ହେଡଲାଇନସ୍:

ବିଶିଷ୍ଟ ରାଜନୀତିଜ୍ଞ ସ୍ବର୍ଗତ ଷ୍ଟାଲିନ ରାଉତଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସ୍ମୃତିଚାରଣ ସଭା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଅଧିନ ରାମକୃଷ୍ଣପୁର ପଞ୍ଚାୟତର ପ୍ରଥମ ସମିତିସଭ୍ୟ, ନତକାଇ ପଞ୍ଚାୟତରେ ଥରେ ସମିତିସଭ୍ୟ ଓ ଥରେ ସରପଞ୍ଚ ଭାବେ କାର୍ଯ୍ୟ କରିଥିବା ସହ ବିଭିନ୍ନ ଅନୁଷ୍ଠାନରେ ଜଡ଼ିତ ଓ ଚାଷୀମାନଙ୍କ ସମସ୍ୟାରେ ସମାଧାନ ପାଇଁ ନେତୃତ୍ବ ନେଉଥିବା ସର୍ଗତ ଷ୍ଟାଲିନ ରାଉତଙ୍କ ମା’ ହିଙ୍ଗୁଳାଇ ମନ୍ଦିର ସନ୍ନିକଟରେ ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ନିଶ୍ଚିନ୍ତକୋଇଲି ବ୍ଳକ ଉପାଧକ୍ଷ ଅଶୋକ କୁମାର ଓଝାଙ୍କ ପୌରହିତ୍ୟରେ ଏଥିରେ ମୁଖ୍ୟଅତିଥି ଭାବେ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗ ଦେଇ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ସହିତ ସର୍ଗତ ରାଉତ ରାଜନୈତିକ କ୍ଷେତ୍ରରେ ଜଣେ ବଳିଷ୍ଠ ସଂଗଠକ ଓ ଲୋକମାନଙ୍କର ସମସ୍ୟାର ସମାଧାନ ପ୍ରତି ସବୁବେଳେ ଗୁରୁତ୍ବ ଦେଉଥିବା ପ୍ରକାଶ କରିଥିଲେ । ଏଥିରେ ବ୍ଲକ ଅଧକ୍ଷା ରୋଜି ସେଠୀ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ଜିଲ୍ଲାପରିଷଦ ସଭ୍ୟା ଜସ୍ମିତା ସେଠୀ,ସଭ୍ୟ ବିପ୍ଲବ କାପ, ଶିକ୍ଷାବିତ୍ ବଟକୃଷ୍ଣ ବେହେରା, ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ସାହୁ, ଅଲେଖ ଚନ୍ଦ୍ର ଦାସ, ସମାଜସେବୀ ତ୍ରୈଲୋକ୍ୟ ନାଥ, ରମେଶଚନ୍ଦ୍ର ସାଇଁ, ମନୋରଂଜନ ରାଉତ, ପିଣ୍ଟୁ ରାଉତ, ଅକ୍ଷୟ ବସ୍ତିଆ, ଭକ୍ତବନ୍ଧୁ ପଣ୍ଡା, ପ୍ରଦିପ୍ତ ଷଢଙ୍ଗୀ, ପ୍ରକାଶ ଗାୟା,ସର୍ଗତ ରାଉତଙ୍କ ପତ୍ନୀ ମନୋରମା ଜେନା, ଲେଲିନ ରାଉତ,ଶକ୍ତିପ୍ରସାଦ ରାଉତଙ୍କ ସମେତ ବହୁ ବିଜେଡ଼ି କର୍ମୀ ଏବଂ ଜନପ୍ରତିନିଧି ମାନେ ଉପସ୍ଥିତ ହୋଇଥିଲେ । ପୁତୁରା ପ୍ରବୀର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault