ହେଡଲାଇନସ୍:

ତାଲପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନୂଆଁ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗାଇସିଲାଟ/ମନ ଡନସନା- ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନୂଆଁ - ଓ, ଯୁବ ଓଡିଶା ନବୀନ ଓଡିଶା ତଥା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅଧ୍ୟକ୍ଷ କ୍ଷୀରୋଦ୍ର ପଧାନ ଙ୍କ ସଭାପତିତ୍ବ ରେ ଉଦଘାଟନ ହୋଇ ଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ହସ୍ତ ତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ , ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ଜିଲ୍ଲାପରିଷଦ ସଭ୍ୟ ନୀଳମଣି ବରିହା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ମାଝି,ସରପଞ୍ଚ ଉର୍ମିଳା ସେଠ, ସମିତି ସଭ୍ୟା ମିନତୀ ମାଝି, ବିଜେଡି ନେତ୍ରୀ ମାଳତୀ ସାହୁ, ବିଜେଡି ନେତା ନାରଦ ବରିହା,ଭୀଷ୍ମ ମହାନ୍ତି ପ୍ରମୁଖଯୋଗ ଦେଇ ପ୍ରଦିପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିବା ବେଳେ ନୋଡାଲ ଅଫିସର ଅଧ୍ୟାପକ ମୋତିଲାଲ ବେହେରା ଉଦ୍ଦେଶ୍ୟ ଗ୍ୟାପନ ଏବଂ ଅଧ୍ୟାପକ ଟିକେଲାଲ ସାହୁ ସଭା ପରିଚାଳନା କରିଥିଲେ । ଏହି  ଅବସରରେ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ବିଭିନ୍ନ ବର୍ଗର ଦୌଡ ପ୍ରତିଯୋଗୀତା,ଲମ୍ବଡିଆଁ,ଉଚ୍ଚ ଡିଆଁ,ବର୍ଚ୍ଛା ଫିଙ୍ଗା,ଲୌହ ଥାଲିଆ ଫିଙ୍ଗା,ଲୌହ ଗୁଲା ଫିଙ୍ଗା,କବାଡି,ଖୋକୋ,ମ୍ୟୁଜିକଲ ଚେୟାର, ଫୁଟ ବଲ , କ୍ରିକେଟ ଖେଳ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନାଚ, ଗୀତ ଏବଂ କମେଡି ପ୍ରଦର୍ଶିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଏହା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । କ୍ରୀଡା କାର୍ଯ୍ୟକ୍ରମ କୁ ପରିଚାଳନା କରିବା ପାଇଁ ସମସ୍ତ କ୍ରୀଡା ଶିକ୍ଷକ ଯୋଗ ଦେଇଥିବା ବେଳେ ମାଧ୍ୟମିକ ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ ।

0
0
0
s2sdefault