ହେଡଲାଇନସ୍:

କନ୍ଧମାଳରେ ତିତିଲିରେ କ୍ଷୟକ୍ଷତିର ସମୀକ୍ଷା କଲେ ଦୁଇ ମନ୍ତ୍ରୀ: ପୁନଃନିର୍ମାଣ ଓ ମରାମତି କାମ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଫୁଲବାଣୀ(ଗଗନ କୁମାର ପ୍ରଧାନ) ଅର୍ଥ ଓ ଅବକାରୀ ମନ୍ତ୍ରୀ ଶ୍ରୀ ଶଶିଭୁଷଣ ବେହେରା ଏବଂ ଅନୁସୂଚୀତ ଜାତି ଓ ଜନଜାତି,ସଂଖ୍ୟାଲଘୁ ଓ ଅନଗ୍ରସର ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଦିନିକିଆ କନ୍ଧମାଳ ଗ୍ରସ୍ତରେ ଆସି ତିତଲୀ ବାତ୍ୟା ପ୍ରଭାବିତ ମନ୍ତ୍ରୀ ଟିକାବାଲି ବ୍ଲକ ଅନ୍ତର୍ଗତ ପିକରଡ଼ି ପଂଚାୟତର ରୁଡ଼ାବିଡ଼ିଙ୍ଗିଆ ଏବଂ କଇଁଝର ପଂଚାୟତର ଜିଗିନାଗାଁ ଗ୍ରାମ ପରିଦର୍ଶନ କରିଛନ୍ତି । ରୁଡ଼ାବିଡ଼ିଙ୍ଗିଆରେ ଖୋଲାଯାଇଥିବା ଆଶ୍ରୟ କେନ୍ଦ୍ରରେ ପ୍ରାୟ ୫ ଶହ ଜଣ କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କ ସହିତ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲେ ଏବଂ କ୍ଷୟକ୍ଷତିର ଆକଳନ କରିଥିଲେ । ଏହି ପରିଦର୍ଶନ ସମୟରେ ମନ୍ତ୍ରୀଦ୍ୱୟଙ୍କ ସହିତ ଫୁଲବାଣୀ ବିଧାୟକ ଶ୍ରୀ ଦୁଗୁନି କହଁର, ବାଲିଗୁଡ଼ା ବିଧାୟକ ଶ୍ରୀ ରାଜୀବ ପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଆକାଂକ୍ଷା ପ୍ରଧାନ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ରୋଦନ ମଲ୍ଲିକ, କନ୍ଧମାଳ ସାଂସଦ ପ୍ରତିନିଧି ଶ୍ରୀ ସରୋଜ କର୍ଣ୍ଣ, ପଂଚାୟତ ସମିତି ଅଧ୍ୟକ୍ଷା, ସ୍ଥାନୀୟ ସରପଂଚଞ୍ଚ ଏବଂ ସମସ୍ତ ଜନ ପ୍ରତିନିଧି ଉପସ୍ଥିତ ଥିଲେ । ଦିବା ୪ଟାବେଳେ କନ୍ଧମାଳ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ତିତ୍ଲି ବାତ୍ୟା ଜନିତ କ୍ଷୟକ୍ଷତିର ବିଭାଗୱାରୀ ସମୀକ୍ଷା କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବସନ୍ତ କୁମାର ସାହୁ ପ୍ରାରମ୍ଭିକ ସୂଚନା ଦେଇ ଜିଲ୍ଲାର ୧୭୧ ଟି ଗ୍ରାମ ପଂଚାୟତରୁ ୮୨ ଟି ଗ୍ରାମ ପଂଚାୟତ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ଦେଇଥିଲେ । ଏ' ପର୍ଯ୍ୟନ୍ତ ପ୍ରାପ୍ତ ରିପୋର୍ଟ ଅନୁଯାୟୀ ପ୍ରାୟ ୫ ଶହଟି ଘର କ୍ଷତିଗ୍ରସ୍ତ ହୋଇଛି ଏବଂ ୨ ଜଣ ବ୍ୟକ୍ତିଙ୍କର ମୃତୁ୍ୟ ଘଟିଛି । ଯୁଦ୍ଧକାଳୀନ ଭିତିରେ କ୍ଷୟକ୍ଷତି ଆକଳନ କରଯାଇ ସ୍ଥିତିକୁ ସ୍ୱାଭାବିକ ଅବସ୍ଥାକୁ ଆଣିବା ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ମନ୍ତ୍ରୀ ଶ୍ରୀଯୁକ୍ତ ମାଝୀ ପ୍ରକାଶ କରିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହି ଜିଲ୍ଲା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ରହିଛି ଏବଂ ସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ସମସ୍ତ ସ୍ତରରେ ଉଦ୍ୟମ କରାଯାଉଛି । ଅର୍ଥ ଓ ଅବକାରୀ ମନ୍ତ୍ରୀ ଶ୍ରୀ ଶଶି ଭୂଷଣ ବେହେରା ଜିଲ୍ଲାର ସାଧାରଣ ବୃଷ୍ଟିପାତ ୨୩୮ ମିଲିମିଟର ଥିବା ତିତଲୀ ପ୍ରଭାବିତ ଯୋଗୁଁ ୩୫୦ ମିଲିମିଟର ହୋଇଥିବାରୁ ଭୂସ୍ଖଳନ ଘଟି ଧନ ଜୀବନ ହାନି ହୋଇଥିବାର ପ୍ରକାଶ କରିଥିଲେ । ତେବେ ଜିଲ୍ଲା ପ୍ରଶାସନ ଯେଉଁଭଳି ଦକ୍ଷତାର ସହିତ ପରିସ୍ଥିତିର ମୁକାବିଲା କରିଥିଲେ ତାକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି । କ୍ଷତିଗ୍ରସ୍ତ ହୋଇଥିବା ପୋଲ ଗୁଡ଼ିକର ତୁରନ୍ତ ମରାମତି