ହେଡଲାଇନସ୍:

ଅର୍ଦ୍ଧସତ୍ୟ କହି ଓଡିଶାକୁ ଅପମାନିତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ୟମ

  •  କେନ୍ଦ୍ରମନ୍ତ୍ରୀଙ୍କ କହିବା ଅନୁସାରେ ବିଜେପି ଶାସିତ ରାଜ୍ୟ ସରକାରଗୁଡିକ ଅପାରଗ

  •  ଦୋଷ ଦେବା ପୂର୍ବରୁ ଏନସିଆରବି ରିପୋର୍ଟ ପଢିବାକୁ ପରାମର୍ଶ

  •  ମହିଳା ନିର୍ଯ୍ୟାତନାରେ ବିଜେପି ଶାସିତ ରାଜ୍ୟ ଆଗରେ


ଭୁବନେଶ୍ୱର, ୧୦/୧୨/୨୦୨୩: ଓଡିଶାରେ ପଞ୍ଚାୟତ ନିର୍ବାଚନ, ପୌର ନିର୍ବାଚନ ଓ ଉପ ନିର୍ବାଚନରେ ବାରମ୍ବାର ହାରି ହତୋତ୍ସାହିତ ହୋଇଯାଇଥିବା ନିଜ ଦଳର କର୍ମୀଙ୍କୁ ଉତ୍ସାହିତ କରିବାକୁ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡ ଲେନିନ ମହାନ୍ତି ।
ଡ ମହାନ୍ତି ଆଜି ଏଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଏନସିଆରବି ତଥ୍ୟ ସମସ୍ତଙ୍କ ପାଇଁ ଉପଲବ୍ଧ ଅଛି, ଅଭିଭାଷଣ ରଖିବା ପୂର୍ବରୁ ସମସ୍ତ ତଥ୍ୟ ଉପରେ ନଜର ପକାଇଥିଲେ ଭଲ ହୋଇଥାନ୍ତା । ଏନସିଆରବି ରିପୋର୍ଟ ଅନୁସାରେ ଦେଶରେ ମହିଳାମାନଙ୍କ ବିରୋଧରେ ସବୁଠାରୁ ବେଶି ଅପରାଧ ଘଟୁଛି ଉତ୍ତରପ୍ରଦେଶରେ । ଏହା ପଛକୁ ରହିଛି ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଭଳି ରାଜ୍ୟ । ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କ କହିବା ଅନୁସାରେ, ବିଜେପି ଶାସିତ ରାଜ୍ୟ ସରକାରଗୁଡିକ ତାହେଲେ ଅପାରଗ । ଓଡିଶା ସରକାରଙ୍କ ଉପରେ ଅଯଥାରେ ଆଙ୍ଗୁଳି ଉଠାଇବା ଆଗରୁ ପ୍ରଥମେ ବିଜେପି ଶାସିତ ପ୍ରଦେଶଗୁଡିକରେ ସ୍ଥିତିି ଉପରେ ନଜର ପକାଇଥିଲେ ଭଲ ହୋଇଥାନ୍ତା ।
ନିଜ କର୍ମୀଙ୍କୁ ଉତ୍ସାହିତ କରିବା କିଛି ଭୁଲ୍‍ କଥା ନୁହେଁ, ହେଲେ ଏଥିପାଇଁ ଅର୍ଦ୍ଧସତ୍ୟ କହି ଓଡିଶାକୁ ଅପମାନିତ କରିବା ଠିକ୍‍ ନୁହେଁ ବୋଲି ଡକ୍ଟର ମହାନ୍ତି କହିଛନ୍ତି ।

 

0
0
0
s2sdefault