ହେଡଲାଇନସ୍:

ପଦ୍ମପୁରରେ “ଯୁବ ଓଡ଼ିଶା ନବୀନ ଓଡ଼ିଶା”

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର /ଶିବାଶିଷ ପଟ୍ଟନାୟକ:- ପଦ୍ମପୁରରେ ଉଦ୍ଘାଟିତ ହୋଇଛି ରାଜ୍ଯ ସରକାରଂକ ମହତ୍ବାକାଂକ୍ଷୀ କାର୍ଯ୍ଯକ୍ରମ ଯୁବ ଓଡ଼ିଶା ନବୀନ ଓଡ଼ିଶା। ଖେଳ ଓ ଖେଳାଳିଙ୍କୁ ଆଗକୁ ନେବା ପାଇଁ ରାଜ୍ୟ ସରକାରଙ୍କ ନୂଆ କାଯ୍ୟକ୍ରମ ଯୁବ ଓଡ଼ିଶା ନବୀନ ଓଡ଼ିଶାକୁ ଅଂଚଳ କଲେଜ, ପଦ୍ମପୁରରେ ମାନ୍ଯବର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ଉଦ୍ଘାଟନ କରିଛନ୍ତି । ଅଂଚଳ କଲେଜ, ପଦ୍ମପୁରରେ ଅନୁଷ୍ଠିତ ଏହି ଉଦ୍ଘାଟନି ସଭାରେ ମାନ୍ଯବର ବିଧାୟିକା ମୁଖ୍ଯ ଅତିଥି ରୂପେ ଯୋଗଦେଇ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ଯକ୍ରମ ମାଧ୍ୟମରେ ନୂତନ ଓଡ଼ିଶାର ଗଠନର ମହୋତ୍ତର ଲକ୍ଷ୍ଯ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଛାତ୍ରୀ ଛାତ୍ର ମାନଂକୁ ସମ୍ବୋଧିତ କରି ସେ କହିଥିଲେ ଯେ କ୍ରୀଡ଼ା ପାଇଁ ଯୁବଗୋଷ୍ଠୀ, ଭବିଷ୍ୟତ ପାଇଁ ବଡ଼ ଶକ୍ତି । ଫିଟନେସ ଓ ଶୃଙ୍ଖଳା ମାଧ୍ୟମରେ ଯୁବବର୍ଗଙ୍କ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ, ଓଡ଼ିଶା ସରକାର ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରୁଛନ୍ତି । କ୍ରିକେଟ୍, ହକି, ଫୁଟବଲ୍, କବାଡ଼ି, ଖୋ-ଖୋ, ଭଲିବଲ ଭଳି ବିଭିନ୍ନ ଖେଳରେ ଉଭୟ ମହିଳା ଓ ପୁରୁଷ ଅଂଶଗ୍ରହଣ କରିପାରିବେ । ମୁଖ୍ୟମନ୍ତ୍ରୀ ଓ ଫାଇଭ-ଟି ଅଧ୍ୟକ୍ଷଙ୍କ ନେତୃତ୍ୱରେ  ସାରା ଦେଶରେ କ୍ରୀଡା କ୍ଷେତ୍ରରେ ଓଡିଶା ଶିଖର ଛୁଇଁଛି । ବିଭିନ୍ନ ଖେଳ ପାଇଁ ରାଜଧାନୀରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାରେ ଷ୍ଟାଡିୟମ ଓ ଭିତ୍ତିଭୂମି ବିକାଶ ହୋଇଛି ଓ ସ୍ପୋର୍ଟସ ହବ ପାଲଟିଛି ଓଡିଶା ।ଏହି ପ୍ରତିଯୋଗିତା ଦ୍ୱାରା ଗ୍ରାମାଞ୍ଚଳରୁ ଯୁବ ପ୍ରତିଭା ଚିହ୍ନଟ ହେବେ ଓ ନିଜର ସ୍ବପ୍ନକୁ ସାକାର କରିପାରିବେ ବୋଲି ବିଧାୟିକା କହିଥିଲେ ।

କଲେଜ ପରିଚାଳନା କମିଟି ଅଧ୍ଯକ୍ଷ ଶ୍ରୀ ଗୋବିନ୍ଦ ପାଣିଗ୍ରାହିଂକ ଦ୍ବାରା ସଂଯୋଜିତ ଏହି ସଭାରେ କଲେଜ ଅଧ୍ଯକ୍ଷ ଡ଼ ଲଳିତେନ୍ଦୁ ନାୟକ ସ୍ବାଗତ ଭାଷଣ ଦେଇ ସମସ୍ତଂକୁ ସ୍ବାଗତ କରିଥିଲେ। ଏହି ସଭାରେ କଲେଜର ପରିଚାଳନା କମିଟିର ସମସ୍ତ ସଭ୍ଯ, ଅଧ୍ଯାପକ, ଅଧ୍ଯାପିକା ଓ ସମସ୍ତ ଛାତ୍ରୀଛାତ୍ର ଯୋଗଦେଇଥିଲେ। ପରିଶେଷରେ ଓଡ଼ିଆ ଅଧ୍ଯାପକ ଡ଼ ସରୋଜ ନାୟକ ଧନ୍ଯବାଦ ଅର୍ପଣ କରିଥିଲେ ।

0
0
0
s2sdefault