ହେଡଲାଇନସ୍:

ମେଘା ପ୍ରକଳ୍ପ ରେ ନିଆଁ କୋଟିଏ ଟଙ୍କାର ପ୍ଲାଷ୍ଟିକ ପାଇପ ପୋଡି ପାଉଁଶ ହୋଇଗଲା।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାଶୀପୁର ରୁ ବୈକୁଣ୍ଠ ଦୁରିଆ 09/12-ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ଖୁରି ଗାଁ ମେଘା ପ୍ରକଳ୍ପ ଡିପୋ ରେ ଆଜି ସନ୍ଧ୍ୟା ସମୟରେ କୋୖଣସି କାରଣରୁ ନିଆଁ ସଂଯୋଗ ହେଇ ଏକ କୋଟି ରୁ ଉର୍ଦ୍ଧ୍ବ ଟଙ୍କାର ଗଛିତ ଥିବା ପ୍ଲାଷ୍ଟିକ ପାଇପ ଘଣ୍ଟାଏ ଭିତରେ ପୋଡି ପାଉଁଶ ହୋଇଯାଇଛି ।
ସୂଚନା ପ୍ରକାରେ କାଶୀପୁର ବ୍ଲକ ଅନ୍ତର୍ଗତ ୨୪ ଗୋଟି ଗ୍ରାମ ପଞ୍ଚାୟତ ରେ ୪ଶହ କୋଟି ଟଙ୍କା ବ୍ୟୟ ଅଟକଳ ଯୁକ୍ତ କାମ କୁ ସ୍ଥାନୀୟ ଜନସାଧାରଣ ଉଦ୍ଧେଶ୍ୟ ରେ ପାନୀୟ ଜଳଯୋଗାଣ ସକାଶେ ରାଜ୍ୟ ବାହାର ଏକ KEC ଇଣ୍ଟେରନେସନାଲ ନାମକ ଏକ ଘରେଇ ସଂସ୍ଥା ଦୁଇବର୍ଷ ଧରି ଏଠାରେ କାମ କରିଆସୁଥିଲା । ସେ ବ୍ଳକ ଅନ୍ତର୍ଗତ "କାଳିଆ ପୋଡା, କାଙ୍ଗତୁମ୍ବା, ଖୁରି ଗାଁ ଓ ଶିଆଡି ମାଲ ଭଳି ୪ ଟି ସ୍ଥାନରେ ନିଜର ଅସ୍ଥାୟୀ ଡ଼ିପୋ ଖୋଲି ସଂପୃକ୍ତ କାମ ପାଇଁ ପାଇପ ଗଛିତ ରଖି କାମ କରୁଥିବା ବେଳେ ଆଜି ହଟାତ କୌଣସି କାରଣ ରୁ ଏହା ପ୍ରାୟ ସନ୍ଧ୍ୟା ୬ଟା ସମୟ ପରେ ନିଆଁ ଲାଗିଯାଇଥିଲା ।

0
0
0
s2sdefault