ହେଡଲାଇନସ୍:

ବାତ୍ୟା 'ତିତିଲି' : ସ୍ୱାଭାବିକ ଅବସ୍ଥା ଫେରାଇଆଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

Balakrishna Panigrahi : ତିତଲୀ ପଶ୍ଚିମବଙ୍ଗ ମୁହାଁ ହୋଇଥିବା ବେଳେ ଗଜପତି ଜିଲ୍ଲା ଏହାର ପ୍ରଭାବରେ ବିଶେଷ କ୍ଷତିଗ୍ରସ୍ତ ହୋଇଛି | ହେଲେ ଜିଲ୍ଲା ପ୍ରଶାସନର ଆଗୁଆ ତଥା ପ୍ରଶଂସନୀୟ ପଦକ୍ଷେପ ଜିଲ୍ଲାରେ କୌଣସି ଜୀବନ ହାନି କୁ ଏଡ଼ାଇଦେଇ ପାରିଛି | ବିଭିନ୍ନ ସ୍ଥାନରେ ହୋଇଥିବା କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ସ୍ୱାଭାବିକ ଅବସ୍ଥା ଫେରାଇଆଣିବା ପାଇଁ ଜିଲ୍ଲାପାଳ ଅନୁପମ ଶାହଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ  ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି | 

ସମ୍ଭାବ୍ୟ ବାତ୍ୟା ତିତିଲି କୁ ନେଇ ଏବଂ ଏହାର ଉଚିତ ମୁକାବିଲା କରିବାଦିଗରେ ଜିଲ୍ଲା ପ୍ରସାସନ ସମ୍ପୁର୍ଣ୍ଣ ସଜାଗ ରହି ବ୍ୟାପକ ସଚେତନତା ମୁଳକ ପଦକ୍ଷେପ ମାନ ଗ୍ରହଣ କରିଥିଲେ  ।  ପାରଳାଖେମୁଣ୍ଡି ଠାରେ ଜିଲ୍ଲାପାଳ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାକ-ପ୍ରସ୍ତୁତି ବୈଠକରେ ବିଭିନ୍ନ ବ୍ଲକ ସ୍ତରୀୟ ଅଧିକାରୀ ଓ ଲାଇନ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ସମସ୍ତ ଅଧିକାରୀମାନଙ୍କୁ ସମ୍ଭାବ୍ୟ ବାତ୍ୟାବେଳେ ଧନଜୀବନ କ୍ଷୟକ୍ଷତି ଯେଭଲି ନହେବ ସେଦିଗରେ ନିଜ ନିଜ ଅଞ୍ଚଳରେ ସମ୍ପୁର୍ଣ୍ଣ ସଜାଗ ହୋଇ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଯୋଗାଣ ବିଭାଗକୁ ବିଭିନ୍ନ ସମ୍ଭାବ୍ୟ କ୍ଷୟକ୍ଷତି ହେବାକୁ ଥିବା ଅଞ୍ଚଳରେ ବ୍ୟାପକ ପରିମାଣରେ ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ସବୁ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ପ୍ରଚୁର ପରିମାଣରେ ଆବଶ୍ୟକ ପଡୁଥିବା ବିଭିନ୍ନ ପ୍ରକାର ଔଷଧ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଦ୍ୟାଳୟ ଗୁଡିକରେ ଏବଂ ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକରେ ଆବଶ୍ୟକୀୟ ସ୍ଥଳେ ବିପନ୍ନ ମାନଙ୍କୁ ସେଠାରେ ରଖାଯିବାକୁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲା । ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସତ୍ୟସମ୍ପୁର୍ଣ୍ଣ ରାଉତ ଯୋଗ ଦେଇ ସହାୟତା ସାହାଯ୍ୟ ପାଇଁ ଉଦ୍ଧାର କରି ଏନ.ଡି.ଆର.ଏଫ ଦଳକୁ କାଶୀନଗର ପଠାଇଦେଇଥିଲେ । ବଂଶଧାରା ନଦୀକୂଳରେ ଥିବା ସମସ୍ତ ଗ୍ରାମକୁ ସମ୍ଭାବ୍ୟ ବାତ୍ୟା ତିତିଲି ଉପରେ ସତର୍କ କରିଦିଆଯାଇଥିଲା । ଅନ୍ୟ ପକ୍ଷରେ ସମ୍ଭାବ୍ୟ ବାତ୍ୟା ର ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଅଧିକାରୀମାନେ ସମନ୍ୱୟ ରକ୍ଷା କରି ଯତ୍ନବାନ ଓ ଦାୟିତ୍ୱବାନ ହୋଇ କାର୍ଯ୍ୟସମ୍ପାଦନ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ , ଅତିରିକ୍ତ ଏସ.ପି ମହମ୍ମଦ ଇସଲାଏମ୍‍ ଆଲାମ୍‍ ମଞ୍ଚାସୀନ ଥିଲେ । ଅନ୍ୟ ପକ୍ଷରେ ତିତିଲି ବାତ୍ୟା ପ୍ରଭାବରେ ସମଗ୍ର ଗଜପତି ଜିଲ୍ଲାରେ ଆଜି ଦିନ ତମାମ କଳା ମେଘୁଆ ରହିବା ସହ ସାମାନ୍ୟ ଭାବରେ ପବନ ହୋଇ ବର୍ଷା ଲାଗିରହିଛି । ଦୁଇଦିନ ଧରି ଗଜପତି ଜିଲ୍ଲା ଏହି ସମ୍ଭାବ୍ୟ ବାତ୍ୟା ତିତିଲିରେ ଗଜପତି ଜିଲ୍ଲା ପ୍ରଭାବିତ ହେବା ସମ୍ଭାବନା ଥିବା ଯୋଗୁଁ ଜିଲ୍ଲାବାସୀ ମଧ୍ୟ ଏହାର କିଭଳି ମୁକାବିଲା କରିବେ ସେଥିପାଇଁ ସତର୍କ ହୋଇ ରହିଥିଲେ  ।

0
0
0
s2sdefault