ହେଡଲାଇନସ୍:

ଡ଼ିସେମ୍ବର 17 ରେ ବିଜେବି ଫ୍ରେଣ୍ଡସ ର ବନ୍ଧୁ ମିଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ବିଜେବି କଲେଜ ପୁରାତନ ଛାତ୍ର ସଂଘ "ବିଜେବି ଫ୍ରେଣ୍ଡସ " ର ବନ୍ଧୁ ମିଳନ ଆସନ୍ତା ମାସ ଡିସେମ୍ବର 17 ତାରିଖ ଦିନ ଆୟୋଜିତ ହେବାକୁ ଯାଉଛି | ଏ ନେଇ ରବିବାର ବିଜେବି ଫ୍ରେଣ୍ଡସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆ ଯାଇଛି |

ଉତ୍ସବ ପୂର୍ବରୁ ବରୁଣେଇ ପାହାଡ଼ ଠାରୁ ବିଜେବି ଫ୍ରେଣ୍ଡ୍ସ ର ସଭ୍ୟ ମାନଙ୍କର ଏକ ମଶାଲ ଶୋଭାଯାତ୍ରା ଆସି ବିଜେବି କଲେଜ ପରିସରରେ ଥିବା ବକ୍ସି ଜଗବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବ।

ଏହି ଉତ୍ସବ ରେ ବିଜେବି କଲେଜର ପ୍ରାକ୍ତନ ଛାତ୍ର ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ଓଡିଶା ର ଆଡଭୋକେଟ୍ ଜେନେରାଲ ଶ୍ରୀଯୁକ୍ତ ଅଶୋକ ପରିଜା ଅତିଥି ଭାବରେ ଯୋଗଦାନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି। ସେମାନଙ୍କୁ ବିଜେବି ଫ୍ରେଣ୍ଡ୍ସ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ।

ଏତଦ୍ ବ୍ୟତୀତ ବନ୍ଧୁ ମିଳନ ସଭାରେ ବିଜେବି କଲେଜର କୃତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ ତଥା ଗତ ଡ଼ିସେମ୍ବର ୦୨ ତାରିଖରେ ଆୟୋଜିତ ହୋଇଥିବା କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ । ଏହି ବନ୍ଧୁ ମିଳନ ଅବସରରେ ବହୁ ପୂରାତନ ଛାତ୍ରଛାତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ଦିଆଯାଇଛି |
ବିଜେବି ଫ୍ରେଣ୍ଡସ ବିଭିନ୍ନ ସାମାଜିକ ଓ ଜନହିତକର କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଚଳିତ ବର୍ଷ ମଧ୍ୟ ରକ୍ତ ଦାନ ଭଳି ମହତ କାର୍ଯ୍ୟକ୍ରମର ଯୋଜନା ରଖା ଯାଇଛି | ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି |
ବିଜେବି ଫ୍ରେଣ୍ଡସର କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଶ୍ରୀ ଦେବାଶିଷ ପଟ୍ଟନାୟକ, ସମ୍ପାଦକ ଶ୍ରୀ ସତ୍ୟବ୍ରତ ଧୁପଲ, ଉପ ସଭାପତି ଶ୍ରୀ ଶ୍ଯାମ ସୁନ୍ଦର ପଟ୍ଟନାୟକ ,ସଭ୍ଯ ଶ୍ରୀ ଅଶୋକ ମହାନ୍ତି, କୃଷ୍ଣ ଚନ୍ଦ୍ର ପାତ୍ର, ଡକ୍ଟର ନମିତା ପଟ୍ଟନାୟକ, ଶୁଭଦର୍ଶିନୀ ମିଶ୍ର ଓ ରାମ ଶଙ୍କର ନନ୍ଦଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ |

0
0
0
s2sdefault