ନବରଙ୍ଗପୁର/ଅଶୋକ ସାହୁ : ତେନ୍ତୁଳିଖୁଣ୍ଟି ର ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କୋମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ! ଏଥିରେ ବ୍ଲକ ଅଂଚଳ ରୁ ଆସିଥିବା ଲୋକେ ସାମୁହିକ ଓ ବ୍ୟକ୍ତିଗତ ସମସ୍ୟା ନେଇଁ ଅଭିଯୋଗ କରିଥିଲେ ! ଏଥିରେ ମୋଟ୨୨୧ଟି ଅଭିଯୋଗ ର ଶୁଣାଣି ହୋଇଥିଲା ! ସେଥିରୁ ବ୍ୟକ୍ତିଗତ ସମସ୍ୟା ନେଇଁ ୧୮୩ ଅଭିଯୋଗ ଆସିଥିବା ବେଳେ ସାମୁହିକ ସମସ୍ୟା ଉପରେ ୧୮ ଟି ଶୁଣାଣି ହୋଇଥିଲା ! ସେହିପରି ୯ ଗୋଟି ସମସ୍ୟା ର ତୁରନ୍ତ ସମାଧାନ କରାଯାଇଥିଲା ! ଅଭିଯୋଗ ଗୁଡିକ ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ର ଅଧିକାରୀ ଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ! ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଙ୍କ ଦ୍ୱାରା ଜଣଙ୍କୁ ବସ ପାସ,୩ ଜଣ ଭିନ୍ନକ୍ଷମ ଙ୍କୁ ଟ୍ରାଇ ସାଇକେଲ,୧୦ ଜଣ ହିତାଧିକାରୀ ଙ୍କୁ ମଧୁବାବୁ ପେନସନ ପ୍ରଦାନ,୧୦ ଜଣ ଛାତ୍ରଛାତ୍ରୀ ଙ୍କୁ ଵାଣିଶ୍ରୀ ବୃତ୍ତି ରାଶି ଏବଂ ୧୦ ଜଣଙ୍କୁ ଆଶା ବାଡ଼ି ପ୍ରଦାନ କରାଯାଇଥିଲା ! ତେବେ ତେନ୍ତୁଳିଖୁଣ୍ଟି ପ୍ରସିଦ୍ଧ ଘୁମରେଶ୍ବର ଶୈବ ପୀଠ ନିକଟରେ ଥିବା ଜଙ୍ଗଲ ସୁରକ୍ଷା ନେଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅଭିଯୋଗ ହୋଇଥିଲା !
ସେହିପରି ସ୍ଥାନୀୟ ତେନ୍ତୁଳିଖୁଣ୍ଟି ସଦର ମହାକୁମ୍ମା ଠାରେ ଜେଏମଏଫସି କୋର୍ଟ ସ୍ଥାପନ ନିମନ୍ତେ ଗ୍ରାମବାସୀ ଅଭିଯୋଗ କରିଥିଲେ ! ପୁଜାରୀଗୁଡା ପଂଚାୟତ ଅନ୍ତର୍ଗତ ବଗେଇପଦର ଠାରୁ କାଦମାଳି ପର୍ଯ୍ୟନ୍ତ ୪ କିଲୋମିଟର ଏବଂ କପାଟସିଲ ଠାରୁ ଡୁଲୁଘାଟି ପର୍ଯ୍ୟନ୍ତ ୨ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଅଭିଯୋଗ ହୋଇଥିଲା ! ସେହିପରି ଜିଲ୍ଲା ଜଙ୍ଗଲ ଜମି ସୁରକ୍ଷା କମିଟି ପକ୍ଷରୁ ଜଙ୍ଗଲ ଜମି କମିଟି ପ୍ରତ୍ୟେକ ଗ୍ରାମରେ ଗଠନ ପାଇଁ ଅଭିଯୋଗ ହୋଇଥିଲା ! ଆଜିର ଅଭିଯୋଗ ଶୁଣାଣି ବୈଠକ ରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନ୍ୟା ଦାସ, ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା, ଉପ ଜିଲ୍ଲାପାଳ ଅଶୋକ ମିଶ୍ର,ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ବିଡିଓ ମନୋଜ ପାଣିଗ୍ରାହୀ,ତହସିଲଦାର ଅଶୋକ ମୁଦୁଲି,ବିଇଓ ସୌମେନ୍ଦ୍ର ଭୌମିକ ଙ୍କ ସମେତ ସମସ୍ତ ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ !







