ଜଗତସିଂହପୁର,ତା-୦୮.୧୨.୨୦୨୩/ସୁମନ୍ତ କୁମାର ଦାସ: ୫ ଦଫା ଦାବି ନେଇ ଆଜି ଜଗତସିଂହପୁର ଜିଲ୍ଲା ଜଳ ସମ୍ପଦ ବିଭାଗର କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର କଂଗ୍ରେସକର୍ମୀ ଓ ଜନସାଧାରଣ l ସୂଚନା ଅନୁଯାୟୀ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ତଥା ଜଗତସିଂହପୁର କଂଗ୍ରେସ ମୁଖପାତ୍ର ହିମାଂଶୁ ଭୂଷଣ ମଲ୍ଲିକ ନେତୃତ୍ୱରେ ଆଜି ଶତାଧିକ କଂଗ୍ରେସକର୍ମୀ ଅଞ୍ଚଳର ୫ ଦଫା ଦାବି ଯେପରିକି ହଂସୁଆ ନଦୀର ଶର୍ଯ୍ୟ ଖଣ୍ଡନ ବନ୍ଧର ସୁଦୃଢିକରଣ ଜଳ ନିଷ୍କାସନ ହୋଇଯାଇଥିବା ଫସଲ ନିମନ୍ତେ ଚାଷୀଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ ଆଦି ଦାବିନେଇ ଜଳସମ୍ପଦ ବିଭାଗର କାର୍ଯ୍ୟାଳୟ ଘେରାଉ କରିବା ସହିତ ପ୍ରତିବାଦ ସଭା କରିଛନ୍ତି l ପରେ ପରେ ଏହି ୫ ଦଫା ଦାବି ସମ୍ମଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉର୍ଦ୍ଧେଶ୍ୟରେ ଜଳସମ୍ପଦ ବିଭାଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା l ତେବେ ଦାବିଗୁଡିକ ଖୁବ ଶୀଘ୍ର ସମାଧାନ କରାଯିବା ନିମନ୍ତେ ପ୍ରତିସ୍ମୃତି ମିଳିଥିବା ସୂଚନା ମିଳିଛି l
ରାଜ୍ୟ
ତିର୍ତୋଲ ନିର୍ବାଚନମଣ୍ଡଳୀ ଚାଷୀମାନଙ୍କର ଦୁଃଖ ପାଲିଟିଥିବା ହଂସୁଆ ନଦୀର ଶର୍ଯ୍ୟ ଖନନ
- Hits: 244