କରି ଯୋଗାଯୋଗ ବ୍ୟବସ୍ଥା ଉନ୍ନତି କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । କ୍ଷତିଗ୍ରସ୍ତ ରାସ୍ତା ଗୁଡ଼ିକର ତୁରନ୍ତ ମରାମତି ପାଇଁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ମୁଖ୍ୟତଃ କ୍ଷତିଗ୍ରସ୍ତ ଅଂଚଳରେ ଜନସାଧାରଣଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା କିଭଳି ନଉପୁଜେ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ଏବଂ ଜଳଯୋଗାଣ ଓ ପରିମଳ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । କ୍ଷୟକ୍ଷତି ଆକଳନ ଅନୁଯାୟୀ ପୂର୍ତ ବିଭାଗର ୬ ଟି ରାସ୍ତା, ଗ୍ରାମ୍ୟ ଉନ୍ନୟନ ବିଭାଗର ୧୧ ଟି ରାସ୍ତା ଓ ୪ ଟି ପୋଲ, ବିଦ୍ୟୁତ ବିଭାଗର ୬୦ ଟି ଟ୍ରାନ୍ସଫର୍ମର, କୃଷି ବିଭାଗର ଶତକଡ଼ା ୩୦ ଭାଗରୁ ଅର୍ଥାତ ୪ ହଜାର ୫ ଶହ ୭୫ ହେକ୍ଟର ଧାନ ଚାଷ, ୧୦ ହଜାର ୮ ଶହ ୫୦ ହେକ୍ଟର ଅନ୍ୟାନ୍ୟ ଚାଷ, ଉଦ୍ୟାନ ବିଭାଗର ୧୭ ଶହ ହେକ୍ଟର ପରିବା ଚାଷ, ଉଠା ଜଳସେଚନ ବିଭାଗର ୬୩ ଟି ଲିଫ୍ଟ ପଏଣ୍ଟଣ୍ଟ, କ୍ଷୁଦ୍ର ଜଳସେଚନ ବିଭାଗର ୧୧ ଟି ପ୍ରକଳ୍ପ, ଜଳଛାୟା ପ୍ରକଳ୍ପର ୮୭ ହେକ୍ଟର କଫି ଚାଷ, ଅନୁସୂଚୀତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ୩ ଟି ବିଦ୍ୟାଳୟ ପାଚେରୀ, ପ୍ରାଣୀଧନ ବିଭାଗର ୧୭ ଗାଇ ଓ ୨୦ ଟି ଛେଳି ନଷ୍ଟ ହୋଇଥିବା ସୂଚନା ଦିଆଯାଇଥିଲା । ତେବେ କ୍ଷୟକ୍ଷତିର ସର୍ଭେ କାର୍ଯ୍ୟ ତୁରନ୍ତ ଶେଷ କରି ସରକାରଙ୍କୁ ଚୂଡ଼ାନ୍ତ ରିପୋର୍ଟ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ମନ୍ତ୍ରୀ ନିଦେ୍ର୍ଧଶ ଦେଇଥିଲେ । ସ୍ୱଳ୍ପ ସମୟ ଭିତରେ ଜିଲ୍ଲାର ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ଏବଂ କ୍ଷତିଗ୍ରସ୍ତ ଜନସାଧାରଣଙ୍କୁ କ୍ଷୟକ୍ଷତି ରାଶି ତୁନ୍ତ ଆବଣ୍ଟନ କରିବା ସେ ନିର୍ଦ୍ଦେଶ ଦେଇଥିଲେ । କୃଷକ ମାନଙ୍କର କ୍ଷୟକ୍ଷତିର ସଠିକ ଅନୁଧ୍ୟାନ କରି ସେମାନଙ୍କୁ କୃଷି ସହାୟତା ରାଶି ସହିତ କିଟ୍ ପ୍ରଦାନ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ଶ୍ରୀ ଦୁଗୁନି କହଁର, ବାଲିଗୁଡ଼ା ବିଧାୟକ ଶ୍ରୀ ରାଜୀବ ପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଆକାଂକ୍ଷା ପ୍ରଧାନ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ରୋଦନ ମଲ୍ଲିକ, କନ୍ଧମାଳ ସାଂସଦ ପ୍ରତିନିଧି ଶ୍ରୀ ସରୋଜ କର୍ଣ୍ଣ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ଶ୍ରୀ ବିଶ୍ୱନାଥ ବାରିକ, ଫୁଲବାଣୀ ଉପ-ଜିଲ୍ଲାପାଳ ଶ୍ରୀ ନିମାଇଁ ଚରଣ ସୁତାର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଉଦ୍ୟାନ କୃଷି ଉପ-ନିଦେ୍ର୍ଧଶକ ଶ୍ରୀ ମନୋଜ କୁମାର ଦାସ, କୃଷି ଉପ-ନିଦେ୍ର୍ଧଶକ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ପ୍ରଦୁ୍ୟମ୍ନ କୁମାର ମଣ୍ଡଳ, ଜିଲ୍ଲା ମଙ୍ଗଳ ଅଧିକାରୀ ଚାରୁଲତା ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବି. ଭୁଜଙ୍ଗ ରାଓଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ପରିଶେଷରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ବୀରେନ୍ଦ୍ର କୁମାର ଦାସ ଧନ୍ୟବାଦ ଦେଇଥିଲେ ।

0
0
0
s2sdefault