ଭଞ୍ଜନଗରରୁ ଉଦୟନାଥ ପଣ୍ଡା : ସରକାରୀ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ, ଗଞ୍ଜାମଜିଲ୍ଲା ଭଞ୍ଜନଗର ଠାରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ, ଗଞ୍ଜାମ ଜିଲ୍ଲା ସ୍ତରୀୟ ଶିଶୁଉତ୍ସବ ସଭାପତି ସନ୍ତୋଷ ଜେନାଙ୍କ ସଭାପତିତ୍ୱରେ ଉଦଯାପିତ ହୋଇଯାଇଛି l ୨୧/୨୨ ଡିସେମ୍ବର ୨୦୨୩ ଗୁରୁବାର ଠାରୁ ଶୁକ୍ରବାର ଦୁଇଦିନ ଧରି ଚାଲିଥିଲା । ଉକ୍ତ ଉତ୍ସବର ପ୍ରଥମ ଦିନରେ ବିଶିଷ୍ଟ ଅତିଥି ରୂପେ ଭଞ୍ଜନଗର ଏନ୍.ଏ.ସି ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର, ବିଶିଷ୍ଟ ଗୋଷ୍ଟି ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଏସ୍ ଧନଞ୍ଜୟ , ଓ ସମ୍ନାନନୀୟ ଅତିଥି ରୂପେ ଶ୍ରୀଯୁକ୍ତ ଜିତେନ୍ଦ୍ର କେଶରୀ ଆରୁଖ ଓ ଅନ୍ୟ କିଛି ବିଶିଷ୍ଟ ଅତିଥି ଯୋଗଦାନ କରି କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ। ସେହି କାର୍ଯ୍ୟକ୍ରମ ର ଆଜି ୨୨ ଡିସେମ୍ବର ୨୦୨୩ ଶୁକ୍ରବାର ଅପରାହ୍ନରେ ଉଦଯାପନ ହୋଇଛି। ଆଜିର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ପ୍ରଫେସର କୃତିବାସ ବିଶ୍ୱାଳ, ମୁଖ୍ୟବକ୍ତା ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ମୁଖ୍ୟଉପଦେଷ୍ଟା ଜଗବନ୍ଧୁ ଜେନା, ଅନୁପମ ବାନାର୍ଜୀ, ଶୂଳପାଣି ଶତପଥି, ଅମର ବିଳାସ ବେହେରା, ଉମାକାନ୍ତ ନାହାକ,ବିଜୟ କୁମାର ମହାରଣା ହିମାଂଶୁ କୁମାର ପଟ୍ଟନାୟକ,ଭିକାରି ଚରଣ ଗୌଡ଼, ହିମାଂଶୁ କୁମାର ନନ୍ଦ, ପିତାମ୍ବର ପାଢ଼ୀ, ଦିଲ୍ଲୀପ କୁମାର ପ୍ରଧାନ ଯୋଗଦେଇ ଏହାର ଉଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ କହିଥିଲେ l ସମ୍ପାଦକ ବିଜୟ କୁମାର ବେହେରା ବିବରଣୀ ପାଠ କରିଥିବାବେଳେ ମୁଖ୍ୟଅତିଥି ଶ୍ରୀଯୁକ୍ତ ବିଶ୍ୱାଳ ଓଷ୍ଟl ଇତିହାସ ଓ ସାଙ୍ଗଠନିକ ସ୍ଥିତିକୁ ପ୍ରଶଂସା କରିଥିଲେ l ସକାଳ ନଅ ଟାରେ ୪୦୦ ସହ ପ୍ରତିଯୋଗୀ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶୁଭେନ୍ଦୁ ରଞ୍ଜନ ରାୟ ଙ୍କ ନେତୃତ୍ୱରେ ସଡ଼କ ସୁରକ୍ଷା, ଜୀବନ ରକ୍ଷା ନାରl ଦେଇ ନଗର ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଭଞ୍ଜନଗର ସହରର ଅତିରିକ୍ତ ଆରକ୍ଷୀ ଅଧିକାରୀ ସବୁଜ ପତାକା ଦେଖାଇ ଉଦଘାଟନ କରି ନଗର ପରିକ୍ରମା କରିଥିଲେ। ଏଥିରେ ଦର୍ଶନୀୟ ସ୍ଥାନ ବେଲେଶ୍ୱର ଶିବମନ୍ଦିର, ବିଜୁ ପଟ୍ଟନାୟକ ପାର୍କ, ସାଇ ମନ୍ଦିର ବୁଲି ଦେଖିଥିଲେ l ବି.ଡେ.କା ତରଫରୁ ଶ୍ରୀ ସନ୍ତୋଷ କୁମାର ଗୌଡ଼ଙ୍କ ତତ୍ଵାବଧାନରେ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ମାନଙ୍କୁ ଜଳଯୋଗ ପ୍ରଦାନ କରିଥିଲେ l ବାଇଶି ବ୍ଲକ ଓ ବ୍ରହ୍ମପୁର ପୌରପରିଷଦ ରୁ ଆସିଥିବା ପ୍ରତିଯୋଗୀ ମଧ୍ୟରୁ ୧୦ଟି ବିଭାଗ ରୁ ପ୍ରଥମ ୧୦ ଜଣଙ୍କୁ ରାଜ୍ୟ ଶିଶୁ ଉତ୍ସବ ରେ ଭାଗ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପ୍ରଶଂସା ପତ୍ର ସହ ପୁରସ୍କୃତ କରିଥିଲେ l ଶେଷରେ ଯୁଗ୍ମ ସମ୍ପାଦକ ପିତାମ୍ବର ପାଢ଼ୀ ଧନ୍ୟବାଦ ପ୍ରଦାନ କରିଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ବ୍ଲକ ସମ୍ପାଦକ ଗୌରୀନନ୍ଦନ ହୋତ୍ତା, ସଭାପତି ଦିଲ୍ଲୀପ କୁମାର ସ୍ୱାଇଁ, ପ୍ରଧାନଶିକ୍ଷକ କୁମୁଦ ଚନ୍ଦ୍ର ବଡ଼ତ୍ୟା, ଦିବାକର ପାତ୍ର, ବିପଦ ର ବନ୍ଧୁ ସଂଗଠନ ପ୍ରମୁଖ ପରିଚାଳନା କରିଥିଲେ l
ରାଜ୍ୟ
ଓଷ୍ଟା ତରଫରୁ ଭଞ୍ଜନଗର ରେ ଗଞ୍ଜାମ୍ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ଉଦଯାପିତ
- Hits: 419







