ହେଡଲାଇନସ୍:

ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ଦ୍ୱାରା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ର ଶିଳାନ୍ୟାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଲୁଣା ନଦୀ ଉପରେ ବିଶାଳ ସେତୁ ନିର୍ମାଣ  ଦ୍ୱାରା ଦ୍ବୀପାଞ୍ଚଳ ବାସୀଙ୍କ ଗମନାଗମନ କ୍ଷେତ୍ରରେ ଯୋଡିହେବ ଆଉ ଏକ ନୂତନ ଅଧ୍ୟାୟ l     

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ,ନିର୍ମଳ, ବିକାଶମୁଖୀ ଶାସନରେ ଅନୁପ୍ରାଣିତ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଙ୍କ ଉଦ୍ୟମ କ୍ରମେ ଲୁଣା ଦ୍ବୀପାଞ୍ଚଳବାସୀଙ୍କ ଗମନାଗମନ କ୍ଷେତ୍ରରେ ଯୋଡି ହେବ ଆଉ ଏକ ନୂତନ ଅଧ୍ୟାୟ l ବିଧାୟକ ଶ୍ରୀ ଜେନା ଙ୍କ ପ୍ରଚେଷ୍ଟା କ୍ରମେ ବିକାଶ ପରେ ବିକାଶର ଫର୍ଦ୍ଦ ଯୋଡିହେବାରେ ଲାଗିଛି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ମାହାଙ୍ଗା ଏବଂ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳବାସୀ ଙ୍କ ପାଇଁ l ବିଧାୟକ ଶ୍ରୀ ଜେନା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ନେବା ପର ଠାରୁ ସତେ ଯେପରି ବହୁ ଯୁଗାନ୍ତକାରୀ, ଉନ୍ନତିମୂଳକ କାର୍ଯ୍ୟ ସାକାର ହେବାରେ ଲାଗିଛି l ଯାହାପାଇଁ ଆଜି ହସୁଛି ଚାଷୀ, ହସୁଛି ଗାଁ, ହସୁଛି ମାହାଙ୍ଗା ମାଟି l ବିଜୁ ସେତୁ ହେଉ ଅବା, ପାନୀୟଜଳ ପ୍ରକଳ୍ପ ହେଉ ବା ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଆଦି ବିଭିନ୍ନ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବହୁ ବିକାଶମୂଳକ ଯୋଜନା ବିଧାୟକ ଶ୍ରୀ ଜେନା ଙ୍କ ଉଦ୍ୟମ କ୍ରମେ ସଫଳ ହୋଇପାରିଛି ଯାହାପାଇଁ ସେ ଜଣେ ବିକାଶପୁରୁଷ ବା ବିଜୟୀ ନେତା ଭାବେ ସମସ୍ତ ଙ୍କ ସୁଖ ଦୁଃଖର ସାଥି ହୋଇ ପ୍ରିୟ ଭାଜନ ହୋଇପାରିଛନ୍ତି l ଏହି ଅବସରରେ ରବିବାର ଅପରାହ୍ନ ସମୟରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରତାପ ଜେନା ଯୋଗଦାନ କରି ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ବହୁ ବିକାଶମୂଳକ କାର୍ଯ୍ୟ ପାଇଁ ଶୁଭ ଶିଳାନ୍ୟାସ କରିଛନ୍ତି l ଏହି ଶିଳାନ୍ୟାସ ଉତ୍ସବରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଯୋଗଦାନ କରି ବିଧାୟକ ଶ୍ରୀ ଜେନାଙ୍କୁ ଏକ ବିରାଟ ବାଇକ ରାଲି ମାଧ୍ୟମରେ ସଭାସ୍ଥଳକୁ ପାଛୋଟି ନେଇଥିଲେ l ପ୍ରଥମେ ଲୁଣା ନଦୀ ବାମପାର୍ଶ୍ଵ ସାଧକନଗର ଠାରେ 5 କୋଟି ଟଙ୍କା ରେ ନିର୍ମିତ ହେବାକୁ ଯାଉଥିବା ଏକ ସ୍ପର ପ୍ୟାକିଂ ନିର୍ମାଣ ପାଇଁ ବିଧାୟକ ଶ୍ରୀ ଜେନା ଙ୍କ ଦ୍ୱାରା ଶୁଭ ଶିଳାନ୍ୟାସ, ପରେ ପରେ ପୂର୍ତ୍ତ ବିଭାଗ ଅଧୀନରେ 23 କୋଟି ଟଙ୍କା ବ୍ୟୟ ରେ ନିର୍ମାଣ ହେବାକୁ ଯାଉଥିବା ନିଶ୍ଚିନ୍ତକୋଇଲି - ନେମାଳ ତିଳକଣା ଛକ ଠାରୁ କଟିକଟା - ଜୟପୁର କରାଣ୍ଡିଆ ବ୍ରାଞ୍ଚ କେନାଲ ବନ୍ଧ ର ରାସ୍ତାର ଉନ୍ନତିକରଣ କାର୍ଯ୍ୟ ପାଇଁ ଶୁଭ ଶିଳାନ୍ୟାସ ଏବଂ ଶେଷରେ ମାହାଙ୍ଗା, ନିଶ୍ଚିନ୍ତକୋଇଲି, ସାଲେପୁର, କେନ୍ଦ୍ରାପଡ଼ା ଅଞ୍ଚଳବାସୀ ମୁଖ୍ୟତଃ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳ ଲୁଣା ଦୀପାଞ୍ଚଳ ବାସୀ ଙ୍କ ଗମନା କ୍ଷେତ୍ରରେ ସୁବିଧା ପାଇଁ 47.98 କୋଟି ଟଙ୍କା ବ୍ୟୟବରାଦରେ ନିର୍ମିତ ହେବାକୁ ଯାଉଥିବା କଟିକଟା - ଜୟପୁର ରାସ୍ତାର ପୁବଂଶ ନିକଟସ୍ଥ ଲୁଣା ନଦୀ ଉପରେ ଏକ ବିଶାଳ ସୁଉଚ୍ଚ ସେତୁ ନିର୍ମାଣ ପାଇଁ ବିଧାୟକ ପ୍ରତାପ ଜେନା ଶୁଭ ଶିଳାନ୍ୟାସ କରିଥିଲେ l ଏହି ଅବସରେ ଏକ ସାଧାରଣ ସଭା ଅସୁରେଶ୍ୱର କୂଳଗାଁ ଇଶାଳୋ ଛକ ମହାବୀର ଏବଂ ମା' ମଙ୍ଗଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା l

