ହେଡଲାଇନସ୍:

କାର୍ତ୍ତିକ ପୂର୍ଣ୍ଣମୀ ଦର୍ଶନ ଓ ଟ୍ରାଫିକ ବ୍ୟବସ୍ଥା ସୁବ୍ୟବସ୍ଥିତ କରିବାକୁ ଆଇଜି ଆଶିଷ ସିଂଙ୍କ ସମୀକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଭିନ୍ନକ୍ଷମ, ବୟସ୍କ ଓ ହବିଷ୍ୟାଳିଙ୍କ ଦର୍ଶନ ସୁବିଧା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

  • 50 ପ୍ଲାଟୁନ ପୋଲିସ ଫୋର୍ସର ବ୍ୟବସ୍ଥା, ସ୍ବେଚ୍ଛାସେବୀ ପୋଲିସ କର୍ମଚାରୀ, ଯୁବଶକ୍ତି ଓ ଏନଜିଓ ନିୟୋଜିତ


ପୁରୀ  : ପଂଚକ ପାଇଁ ଶ୍ରୀକ୍ଷେତ୍ର ଏବେ ଚଳଚଂଚଳ | ଶ୍ରୀଜୀଉଙ୍କ ଦର୍ଶନ ଲାଗି ଲାଗିରହିଛି ପ୍ରବଳ ଭକ୍ତ ସମାଗମ । ଦର୍ଶନ କେମିତି ଶୃଙ୍ଖଳିତ ହୋଇପାରିବ ଓ ଟ୍ରାଫିକ ବ୍ୟବସ୍ଥା କେମିତି ସୁନିୟନ୍ତ୍ରିତ କରାଯାଇପାରିବ ତାକୁ ନେଇ ନିଜେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ଆଜି ପୁରୀ ପହଁଚି ପରିସ୍ଥିତି ସମୀକ୍ଷା କରିଛନ୍ତି।ଆସନ୍ତାକାଲି କାର୍ତିକ ପୂର୍ଣ୍ଣିମାରେ ପ୍ରବଳ ଭିଡ ପରିଲକ୍ଷିତ ନେଇ ଆଶା ରହିଥିବାରୁ ଭକ୍ତଂକ ସୁରକ୍ଷିତ ଦର୍ଶନ ନେଇ ସମୀକ୍ଷା କରିଛନ୍ତି ଶ୍ରୀ ସିଂ । ପୁରୀ ଏସ୍ପି ବିଶାଳ ସିଂ ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଏହି ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ । ଭିନ୍ନକ୍ଷମ, ବୟସ୍କ ଓ ହବିଷ୍ୟାଳିଙ୍କ ଦର୍ଶନ ସୁବିଧା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । 50 ଜଣ ସ୍ବେଚ୍ଛାସେବୀ ପୋଲିସ କର୍ମଚାରୀ, ଯୁବଶକ୍ତି ଓ ଏନଜିଓଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି । ଶ୍ରୀମନ୍ଦିର ସମେତ ପୁରୀ ସହରର ଅନ୍ୟାନ୍ୟ ପବିତ୍ର ପୁଷ୍କରିଣୀରେ, ସମୁଦ୍ରକୂଳ ଅଂଚଳରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ସୁରକ୍ଷା ଓ ସୁରକ୍ଷିତ ଦର୍ଶନ ପାଇଁ 7 ଜଣ ଅତିରିକ୍ତ ଏସପି , 20 ଜଣ ଡ଼ିଏସପି, 32 ଜଣ ଇନ୍ସପେକ୍ଟର, 132 ଜଣ ସବଇନ୍ସପେକ୍ଟର, 240 ଜଣ ହାବିଲଦାର, 432 ଜଣ ହୋମଗାର୍ଡଙ୍କ ସମେତ 50 ପ୍ଲାଟୁନ ପୋଲିସ ଫୋର୍ସର ବ୍ୟବସ୍ଥା କରାଯାଇଛି ।

 

0
0
0
s2sdefault