ହେଡଲାଇନସ୍:

ସୁରେଶ ମହାପାତ୍ରଙ୍କୁ ବିରୋଧ ବିଜେପିର ଡରକୁ ପଦାରେ ପକାଇଛି: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  କେନ୍ଦ୍ର ସରକାରଙ୍କୁ କାଠଗଡାରେ ଛିଡା କରାଇଲେ ବିଜେପି ମୁଖପାତ୍ର

  •  ଅନ୍ୟ ରାଜ୍ୟକୁ ବିଜୁଳି ଦେବା ନିଷ୍ପତ୍ତି ସମ୍ପୂର୍ଣ୍ଣ କେନ୍ଦ୍ର ସରକାରଙ୍କର

  •  ଟିଭିରେ ମୁହଁ ଦେଖାଇବାପାଇଁ ବିକଳ ହେଉଛନ୍ତି ବିଜେପି ମୁଖପାତ୍ର

  •  ମୁଖପାତ୍ରଙ୍କ ଚିକିତ୍ସା କରାଇବାକୁ ବିଜେପି ରାଜ୍ୟ ସଭାପତିଙ୍କୁ ବିଜେଡିର ପରାମର୍ଶ

ଭୁବନେଶ୍ୱର, ୧୮/୧୧/୨୦୨୩: ଜଣେ ଦକ୍ଷ ଏବଂ କର୍ତ୍ତବ୍ୟନିଷ୍ଠ ଅଧିକାରୀ ଶ୍ରୀ ସୁରେଶ ମହାପାତ୍ରଙ୍କ ନୂଆ ନିଯୁକ୍ତି ନେଇ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କରିଥିବା ସାମ୍ବାଦିକ ସମ୍ମିଳନୀ ସେମାନଙ୍କ ମନରେ ଥିବା ଡରକୁ ପ୍ରମାଣିତ କରୁଛି । ଖାଲି ଏତିକି ନୁହେଁ ଶ୍ରୀ ପଣ୍ଡା ପରାକ୍ଷରେ କେନ୍ଦ୍ରରେ ଥିବା ନିଜ ଦଳର ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରିବା ସହିତ କାଠଗଡାରେ ଛିଡା କରାଇ ଦେଇଥିବା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ଇପ୍ସିତା ସାହୁ ।
ଶ୍ରୀମତୀ ସାହୁ ଏଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ତଲାବିରା ବିଦୁ୍ୟତ୍‍ ପ୍ରକଳ୍ପ ନେଇ ବିଜେପି ପ୍ରବକ୍ତା ଉଠାଇଥିବା ପ୍ରସଙ୍ଗ ପ୍ରମାଣିତ କରୁଛି ଯେ ଶ୍ରୀ ପଣ୍ଡାଙ୍କ ମୁଣ୍ଡରେ ସାମାନ୍ୟ ବୁଦ୍ଧି ନାହିଁ । ଅତ୍ୟନ୍ତ ପିଲାଳିଆମୀ ଭାବେ ସାମ୍ବାଦିକ ସମ୍ମିଳନୀ କରି ଟିଭିରେ ମୁହଁ ଦେଖାଇବାର ଉତ୍ସୁକତା ପାଇଁ ସେ ଲୋକହସା ହେଉଛନ୍ତି । ସତ କଥା ହେଲା, ଦେଶର ଅନେକ ରାଜ୍ୟକୁ ଓଡିଶା ବିଜୁଳି ଯୋଗାଉଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଓଡିଶା ଏ ଦିଗରେ ପଦକ୍ଷେପ ନେଇଥାଏ । ଏଥିରେ ଓଡିଶାର ନିଜସ୍ୱ ନିଷ୍ପତ୍ତି କିଛି ନଥାଏ ।
ସେହିଭଳି କେନ୍ଦ୍ର ସରକାରଙ୍କର ଅନୁମୋଦନ କ୍ରମେ ମୁଖ୍ୟ ଶାସନ ସଚିବ ପଦବୀରେ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳର ଅବଧି ଦୁଇ ଥର ବୃଦ୍ଧି ହୋଇଥିଲା । ହେଲେ ଟିଭିରେ ମୁହଁ ଦେଖାଇବାର ଲାଳସାରେ ବିଜେପି ପ୍ରବକ୍ତା ନିଜ ଦଳର ସରକାରକୁ କାଠଗଡାରେ ଆଣି ଠିଆ କରାଇଛନ୍ତି । ଲାଗୁଛି ବୟସାଧିକ୍ୟ କାରଣରୁ ତାଙ୍କ ମୁଣ୍ଡ କାମ କରିବା ବନ୍ଦକରି ଦେଇଛି ।
କେନ୍ଦ୍ରରେ ଥିବା ନିଜ ଦଳର ସରକାର ପ୍ରତି ଅରୁଚିକର ମନ୍ତବ୍ୟ ପ୍ରଦାନ କରିଥିବାରୁ ଏବଂ ଅତୀତର ନିଷ୍ପତ୍ତିକୁ ସମାଲୋଚନା କରି ପ୍ରଶ୍ନ ଚିହ୍ନ ଠିଆ କରିଥିବାରୁ ତୁରନ୍ତ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଯେହେତୁ ଶ୍ରୀ ପଣ୍ଡାଙ୍କର ମୁଣ୍ଡ କାମ କରୁନାହିଁ, ତେଣୁ କୌଣସି ଭଲ ଡାକ୍ତରଖାନାରେ ତାଙ୍କ ଚିକିତ୍ସା ପାଇଁ ପରାମର୍ଶ ଦିଅନ୍ତୁ ବୋଲି ଶ୍ରୀମତୀ ସାହୁ କହିଛନ୍ତି ।

0
0
0
s2sdefault