ଏହି ସଭାରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରତାପ ଜେନା ଯୋଗଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିକାଶମୁଖୀ ଯୋଜନା ଦ୍ୱାରା ସମଗ୍ର ଦ୍ବିପାଞ୍ଚଳ ବାସୀ ଙ୍କ ସମେତ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିକାଶ ସମ୍ଭବ ହୋଇପାରିଛି ଏବଂ ଆଗକୁ ମଧ୍ୟ ସମସ୍ତ ଅଞ୍ଚଳବାସୀ ଙ୍କ ଆଶୀର୍ବାଦ ମାଧ୍ୟମରେ ଏହି ବିକାଶର ଧାରା ଶତଗୁଣିତ କରାଯିବ ବୋଲି ପ୍ରକାଶ କରିଥିଲେ, ଏପରିକି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ କି ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ ଶାସନରେ ଆମ ର ଲକ୍ଷ୍ୟ ଗାଁ ର ବିକାଶ, ପଞ୍ଚାୟତ ର ବିକାଶ ଏବଂ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବାସୀଙ୍କ ବିକାଶ l ଏହି ଶିଳାନ୍ୟାସ ଉତ୍ସବ କାର୍ଯ୍ୟକ୍ରମ ରେ ବିଧାୟକ ଶ୍ରୀ ଜେନା ଙ୍କ ସମେତ ନିଶ୍ଚିନ୍ତକୋଇଲି ବ୍ଲକ ଅଧକ୍ଷା ରୋଜି ସେଠୀ, ଉପାଧକ୍ଷ ଅଶୋକ କୁମାର ଓଝା, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ବ୍ଲକ ଅଧକ୍ଷ ଗିରିଶରଞ୍ଜନ ମହାପାତ୍ର, ପୂର୍ବତନ ଜିଲ୍ଲାପରିଷଦ ତଥା ସମାଜସେବୀ ହିମାଂଶୁ ଶେଖର ମହାନ୍ତି, ବ୍ରଜମୋହନ ପଣ୍ଡା,ଜୋନ ସଭାପତି ଜ୍ୟୋତିପ୍ରକାଶ ସ୍ୱାଇଁ, ଜିଲ୍ଲା ପରିଷଦ ଭୁପତିଭୁଷଣ ଷଣ୍ଡ,ବିପ୍ଳବ କାପ, ଜସ୍ମିତା ସେଠୀ, ବ୍ଲକ ଯୁବ ବିଜେଡି ସଭାପତି ଜ୍ଞାନରଞ୍ଜନ ରାଉତ, ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରିୟବ୍ରତ ସାହୁ, ଯୁବନେତା ପ୍ରମୋଦ ସ୍ୱାଇଁ, ମନୋଜ ସେଠୀ ଙ୍କ ସମେତ ବିଭାଗୀୟ ଅଧିକାରୀ, ବହୁ ସରପଞ୍ଚ, ସମିତିସଭ୍ୟ, ବରିଷ୍ଟ ନାଗରିକ, ବିଜୁ ଜନତା ଦଳ ନେତୃବୃନ୍ଦ ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମ ରେ ହଜାର ହଜାର ସଂଖ୍ୟା ରେ ଜନସାଧାରଣ ଏବଂ ବିଜୁ ଜନତା ଦଳ କର୍ମୀ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିଲେ l

0
0
0
s2sdefault