ହେଡଲାଇନସ୍:

ନୟାଗଡ଼ରେ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼(ଲକ୍ଷ୍ମୀଧର ସାହୁ):ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶମତେ ଆଜି ଭାରତର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୯ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୪୫, ୪୦, ୮୩୫ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ୫୭ ଟି ଦେୱାନି ମାମଲା ଫଇସଲା କରାଯାଇଥିଲା। ଏନ. ଆଇ. ଆକ୍ଟ କେସ ୨ଟି ଏବଂ ବିବାହଜନିତ ୩ଟି ମାମଲା ଫଇସଲା କରାଯାଇଥିଲା । ବ୍ୟାଙ୍କରୁ ଋଣ ନେଇ ଋଣ ପରିଶୋଧ କରିନଥିବା ୧୫୦ଜଣ ଋଣ ଗ୍ରହିତାଙ୍କଠାରୁ ୮୪,୦୧, ୯୮୧ ଟଙ୍କା ଦେବା ପାଇଁ ରାଜିନାମା ସ୍ୱାକ୍ଷରିତ କରାଯାଇଥିଲା । ଅନ୍ୟାନ୍ୟ ଫୌଜଦାରୀ ୧୦୨ ମାମଲା ଫଇସଲା କରାଯାଇ ୫୬୦୦ ଟଙ୍କା ଆଦାୟ କରଯାଇଥିଲା । ୪୮ଟି ପ୍ରାକ ବିଜୁଳି ମାମଲା ଫଇସଲା କରାଯାଇ ୬,୨୯,୨୦୫.୦୬ ଟଙ୍କା ଆଦାୟ କରା ଯାଇଥିଲା । ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ ଶ୍ରୀଯୁକ୍ତ ଆନନ୍ଦ ନାରାୟଣ ମହାରଣା, ପରିବାର ଅଦାଲତ ବିଚାରପତି ସୁବ୍ରତ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଲିଲି ସେନାପତି, ବରିଷ୍ଠ ଦେୱାନି ଅଦାଲତ ବିଚାରପତି ବିଶ୍ବଜିତ ନାୟକ, ଉପଖଣ୍ଡ ଫୌଜଦାରୀ ବିଚାରପତି ସୌଭାଗ୍ୟ ରଞ୍ଜନ ପ୍ରଧାନ, ଜେ.ଏମ. ଏଫ.ସି ସାବିତ୍ରୀ ଦାସ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ (ପୋକସୋ ) ଅଦାଲତ ମାନସ କୁମାର ପଣ୍ଡା, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶୃତିସ୍ନିଗ୍ଧା ଦାସ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିଶେଷ କୁମାର ସାହୁ, ବରିଷ୍ଠ ଦେୱାନି ବିଚାରପତି ତଥା ସହକାରୀ ଦୌରାଜଜ ( ମହିଳା ଅଦାଲତ) ଡଃ ରୀନତି ମିଶ୍ର ଏବଂ ସିଭିଲ କୋର୍ଟ ରେଜିଷ୍ଟ୍ରାର ଡଃ ନିଶାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault