ହେଡଲାଇନସ୍:

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରଥମ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଗୋଳରୁ ଶୁଭାରମ୍ଭ ହେଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅନୁଗୋଳ : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୁଲ୍ଯରେ ରାଜ୍ୟର ଜିଲ୍ଲାସ୍ତରୀୟ ପ୍ରଥମ ପେନସନ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଦିପ୍ତିରାଣୀ ସାହୁ, ବିତ୍ତ ପରାମର୍ଶଦାତା ତଥା ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ରତିକାନ୍ତ ମହାପାତ୍ର, ସହକାରୀ ଅର୍ଥ ପରାମର୍ଶଦାତା ତଥା ଉପ-ଶାସନ ସଚିବ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଘଡାଇ, ଅତିରିକ୍ତ ହିସାବ ନିୟନ୍ତ୍ରକ ଶ୍ରୀମତୀ ଦିବାରଣୀ ଦୋରା, ଯୁଗ୍ମ ନିର୍ଦ୍ଦେଶକ ମାଧ୍ଯମିକ ଶିକ୍ଷା ନିର୍ଦ୍ଦେଶାଳୟ ଶ୍ରୀଯୁକ୍ତ ସପନ ଜେନା, ଅନୁଗୋଳ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ସୁସ୍ମିତା ସାହୁ, ଅତିତିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅଜୟ କୁମାର ପାତ୍ର ଓ ଅତିତିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ପ୍ରତିଭା ବାରିକ, ଅନୁଗୋଳର ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ। ଶ୍ରୀମତୀ ମମତା ପ୍ରଧାନ ତଥା ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଆଜିର ଏହି ପେନସନ ଅଦାଲତରେ ସମୁଦାଯ ୧୭୨ ଟି ପେନସନ ସମ୍ବନ୍ଧୀୟ ଅଭିଯୋଗ ଉପରେ ଶୁଣାଣି ହୋଇଥିଲା । ସେମାନଙ୍କ ମଧ୍ୟରୁ ୭୦ ଜଣ ପେନସନଭୋଗୀ କାର୍ଯ୍ୟକ୍ରମରେ ଉପସ୍ଥିତରହି ସେମାନଙ୍କର ବିଭିନ୍ନ ସମସ୍ଯା ଗୁଡିକୁ ପେନସନ ଅଦାଲତକୁ ଅବଗତ କରାଇଥିଲେ । ପ୍ରତ୍ୟକ ଅଭିଯୋଗ ଗୁଡିକର ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସେମାନଙ୍କର ପୂର୍ଣାଙ୍ଗ ପେନସନ ପ୍ରାପ୍ୟ ନିମନ୍ତେ ତ୍ଵରିତ ପଦକ୍ଷେପ ନେବାପାଇଁ ନିଷ୍ପତି ନିଆ ଗଲା ।
କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ସୁସ୍ମିତା ସାହୁ ଉପସ୍ଥିତ ସମସ୍ତ ପେନସନଭୋଗୀ ହିତାଧିକାରୀ, ରାଜ୍ୟ ସରକାରଙ୍କ ତରଫରୁ ଆସିଥିବା ସମସ୍ତ ରାଜ୍ୟସ୍ତରୀୟ ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀମାନଙ୍କୁ ଆଜିର କାର୍ଯ୍ୟକ୍ରମକୁ ସାଫଲ୍ଯ ମଣ୍ଡିତ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault