ପଦ୍ମପୁର - ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ର ସାମାଜିକ କାର୍ଯ୍ୟକଳାପ ମଧ୍ୟରୁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ନିକଟସ୍ଥ କନ ସିଂହା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଭିଭାବକ ଶ୍ରୀ ରବୀନ୍ଦ୍ର ଦାସ ଓ ଶ୍ରୀମତୀ ପଙ୍କଜିନି ଦାସ ଙ୍କ ସମେତ ଅନେକ ଅଭିଭାବକ ଓ ବହୁ ସଂଖ୍ୟାରେ ଜନସାଧରଣ ଯୋଗଦେଇ ଥିଲେ। ଏହି ଅବସରରେ ଏକ କ୍ଷୁଦ୍ର ଏକାଙ୍କିକା" ଯୌତୁକ ସମାଜର ଏକ କଳଙ୍କ " ଅଧ୍ୟାପକ ଶ୍ରୀ ଧୀରେନ୍ଦ୍ର ବର୍ଗେ ଙ୍କ ରଚନା ଓ ନିର୍ଦ୍ଦେଶନା ରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା। ଏଥିରେ ସହଯୋଗ କରିଥିଲେ ସୁଶ୍ରୀ କାଦମ୍ବିନୀ ପାଣିଗ୍ରାହୀ, ସୁଶ୍ରୀ ପଦ୍ମିନୀ ପ୍ରଧାନ, ଶ୍ରୀ ଅନୀଲ ପୁରୋହିତ, ଶ୍ରୀ ବୀରେନ୍ଦ୍ର ମେହେର, ସୁଶ୍ରୀ ଗୀତା ପୁରୋହିତ ଓ ଶ୍ରୀ ଚୂଡ଼ାମଣି ବେହେରା। ଏହି କାର୍ଯ୍ୟକ୍ରମ ସାମାଜିକ କାର୍ଯ୍ୟର ନୋଡାଲ ଅଫିସର ସୁଶ୍ରୀ ସଂଗୀତା ଗୌନ୍ତିଆ ଙ୍କ ସଂଯୋଜନା ରେ ହୋଇଥିଲା ।
ରାଜ୍ୟ
କନସିଂହା ରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l
- Hits: 353







