ହେଡଲାଇନସ୍:

କିଡ଼ନୀ ରୋଗରେ କନ୍ୟା ଓ ପୁତ୍ରକୁ ହରାଇ ବାପା ମାଆ ନିଃସହାୟ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ରାମକୃଷ୍ଣପୁର ପଞ୍ଚାୟତ ୫ନଂ ୱାର୍ଡ଼ର ରମେଶ ଚନ୍ଦ୍ର ବେହେରାଙ୍କ ଏକମାତ୍ର କଲେଜ ପଢୁଆ ପୁଅ ଓମପ୍ରକାଶ ବେହେରା (୧୭) କିଡ଼ନୀ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ର ମୃତ୍ୟୁବରଣ କରିଛନ୍ତି। ଗତ ୨୦୨୦ ମସିହାରେ ତାଙ୍କର ଏକମାତ୍ର କଲେଜ ପଢୁଆ ଝିଅ ମଧ୍ୟ ଉକ୍ତ କିଡ଼ନୀ ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ । ଆଉ ବର୍ତ୍ତମାନ ପୁତ୍ରକୁ ହରାଇ ବାପା ମାଆ ନିଃସହାୟ ହୋଇପଡ଼ିଛନ୍ତି। ପୁତ୍ର ଓମ୍‌ପ୍ରକାଶ ଚିକିତ୍ସିତ ହେଉଥିବା ବେଳେ ଶନିବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । ଶୋକାକୂଳ ପରିବେଶ ମଧ୍ୟରେ ଶରୀରକୁ ଗ୍ରାମକୁ ଅଣାଯାଇ ଗ୍ରାମ୍ୟ ଶ୍ମଶାନରେ ଦାହ କରାଯାଇଛି । ରମେଶ ଜଣେ ଦରିଦ୍ର ଶ୍ରେଣୀର ହୋଇଥିବାରୁ ଘରର ଆସବାବପତ୍ର ବିକ୍ରି କରି ପୁଅର ଚିକତ୍ସା ଖର୍ଚ୍ଚ କରିଛନ୍ତି । ବର୍ତ୍ତମାନ ଅସହାୟ ଅବସ୍ଥାରେ ରହିଥିବାବେଳେ ପରିବାର କିଭଳି ଚଳିବ ସେନେଇ ଚିନ୍ତାରେ ପଡ଼ିଛନ୍ତି । ଏଭଳି ପରିସ୍ଥିତିରେ ସମ୍ପୃକ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ବ୍ଲକ କଂଗ୍ରେସର ପୂର୍ବତନ ସଭାପତି ଦିଲ୍ଲୀପ କୁମାର ରାଉତ, ପୂର୍ବତନ ସରପଞ୍ଚ ରମେଶ ଚନ୍ଦ୍ର ସାଇଁ, ଯୁବନେତା ଅମୀୟ ବିଶ୍ଵାଳ,ସଞ୍ଜୟ ବେହେରା ଙ୍କ ସମେତ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଠାରେ ଦାବି କରିଛନ୍ତି।

0
0
0
s2sdefault