ସାରସକଣା ରୁ ଦିପୁ ମହାପାତ୍ରଙ୍କ ରିପୋର୍ଟ: ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ର ସ୍ଥାନୀୟ ସୀମାନ୍ତ ମହାବିଦ୍ୟାଳୟରେ ରାଜ୍ୟସରକାରଙ୍କ ଦ୍ୱାରା ଆୟୋଜିତ "ନୂଆ ଓ"ର କ୍ରୀଡା ବିଭାଗ କାର୍ଯ୍ୟକ୍ରମର ବିଭିନ୍ନ ପ୍ରତିଯୋଗିତା ପାରମ୍ପରିକ ଭାବେ ସ୍ଥାନୀୟ ଝରପୋଖରିଆ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ମାଳତୀ ସିଂ ଓ ନାଏବ ସରପଞ୍ଚ ଶ୍ରୀଯୁକ୍ତ ମଣିଶଙ୍କର ବାରିକଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି।ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବୁଦ୍ଧଦେବ କର ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ "+୨ ନୋଡାଲ ଅଫିସର ଅଧ୍ୟାପିକା ଜୟନ୍ତୀ ସିଂ,"+୩ ନୋଡାଲ ଅଫିସର ଅଧ୍ୟାପକ ଅରୁଣ କୁମାର ପାତ୍ର ନିର୍ବାହୀ ଅଧିକାରୀ ଅଧ୍ୟାପକ ଥୋମାସ ମାରାଣ୍ଡି ,କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ଶ୍ରଦ୍ଧାନନ୍ଦ ସାହୁ,ଅଧ୍ୟାପିକା ସ୍ୱପ୍ନେଶ୍ୱରୀ ମୁର୍ମୁ ଓ ମହାବିଦ୍ୟାଳୟର ସମସ୍ତ ବିଭାଗର କର୍ମଚାରୀ ଉପସ୍ଥିତ ରହିଥିଲେ । ଏବଂ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା ଓ ଉପଭୋଗ କରିଥିଲେ। ସୂଚନା ମୁତାବକ,ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନଙ୍କର ଦକ୍ଷତା ବୃଦ୍ଧିପାଇଁ ସରକାରଙ୍କ ମହତ୍ ଉଦ୍ଦେଶ୍ୟ ଏହା ଡିସେମ୍ବର ୩୧ ତାରିଖ ଭିତରେ ସାରିବାର କାର୍ଯ୍ୟକ୍ରମ ରହିଛି। ଵୋଲି ସୂଚନା ମିଳିଛି ।









