ହେଡଲାଇନସ୍:

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ଆହୁତ ଜିଲ୍ଲାସ୍ତରୀୟ ପେନସନ୍ଅଦାଲତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର :ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ଓଡ଼ିଶାର ସମସ୍ତ 30 ଗୋଟି ଜିଲ୍ଲାରେ ଚାକିରିରୁ ଅବସର ଗ୍ରହଣ କରିଥିବା ଶିକ୍ଷକ ତଥା ଅନ୍ୟାନ୍ୟ କର୍ମଚାରୀମାନଙ୍କର ପେନସନ୍ସୁରୁଖୁରୁରେ ପ୍ରାପ୍ତି ପାଇଁ ଏକ ସରଳ ପ୍ରଚେଷ୍ଟା କରାଯାଇଅଛି।
ଏହି ପରିକଳ୍ପନା ଅନୁଯାୟୀ ଆସନ୍ତା ତା୧୮/୧୧ /୨୦୨୩ରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ଅନୁଗୁଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ଵାରା ଏକ ପେନସନ୍ଅଦାଲତ ଅନୁଷ୍ଠିତ ହେବ।ଉକ୍ତ ପେନସନ୍ଅଦାଲତରେ ଜିଲ୍ଲାର ସମସ୍ତ ପେନସନ୍ ମଞ୍ଜୁର କରୁଥିବା ଅଧିକାରୀ, Controller of Accounts, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ(DSE) ଓଡ଼ିଶା, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ (DEE) ଓଡ଼ିଶା, TE & SCERT ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀମାନେ ଉପସ୍ଥିତ ରହିବେ।
ଉକ୍ତ ପେନସନ ଅଦାଲତରେ ଜିଲ୍ଲାର ସମସ୍ତ ପେନସନ ମଞ୍ଜୁର କରୁଥିବା ଅଧିକାରୀ, ଚାକିରିରୁ ଅବସର ନେଇଥିବା ଏବଂ ପେନସନ ପାଇବା ପାଇଁ ଅପେକ୍ଷା କରୁଥିବା ସମସ୍ତ କର୍ମଚାରୀଙ୍କର ପେନସନ୍ସଙ୍କ୍ରାନ୍ତୀୟ କାଗଜପତ୍ର ସହିତ ଉପସ୍ଥିତ ରହିବେ।
ଉପରୋକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ସମସ୍ତ ଅବସର ପ୍ରାପ୍ତ ତଥା ପେନସନ ପାଇବା ପାଇଁ ଅପେକ୍ଷାରତ ଶିକ୍ଷକ ତଥା ଅନ୍ୟାନ୍ୟ କର୍ମଚାରୀମାନେ ଯେଭଳି ଉକ୍ତ ପେନସନ୍ଅଦାଲତରେ ଉପସ୍ଥିତ ରହି ତାଙ୍କର କାର୍ଯ୍ୟ ସମ୍ପାଦ ନକରି ପାରିବେ ସେଥିପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ବହୁଳପ୍ରଚାର ମାଧ୍ୟମରେ ଉପରୋକ୍ତ କାର୍ଯ୍ୟକ୍ରମ ବିଷୟରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଅବଗତି ପାଇଁ କାର୍ଯ୍ୟକ୍ରମ କରିବେ।

ଏହିଭଳି ଓଡ଼ିଶାର ସମସ୍ତ ଜିଲ୍ଲା ମାନଙ୍କରେ ପର୍ଯ୍ୟାୟ କ୍ରମେ ପେନସନ୍ଅଦାଲତ ଅନୁଷ୍ଠିତ ହେବ।

0
0
0
s2sdefault