ହେଡଲାଇନସ୍:

ଭଞ୍ଜନଗର ବ୍ଲକ ମାଧ୍ୟମିକ ପ୍ରଧାନଶିକ୍ଷକଙ୍କ ମାସିକ ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା): ଗଞ୍ଜମ୍ ଜିଲ୍ଲା ଭଞ୍ଜନଗର ଠୁ ପ୍ରାୟ ତିରିଶି କିଲୋମିଟର ଦୂର ବଦାଙ୍ଗୀ ଗ୍ରାମର ପଞ୍ଚାୟତ ହାଇସ୍କୁଲ ଠାରେ ସରକାରଙ୍କ ନିୟମ ଓ ଜିଲ୍ଳା ଶିକ୍ଷାଧିକାରୀଙ୍କ ନିର୍ଦ୍ଧେଶ ପ୍ରକାରେ ଭଞ୍ଜନଗର ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀଏସ. ଧନଞ୍ଜୟ ଙ୍କ ସଭାପତିତ୍ୱରେ ତୃତୀୟ ମାସିକ ବୈଠକ ଆଜି ଡିସେମ୍ବର ମାସ ୯ ତାରିଖ ୨୦୨୩ ସମୟ ୯ ଘଣ୍ଟା ତିରିଶି ମିନିଟ୍ ରେ ଅନୁଷ୍ଠିତ ହୋଇ ପ୍ରାୟ ସଂଧ୍ୟା ୫ ଘଣ୍ଟିକା ଯାଏଁ ଚାଲିଥିଲା l ଏଥିରେ ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଭଞ୍ଜନଗର ର ପ୍ରଧାନଶିକ୍ଷୟିତ୍ରୀ ସ୍ୱରାଜ କଁହର, ବରିଷ୍ଠ ପ୍ରଧାନଶିକ୍ଷକ ସନ୍ତୋଷ ଜେନା, ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଲଷ୍ମୀନାରାୟଣ ପାତ୍ର ମଂଚାସୀନ ହୋଇ ଏହାର ଲକ୍ଷ୍ୟ ଓ ଉଦେଶ୍ୟ ଉପରେ କହିଥିଲେ l ୟୁ. ବି. ହାଇସ୍କୁଲ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଉମାକାନ୍ତ ନାହାକ ସ୍ୱାଗତ ଭାଷଣ ଦେଇଥିବାବେଳେ ଗାଲେରୀ ହାଇସ୍କୁଲର ଆଦିତ୍ୟ ଶତପଥି ଏହାର କାର୍ଯ୍ୟକାରିତାରେ ପିଲାଙ୍କ ପ୍ରଭାବ ଉପରେ କହିଥିଲେ l କୁଲାଡ଼ ହାଇସ୍କୁଲ ର ପ୍ରଧାନଶିକ୍ଷକ କୁମୁଦଚନ୍ଦ୍ର ବlଡ଼ତ୍ୟl ଗତ ବୈଠକ ର ବିବରଣୀ ପାଠ କରିଥିଲେ l ସମ୍ବଳ ପ୍ରଧାନଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କ୍ଳବ, ହାଉସ, ପରୀକ୍ଷା ସମ୍ପର୍କୀୟ ବିଷୟ ସହ ଶତ ପ୍ରତିଶତ ରିଜଲ୍ଟ ଉପରେ ବୁଝାଇଥିଲେ l ପରେ ପରେ ରାଜ୍ୟ ମୋ ସ୍କୁଲ ତରଫରୁ ବିଭାଗୀୟ ଅଧିକାରୀ ଆସି କାର୍ଯ୍ୟକ୍ରମ ର ଉଦେଶ୍ୟ ଓ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ l ଏହି ଅବସରରେ ବିଦାୟୀ ପ୍ରଧାନଶିକ୍ଷକ ଦେବେନ୍ଦ୍ରନାଥ ସେଠିଙ୍କୁ ବ୍ଲକ ତରଫରୁ ଉପ ଢୌକନ ଓ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଏଥିରେ ବ୍ଲକର 27ଟି ବିଦ୍ୟାଳୟ ର ସମସ୍ତ ପ୍ରଧାନଶିକ୍ଷକ ଯୋଗଦେଇଥିଲେ l ଶେଷରେ ପ୍ରଧାନଶିକ୍ଷକ ଲକ୍ଷ୍ମୀ ନାରାୟଣ ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ l ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ l

0
0
0
s2sdefault