ଗାଇସିଲାଟ/ମନ ଡନସନା - ବରଗଡ ଜିଲ୍ଲା ଗାଇସିଲାଟ ବ୍ଲକର ବିଭିନ୍ନ ମଣ୍ଡିରେ ଅବ୍ୟବସ୍ଥା ଦେଖିବାକୁ ମିଳୁଛି ।ନଗ୍ନ ସତ୍ୟ ଏହାଯେ କଟନି ଛଟନି ଖୁଲେଆମ ଚାଲୁଛି । ମଣ୍ଡିର ଚିତ୍ର ଯାହା କହୁଛି କେମିତି ଚାଲିଛି ବ୍ୟବସ୍ଥା ଓ କିଭଳି ବ୍ୟବସ୍ଥାରେ ଭାଗ୍ୟ ଆଦରି ପଡିରହିଛି ଚାଷି ।ଖୁଲେଆମ ୩ କେଜି କଟିଂ ଚାଲିଥିବାର ଅଭିଯୋଗ ହେଉଛି । କିନ୍ତୁ ଭୟରେ ମୁହଁ ଖୋଳୁ ନାହାନ୍ତି । ମଣ୍ଡି କେମିତି ଚାଲୁଛି . ତାହା ସମସ୍ତେ ସବୁ ଜାଣିଛନ୍ତି । କିନ୍ତୁ ନ ଯାଣିବାର ଅଭିନୟ କରୁଛନ୍ତି । ଆଜି କଟାବାହାଲ ସେବାସମବାୟ ସମିତିର ତାଲପାଲି ଧାନ ମଣ୍ଡିରେ ଦେଖିବାକୁ ମିଳିଛି ଅଭାବନିୟ ଦୃଶ୍ୟ ।ଧାନ ମଣ୍ଡିର ସୂଚନା ଫଳକ କହୁଛି ୧୭ .୧୨.୨୦୨୩ରୁ ଏଠି ଧାନ ପଡିନି କି ଧାନ ଉଠିନି । ଆଜି ଯାଏ ଅଫଡେଟ କରାଯାଇନି । ଏହା କହୁଛି ଭିନ୍ନ ଏକ ସତ । ଅଧିକାରି ଭିଜିଟ କରୁଥିଲେ ଏମିତି ହେଉନ ଥାନ୍ତା । ଏ ସବୁ ତାଂକ ନଜରକୁ ଆସନ୍ତା ଓ ସେ ତାଗିଦ ବି କରନ୍ତେ । ଆଜି ୫ ମ ଦିନରେ ବି ଦେଖିବାକୁ ମିଳୁନି ଡିସପ୍ଲେ ବୋର୍ଡ । ସତେ ଯେମିତି ଦଲାଲ . ମିଲର୍ସ ଏଜେଣ୍ଟ ଓ ଅସାଧୂ କର୍ମଚାରିଙ୍କ ମିଲିଭଗତରେ ଅନ୍ନଦାତାର ଭାଗ୍ୟକୁ ଟେକି ଦେଇଛି ପ୍ରସାଶନ । ଏହାହିଁ ଅନୈତିକ କାମର ରାସ୍ତାକୁ ପ୍ରଚ୍ଛନ୍ନ ଭାବରେ ପରିସ୍କାର କରିଛି ଓ ପ୍ରଶ୍ରୟ ବି ଦେଉଛି ।ଆଉ ଭାଗ୍ୟକୁ ଆଦରି ଯେଉଁ କିଛି ହାତ ଗଣତି ଚାଷି ସିଧାସଳଖ ଧାନ ବିକୁଛନ୍ତି ଅନୈତିକତାର ଶିକାର ହେଉଛନ୍ତି । ଦେଖାଯାଉ କେବେ ସୁଧୁରୁଛି ବ୍ୟବସ୍ଥା ।
ରାଜ୍ୟ
ଗାଇସିଲାଟ ବ୍ଲକରେ ଦଲାଲ କବ୍ଜାରେ ଧାନ ମଣ୍ଡି ବେଖାତିର କର୍ମଚାରି
- Hits: 326







