ହେଡଲାଇନସ୍:

ପୋଲିସକୁ ଚ୍ୟାଲେଞ୍ଜ କରି ସିସି ଟିଭି ଆଗରୁ ଗାଡ଼ି ଚୋରି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ ତା ୦୯/୧୨ ରାୟଗଡ଼ା ଜିଲ୍ଲା ସଦର ମହକୁମା ନେହେରୁ ନଗର ତୃତୀୟ ଗଳିରୁ ଗାଡ଼ି ଚୋରି ଘଟଣା ବର୍ତ୍ତମାନ ପୋଲିସ କୁ ଚାଲେଞ୍ଜ ହୋଇଯାଇଛି କାରଣ ସିସି ଟିଭି ସାମ୍ନାରୁ ଚୋର ଜଣକ କ୍ରାନ୍ତିଧାରା ସାମ୍ବାଦିକ ବିଜୟ ଦାଶଙ୍କ ହିରୋ ଗ୍ଲାମର୍ ଗାଡ଼ି ନଂ ଓ ଡି ୧୮ଇ ୮୮୪୮ ଚୋରି କରି ନେଇଥିବା ବେଳେ ଚୋର ସିସି ଟିଭି ରେ ସମ୍ପୂର୍ଣ ଭାବେ କଏଦ ହୋଇଥିବା ପରିଲକ୍ଷିତ ହେଉଛି । ଯାହାକି ରାୟଗଡ ସହରରେ ଗାଡି ଚୋରି ଘଟଣା ଏକ ସାମାନ୍ୟ ହୋଇଯାଇଥିବା ବେଳେ ପୋଲିସର ତନାଘନା ଚାଲିଥିବା ବେଳେ ସପ୍ତାହ ମଧ୍ୟରେ ଉକ୍ତ ଅଞ୍ଚଳରୁ ଆଉ ଗୋଟିଏ ବାଇକ୍ ଚୋରି ହୋଇଥିବା ଘଟଣା ମଧ୍ଯ ଘଟିଥିଲା । ସବୁଠୁ ଆଶ୍ଚର୍ଯ୍ୟର କଥା ଆଜି ଦିନ ଦ୍ୱିପହର ୨ ଟା ୩୬ ମିନିଟ ସମୟରେ ସିସି ଟିଭି ଆଗରୁ ଉକ୍ତ ଗାଡ଼ି ଚୋରି କରିବା ଭଳି ଘଟଣା ପୋଲିସ ପାଈଁ ଚାଲେଞ୍ଜ କରୁଛନ୍ତି କି ଚୋର ? ଏଭଳି ବାରମ୍ବାର ରାୟଗଡ ସହରରେ ଚୋରି ହେଉଥିଲେ ମଧ୍ୟ ପୋଲିସର ନିଷ୍କ୍ରିୟତା ନ ଚୋରଙ୍କ ସହ ପୋଲିସ ମଧୁଚନ୍ଦ୍ରିକା ବୋଲି ସହରବାସି ପ୍ରଶ୍ନ କରୁଛନ୍ତି । ଏବେ ଆଗକୁ ଦେଖିବାକୁ ବାକି ରହିଲା ଚୋରର ମୁହଁ ସ୍ପଷ୍ଟ ଦେଖାଯାଉଥିବା ବେଳେ ପୋଲିସକୁ କେତେଦିନ ଲାଗୁଛି ଏହି ଚୋରି ଘଟଣାର ପର୍ଦ୍ଦାଫାଶ କରିବା ପାଇଁ ।

0
0
0
s2sdefault