ବୁଲୁଥିବା ବେଳେ ସେବାୟତଙ୍କ ନଜରକୁ ଆସିଥିଲେ । ପରିଚୟ ପଚରାଯିବା ପରେ ସେ ଜଣେ ବିଦେଶୀନି ବୋଲି ଜଣାପଡ଼ିଥିଲା । ତେବେ ସେବାୟତମାନେ ସଙ୍ଗେ ସଙ୍ଗେ ତାଙ୍କୁ ଶ୍ରୀମନ୍ଦିର ବାହାରେ ଆଣି ଛାଡ଼ିଦେଇଥିଲେ ।
ସେପଟେ ଏପରି ଘଟଣା ବାରମ୍ବାର ଘଟୁଥିବା ବେଳେ, ସୁରକ୍ଷାକୁ ନେଇ ପ୍ରଶ୍ନ କରିଛନ୍ତି ପୁରୀବାସୀ । ଏତେ କଡ଼ା ସୁରକ୍ଷା ଭେଦି ବିଦେଶୀନି ଜଣକ ସାତ ପାହଚ ଯାଏଁ ଗଲେ କିପରି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।







