ହେଡଲାଇନସ୍:

ସଂସଦରେ କିସ୍‍ର ଭୂୟସୀ ପ୍ରଶଂସା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୮ ।୧୨: ବିଶ୍ୱର ସର୍ବବୃହତ ଜନଜାତି ଅନୁଷ୍ଠାନ କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ୍‍ ସାଇନସେସ୍‍ (କିସ୍‍) ସଦନରେ ପୁଣି ଥରେ ଉଚ୍ଚ ପ୍ରଶଂସିତ ହୋଇଛି। ଗୁରୁବାର ସଂସଦରେ ତେଲେଙ୍ଗାନାରେ କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ବିଲ୍‍ ଆଗତ ସମୟରେ ଓଡ଼ିଶାରେ ମୁକ୍ତ ଶିକ୍ଷା ପାଇଁ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା କିସ୍‍ ମଡେଲର ଉଦାହରଣ ଦିଆଯିବା ସହ ଏହାର ଉଚ୍ଚ ପ୍ରଶଂସା କରାଯାଇଥିଲା। ବିଲ୍‍ ଆଲୋଚନା ସମୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ଆରମ୍ଭ କରି ସାଂସଦ ଚନ୍ଦ୍ର ଶେଖର ସାହୁ, ଅଧିର ରଞ୍ଜନ ଚୌଧୁରୀ ଓ ରାଜୀବ ପ୍ରତାପ ରୁଡ଼ି ପ୍ରମୁଖ ଜନଜାତି ଶିକ୍ଷା ପାଇଁ କିସ୍‍ର ଉଦାହରଣ ଦେଇ ଏହାର ଉଚ୍ଚ ପ୍ରଶଂସା କରିଥିଲେ। ଗୁରୁବାର ସଂସଦରେ ତେଲେଙ୍ଗାନାରେ କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ବିଲ୍‍ ଆଗତ ସମୟରେ ଜନଜାତି ଶିକ୍ଷାରେ ବ୍ୟାପକ ସଂସ୍କାର ଓ ବିକାଶ ଆଣିଥିବା ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ପ୍ରତିଷ୍ଠିତ କିସ୍‍ର ଉଦାହରଣ ଦିଆଯିବା ସହ ଏହାର ଭୂୟସୀ ପ୍ରଶଂସା କରାଯାଇଥିଲା। ଏହା ପୂର୍ବରୁ ବାଚସ୍ପତି ଓମ୍‍ ବିର୍ଲା ୨୦୧୯ରେ କିସ୍‍ ପରିଦର୍ଶନ କରିବା ପରେ ସଂସଦରେ କିସ୍‍ ଓ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରଶଂସା କରିଥିଲେ। ସେହପରି ୨୦୧୭ରେ ମଧ୍ୟପ୍ରଦେଶର ସାଂସଦ ଡ. ବୀରେନ୍ଦ୍ର କୁମାର ମଧ୍ୟ ସଂସଦରେ କିସ୍‍ର ଭୂୟସୀ ପ୍ରଶଂସା କରିଥିଲେ। କିସ୍‍ର ଉଦାହରଣ ନେବା ସହ ଏହାର ଉଚ୍ଚ ପ୍ରଶଂସା କରାଯାଇଥିବାରୁ ପ୍ରତିଷ୍ଠାତା ଶ୍ରୀ ସାମନ୍ତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ଗୃହର ସଦସ୍ୟମାନଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି।

0
0
0
s2sdefault