ହେଡଲାଇନସ୍:

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ : ପୁଣି ଉପକୃତ ହେଲେ ୭୨୧ ହିତାଧିକାରୀ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼ :- ରାଜ୍ୟ ସରକାରଙ୍କ ଯୋଜନା ମଧ୍ୟରୁ ନିର୍ମାଣ ଶ୍ରମିକ କଲ୍ଯାଣ ଯୋଜନା ଅନ୍ୟତମ l ଲଗାତାର ଭାବରେ ରାଜ୍ୟ ସରକାର ନିର୍ମାଣ ଶ୍ରମିକ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଆସୁଛନ୍ତି l ଆଜି ସୋହେଲା ହଳଦୀପାଲି ଠାରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ତଥା ଓଡ଼ିଶା କୋଠା ବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ରେ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଥିଲା । ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ ଯୋଗଦେଇ ଆଜି ୭୨୧ ଜଣ ହିତାଧିକାରୀଙ୍କୁ ୪ କୋଟି ୬୨ ଲକ୍ଷ ୯୭ ହଜାର ୨୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ବରଗଡ଼ ଜିଲ୍ଲାର ହିତାଧିକାରୀମାନଙ୍କ ପାଇଁ ଆୟୋଜିତ ଏହି ମେଗା କେମ୍ପ ରେ ସୋହେଲା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବି ପଧାନ, ଜିଲ୍ଲା ପରିଷଦ ଶ୍ରୀମତୀ ରୋଜି ନାଏକ, ସୋହେଲା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁବ୍ରତ କୁମାର ବେହେରା, ଭଟଲି ବ୍ଲକ ବିଜେଡ଼ି ସଭାପତି ଶ୍ରୀ ଗୋବିନ୍ଦ ପ୍ରଧାନ,ଜିଲ୍ଲା ଶ୍ରମ ଅଧିକାରୀ ମାନ ଭଞ୍ଜନ ପଧାନ ପ୍ରମୁଖ ଯୋଗ ଦେଇଥିଲେ।

0
0
0
s2sdefault