ହେଡଲାଇନସ୍:

ଓଡ଼ିଶା ଏବେ ଅଣଓଡ଼ିଆ ଅପରାଧୀଙ୍କ ପେଣ୍ଠସ୍ଥଳ ପାଲଟିଛି : ବୈଜୟନ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ ଦେଶୀ ମଦ ସାମ୍ରାଜ୍ୟ ଗଢ଼ିଥିବା ବଳଦେବ ସାହୁ ଆଣ୍ଡ ବ୍ରଦର୍ସ ଓ ସହଯୋଗୀଙ୍କ ଉପରେ ଆୟକର ବିଭାଗର ଚଢ଼ଉ ବେଳେ ଏହି ଟଙ୍କାର ପାହାଡ଼ ଠାବ ହୋଇଥିବା ଘଟଣାକୁ ନେଇ ଏବେ ଚର୍ଚାରେ ଅଛି ଓଡିଶା । ଝାଡ଼ଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ମଦ ପ୍ରସ୍ତୁତି ସଂସ୍ଥା ଶିବଗଙ୍ଗା ଆଣ୍ଡ କମ୍ପାନିଜ୍ ର ଏହା ସହଯୋଗୀ ସଂସ୍ଥା ବୋଲି କୁହାଯାଉଛି । ଏହାକୁ ଦେଶର ସର୍ବବୃହତ ବେଆଇନ ତାଙ୍କ ଠାବ କହିଲେ ଭୁଲ ହେବନି | ଏହି ପ୍ରସଙ୍ଗକୁ ନେଇ ବିଜେପି ବିଜେଡି କଂଗ୍ରେସ ମଧ୍ୟରେ ଵାକଯୁଦ୍ଧ ଚାଲିଥିବା ବେଳେ ମୁହଁ ଖୋଲି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା |
ଓଡିଶା ଏବେ ଅଣ ଓଡ଼ିଆ ଅପରାଧୀଙ୍କ ପେଣ୍ଠସ୍ଥଳୀ ପାଲଟିଛି ବୋଲି କହିବା ସହ ଓଡ଼ିଶାରେ କ୍ଷମତାରେ ଥିବା ଅଧିକାରୀ ଓ ନେତାଙ୍କ ସମ୍ପୃକ୍ତି ବା ସମର୍ଥନ ବିନା ଏପରି କଳାଟଂକା ଠୁଳ ସମ୍ଭବ ନୁହେ ବୋଲି କହି ଶ୍ରୀ ପଣ୍ଡା ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି | ସାମାଜିକ ଗଣମାଧ୍ୟମରେ ନିଜ ମତ ରଖି ଶ୍ରୀ ପଣ୍ଡା କହିଛନ୍ତି " ଓଡ଼ିଶାରେ ଶହ ଶହ କୋଟି କଳା ଟଙ୍କା ଜଣେ ଅଣଓଡ଼ିଆ କଂଗ୍ରେସ ସାଂସଦଙ୍କର ଧରା ପଡ଼ିବା ନିଶ୍ଚିତ ଭାବେ ଏକ ଚିନ୍ତାର ବିଷୟ । ଏସବୁ ଦେଖି ଲାଗୁଛି ସତେ ଯେମିତି ଓଡ଼ିଶା ଏବେ ଅଣଓଡ଼ିଆ ଅପରାଧୀଙ୍କ ପେଣ୍ଠସ୍ଥଳ ପାଲଟିଛି । ଓଡ଼ିଶାରେ ଶାସନ ବ୍ୟବସ୍ଥାରେ ଥିବା ଅଧିକାରୀ ଓ ନେତାଙ୍କ ବିନା ସଂପୃକ୍ତି ବା ଜଣାତରେ ଏସବୁ ହେବା ସମ୍ଭବ କି ?"

0
0
0
s2sdefault