ହେଡଲାଇନସ୍:

ପ୍ରସ୍ତାବିତ ଘୁମୁସର ଜିଲ୍ଲା ସଚେତନତା ରଥ ର ଆଜି ଶୁଭାରମ୍ଭ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ ଉଦୟନାଥ ପଣ୍ଡା: ଭଞ୍ଜନଗର ଉପଖଣ୍ଡ କୁ ସ୍ୱତନ୍ତ୍ର ଘୁମୁସର ଜିଲ୍ଲା ଘୋଷଣା ପ୍ରସଙ୍ଗ କୁ ନେଇ ଅଞ୍ଚଳର ଜନସାଧାରଣ ଙ୍କୁ ସଚେତନତା ସୃଷ୍ଟି କରିବା ଉଦ୍ଧେଶ୍ୟରେ ଏକ ରଥ ଆଜି ଶନିବାର ଡିସେମ୍ବର ୯ ତାରିଖ ୨୦୨୩ ରେ ଘୁମୁସର ବାହିନୀ ପକ୍ଷରୁ ଶୁଭାରମ୍ଭ ହୋଇଛି।ଘୁମୁସର ବାହିନୀ ର ସଭ୍ୟ ମାନେ ଉପସ୍ଥିତ ରହି ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଛକ ନିକଟରୁ ଏହି ଜନ ସଚେତନତା ରଥକୁ ଶୁଭାରମ୍ଭ କରିଥିଲେ। ପରେ ଏହି ରଥ ଚକରା ବିଷୋୟୀ ଛକ, ମାଆ ସୋରା ଦେବୀ ମନ୍ଦିର,ମୁଜାଗଡ, ଗୁଣ୍ଡୁରୀବାଡ଼ି,ନିଧିଆପଲି,ଦଦରାଲୁଣ୍ଡ,ଦୁର୍ଗା ପ୍ରସାଦ, ଜୟ ମଙ୍ଗଳ, ବ୍ରାହ୍ମଣପଦର, ଝାଲିଆଗୋଛା,ଗାଲେରୀ,ଢୋଲପିଠା, ତୁରୁମୁ,ସୋରିଷମୂଳି,ଗୁଜୁରାଳି,ବାରୁଡା, ବିଲିପଡା,ବାଲିଆପଟା, ଖଇରପୁଟି, ସୁତାଙ୍ଗି, ବିରିପଦର, ଯୋଡ଼ାବନ୍ଧ,ବୁଦୁଲି ଗ୍ରାମ ରେ ପହଞ୍ଚି ଘୁମୁସର ଜିଲ୍ଲା ଆବଶ୍ୟକତା ପ୍ରସଙ୍ଗରେ ସଚେତନତା କରିଥିଲେ। ଜିଲ୍ଲା ଆନ୍ଦୋଳନ ଦାବି ଜନ ସାଧାରଣ ଙ୍କ ପାଖେ ପହଞ୍ଚାଇ ପାରିଥିବା ବେଳେ ଗ୍ରାମାଞ୍ଚଳ ର ଜନସାଧାରଣ ଜିଲ୍ଲା ଆନ୍ଦୋଳନ କୁ ନିଜ ସମର୍ଥନ ଜଣାଉଥିବା ଦେଖିବାକୁ ମିଳିଥିଲା। ଆଗାମୀ ଦିନରେ ଘୁମୁସର ଜିଲ୍ଲା ଆନ୍ଦୋଳନ କୁ ଏକ ନୂତନ ସ୍ତର କୁ ନିଆଯିବା ସହ ସମଗ୍ର ଉପଖଣ୍ଡ ରେ ଏହି ସଚେତନତା ରଥ ପରିକ୍ରମା କରିବ। ଏଥି ସହିତ ଭଞ୍ଜନଗର ଉପଖଣ୍ଡ କୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ସଦସ୍ୟ ମାଧବ ନାୟକ ପ୍ରକାଶ କରିଛନ୍ତି।ବର୍ତ୍ତମାନ ରାଜ୍ୟ ସରକାର ପଦ୍ମପୁର ଜିଲ୍ଲା ଘୋଷଣା କରିବା ସଜବାଜ ହେଉଥିବା ବେଳେ ଘୁମୁସର ଜିଲ୍ଲା ହେବା ପାଇଁ ମଧ୍ୟ ଲୋକମାନେ ଆଶା ବାନ୍ଧି ଛନ୍ତି।ଘୁମୁସର ବାହିନୀ ଘୁମୁସର ଜିଲ୍ଲା ଦାବି ନେଇ ବିଭିନ୍ନ ପ୍ରକାରେ ନିଜର କାର୍ଯ୍ୟକ୍ରମ ଜାରି ରଖିଛି ,କେତେ ବେଳେ ଚିଠି ଲେଖୁଛି ତ କେତେବେଳେ ହସ୍ତାକ୍ଷର ଅଭିଯାନ ତ କେତେବେଳେ ବନ୍ଦ ପାଳନ ଆଉ କେତବେଳେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଘୁମୁସର ଜିଲ୍ଲା ଗଠନ ର ଆବଶ୍ୟକତା ଓ ଏହାର ଆଭିମୁଖ୍ୟ ବିଷୟରେ ପ୍ରତିଯୋଗିତା ମାନ ସବୁ ଆୟୋଜିତ କରିଛି

0
0
0
s2sdefault