ହେଡଲାଇନସ୍:

ରାଉରକେଲା ମହାବିଦ୍ୟାଳୟରେ ନୂଆ_ଓ ପରିଯୋଜନା ଅନ୍ତର୍ଗତ 'ପାରମ୍ପରିକ ନୃତ୍ୟ' ପ୍ରତିଯୋଗିତା ଅନୁଷ୍ଠିତ...

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା, (ବସନ୍ତ କୁମାର ଜେନା): ନୂଆ_ଓ, 'ଯୁବ ଓଡ଼ିଶା, ନବୀନ ଓଡ଼ିଶା' ପରିଯୋଜନା ଅନ୍ତର୍ଗତ 'ପାରମ୍ପରିକ ନୃତ୍ୟ' ପ୍ରତିଯୋଗିତା ସେକ୍ଟର- ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଉରକେଲା ପରିସରରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ ମୁଖ୍ୟ ଅତିଥି ଏବଂ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡଃ ପ୍ରଦୀପ କୁମାର ନନ୍ଦ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମହାବିଦ୍ୟାଳୟର ପ୍ରଶାସନିକ ବିଭାଗ ମୁଖ୍ୟ ଡ଼ଃ ରବୀନ୍ଦ୍ର କୁମାର ଜେନା, ସାଂସ୍କୃତିକ ପରିଷଦର ନୋଡ଼ାଲ ଅଫିସର ଅଧ୍ୟାପିକା ରଶ୍ମିପ୍ରଭା ମଥାନ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ_ଓ ନୋଡାଲ ଅଫିସର ବରିଷ୍ଠ ଅଧ୍ୟାପକ ରଶ୍ମି ରଞ୍ଜନ ରାଉତ, ସାଂସ୍କୃତିକ ପରିଷଦର ନୋଡାଲ ଅଫିସର ପ୍ରାଧ୍ୟାପିକା ଭାରତୀ ବରୱା ପ୍ରତିଯୋଗିତାର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ ସହ ଛାତ୍ର-ଛାତ୍ରୀମାନଙ୍କୁ ପ୍ରେରିତ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ତରାଇ ତାଙ୍କ ବକ୍ତବ୍ୟରେ କହିଲେ ଯେ ଛାତ୍ର-ଛାତ୍ରୀଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନରେ ଆଣିବା ପାଇଁ ତଥା ଆମ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଜାଣିବା ପାଇଁ ଓଡ଼ିଶା ସରକାରଙ୍କ ଏହା ଏକ ଅଭିନବ ପ୍ରୟାସ। ଅନ୍ୟତମ ଅତିଥି ଡଃ ନନ୍ଦ ଏହିପରି ସୁଯୋଗକୁ ଛାତ୍ର-ଛାତ୍ରୀମାନେ ବ୍ୟକ୍ତିତ୍ଵର ଗୁଣାତ୍ମକ ବିକାଶ ନିମିତ୍ତ ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଅତିଥିଙ୍କ ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରେ ଅଧ୍ୟାପିକା ସସ୍ମିତା ଜେନା, ରଚନା ମିଶ୍ର, ବୈଜୟନ୍ତୀ ବାରିକ, ଶର୍ମିଲା ମାଝି, ଅଧ୍ୟାପକ ପ୍ରଭାତ ବଳଙ୍କ ତତ୍ତ୍ଵାବଧାନରେ ଉଭୟ ଅନୁଷ୍ଠାନର ଶତାଧିକ ଛାତ୍ର-ଛାତ୍ରୀ 'ପାରମ୍ପରିକ ନୃତ୍ୟ' ପ୍ରତିଯୋଗିତାରେ ଅଂଶ ଗ୍ରହଣ ପୂର୍ବକ ଖୁସି ବ୍ୟକ୍ତ କରିଥିଲେ। ପାରମ୍ପରିକ ନୃତ୍ୟ' ପ୍ରତିଯୋଗିତାରେ ବିଚରକ ଭାବେ ବିଶିଷ୍ଟ ଲୋକ ନୃତ୍ୟ ଶିଳ୍ପୀ ତଥା ନୀଳଶୈଳ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟା ପ୍ରାଧ୍ୟାପିକା ପ୍ରଭା ଶୂଚିତା ଏକ୍କା ଏବଂ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ପୁଷ୍ପା ମିଶ୍ର ଉପସ୍ଥିତ ଥିଲେ। ଅଧ୍ୟାପକ ଅଜିତ ବେକ୍, ବନ ବିହାରୀ କିଷାନ, ଅନୁପ ଏକ୍କା, ତରଣି ନାୟକ, ମନୋଜ ଦଳାଇ, ରଂଜିତ ପ୍ରଧାନ, ଜିତେନ୍ଦ୍ର ଡାକୁଆ, ବିକ୍ରମ ସାହୁ, ରାଜକୁମାର ସାହୁ ଅଧ୍ୟାପିକା ଅମି ଢୋଲକିଆ, ଭାଗ୍ଯଶ୍ରୀ ମହାନ୍ତି, ଶୂଚିସ୍ମିତା ପ୍ରଧାନ, ଅନାମିକା କୁଲ୍ଲୁ, ଅନୁପମା ଲୁଗୁନ, ମୌସୁମୀ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଛାତ୍ର ପ୍ରତିନିଧି ପ୍ରକାଶ ଓଝା, ଲକ୍ଷ୍ମୀପ୍ରିୟା ସାହୁ, ଅଭିଷେକ ଜେନା, ପ୍ରଭାତୀ ବେହେରା, ଲିପ୍ସା ବଳିଆରସିଂହ, ଗୋପାଳ ଦାଶ, ଅଭିଷେକ ପରିଡ଼ା, ଅରୁଣ ମହାନ୍ତି, ଚନ୍ଦା ସିଂହ, ମନମୋହନ ଦାସ, ଜଗନ ମହାନ୍ତି, ପ୍ରଯୁକ୍ତା ଭବାନୀ ସାହୁ ପ୍ରମୁଖ ବହୁ ସଂଖ୍ୟାରେ ଛାତ୍ର-ଛାତ୍ରୀ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଉପସ୍ଥିତ ଥିଲେ।

0
0
0
s2sdefault