ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ବ୍ରହ୍ମପୁର ରାୟଗଡା ଜାତୀୟ ରାଜପଥ 326 ଆକୁସିଂ ଛକ ନିକଟରେ ଏସଟିଏଫ ଟିମ୍ ଚଢ଼ାଉ କରି ଏକ ବଜ୍ରକାପ୍ତା ଉଦ୍ଧାର କରି ବନ ବିଭାଗ କୁ ହସ୍ତାନ୍ତର କରିଛନ୍ତି।
ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଅଞ୍ଚଳରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ବ୍ୟକ୍ତି କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗୀରଫ୍ ବ୍ୟକ୍ତି ସମାସନ ରଇତ ଓ ଅସ୍ମିନ ଶବର ବୋଲି ଜଣାପଡିଛି। ଗିରଫ ପରେ ଅଭିଯୁକ୍ତଙ୍କୁ ଗୁଣୁପୁର SDJM ଙ୍କ ନିକଟରେ ହାଜର କରାଯାଇଥିଲା। ଏସଟିଏଫ କେସ ନମ୍ବର ୨୯, ଦଫା ୩୭୯, ୪୧୧, ୧୨୦ ବି ରୁଜୁ କରି ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି | ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ରେ ମାମଲା ରୁଜୁ ହୋଇଛି।
ବଜ୍ରକାପ୍ତା କୁ ୫ ଲକ୍ଷରେ ବିକ୍ରି କରାଯାଉଥିବା ସୂଚନା ପାଇ ଏସ୍ ଟି ଏଫ୍ ଟିମ୍ ଖବର ପାଇ ଏହି ତଢ଼ାଉ କରାଯାଇଛି ବୋଲି ଜଣାପଡ଼ିଛି।
ରାଜ୍ୟ
ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡିବସିଲା ଏସଟିଏଫ ଟିମ୍।
- Hits: 306









