ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ପରିସରର ମେଗା ଅଡ଼ିଟରୀୟମରେ ସ୍ବର୍ଗତ ବଳରାମ ପଣ୍ଡାଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଏକ ସ୍ମତି ସଭା ଆୟୋଜନ କରାଯାଇଥିଲା। ସ୍ବର୍ଗତ ପଣ୍ଡାଙ୍କ ଜ୍ୟେଷ୍ଠ ପୁତ୍ର ତଥା ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ଓ ସଭାପତି ଡ଼ ସତ୍ୟ ପ୍ରକାଶ ପଣ୍ଡା ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଗୁଣୁପୁରର ବରିଷ୍ଠ କୃଷିବୀତ କୃଷ୍ଣ ପ୍ରସାଦ ବେଵାର୍ତା , ବରିଷ୍ଠ ଆଇନଜୀବି ଉମା ଚରଣ ପଟ୍ଟନାୟକ ,ବ୍ରହ୍ମାନନ୍ଦ ପଟ୍ଟନାୟକ , ରାଜେନ୍ଦ୍ର ପ୍ରସାଦ ସାହୁ , ଡାକ୍ତର ରାମ ନାରାୟଣ ମହାନ୍ତି , ତାଙ୍କ ସୁପୁତ୍ର ତଥା ଭୁବନେଶ୍ୱରର ସ୍ଥିତ ଗୀତା ସ୍ବୟଂଶାସିତ ମହାବିଦ୍ୟାଳୟର ଉପାଧ୍ୟକ୍ଷ ବିରଂଚି ନାରାୟଣ ପଣ୍ଡା ଏବଂ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ର ଉପ ସଭାପତି ତଥା ସ୍ବର୍ଗତ ପଣ୍ଡା ଙ୍କ କନିଷ୍ଠ ଜାମାତା ଡ଼ . ଚନ୍ଦ୍ରଧ୍ୱଜ ପଣ୍ଡା ପ୍ରମୁଖ ମଂଚାସୀନ ଥିଲେ / ଏହା ସହ ସମାଜସେବୀ ଅକ୍ଷୟ କୁମାର ଦାଶ, ବରିଷ୍ଠ ଓକିଲ ଏସ ଗଣପତି, ଅବସର ପ୍ରାପ୍ତ ବ୍ୟାଙ୍କ ମ୍ୟାନେଜେର ୟାଇ ଗଣପତି ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ପଣ୍ଡାଙ୍କ ସୃତି ଚରଣ କରି ତାଙ୍କର ଜୀବନୀ , ପରୋପକାରିତା ଏବଂ ଗୁଣୁପୁର ଅଂଚଳର ଶିକ୍ଷା ଓ ବିକାଶର ଅଗ୍ରଗତିରେ ସ୍ବର୍ଗତ ପଣ୍ଡାଙ୍କ ସକ୍ରିୟ ଯୋଗଦାନକୁ ଭୁୟସୀ ପ୍ରସଂଶା କରିଥିଲେ I
ଏହି ଅବସରରେ "ଗୋଟିଏ ରାଷ୍ଟ୍ରର ସମୃଦ୍ଧିର ସ୍ଥର ଏହାର ଶିକ୍ଷାର ମାନ ସହିତ ସିଧାସଳଖ ସମ୍ପୃକ୍ତି ” ସମ୍ପର୍କରେ ଏକ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥଲା ଏବଂ ଏଥିରେ ୩ କୃତିଜଣ ଛାତ୍ରଛାତ୍ରୀ ଯଥା ଇପ୍ସିତା ମିଶ୍ରଙ୍କୁ ସ୍ବର୍ଣ୍ଣ , ଆୟୁସ୍ମାନ ପତିଙ୍କୁ ରୌପ୍ୟ ଏବଂ ଗାର୍ଗୀ ପାଣିଗ୍ରାହୀଙ୍କୁ କଂସା ପୁରସ୍କାରରେ ପୁରସ୍କୃତ କରାଯାଇଥିଲା / ଅଧ୍ୟାପିକା ବର୍ଷା ଦାସ ମଞ୍ଚ ପରିଚାଳନା କରିଥିଲେ / ପରିଶେଷରେ କନିଷ୍ଠ ପୁତ୍ର ତଥା ବିଶ୍ୱବିଦ୍ୟାଳୟର ମହାନିର୍ଦେଶକ ଡ଼ ଜଗଦୀଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ I ଏହି ସଭାରେ ଗୁଣୁପୁର ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ସହ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ /ଏହି ସ୍ମତି ସମ୍ମାନ ଏବଂ ବଳରାମ ପଣ୍ଡା ସ୍ୱର୍ଣ୍ଣ ପଦକ ପ୍ରତିଯୋଗିତା ପ୍ରତ୍ୟକ ବର୍ଷ ଆୟୋଜନ କରାଯିବ ବୋଲି ସୂଚନା ଦେଇଛନ୍ତି /








