ଜଗତସିଂହପୁର ତା.09.11.23ରିଖ: ଗତ ପଞ୍ଚାୟତ ନିର୍ବାଚନ 2022 ରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟୋଜିତ 178 ଟି ଗାଡି ମାଲିକ ମାନଙ୍କୁ ଏ ପର୍ଯ୍ୟନ୍ତ ସେମାନଙ୍କର ପ୍ରାପ୍ୟ ଅର୍ଥରାଶି ପ୍ରଦାନ କରାଯାଇପାରିନାହିଁ। ଗାଡି ମାଲିକ ମାନଙ୍କ ଦ୍ଵାରା ପ୍ରଦତ୍ତ ବ୍ୟାଙ୍କ ଆକାଉଣ୍ଟ ର ସବିଶେଷ ବିବରଣୀ ଉପଲବ୍ଧ ନଥିବାରୁ ଏହି ଅର୍ଥରାଶି କାର୍ଯ୍ୟାଳୟ ରେ ରହିଅଛି। ରାଜ୍ଯ ନିର୍ବାଚନ କମିଶନ, ଓଡିଶା, ଙ୍କ ନିର୍ଦ୍ଦେଶ କ୍ରମେ ଏହି ଅର୍ଥ, କମିଶନ କୁ 7 ଦିନ ମଧ୍ୟରେ ଫେରସ୍ତ ହୋଇଯିବ। ତେଣୁ ଜିଲ୍ଲା ପ୍ରଶାସନ ତରଫରୁ ଉକ୍ତ 178 ଜଣ ଗାଡି ମାଲିକ ଙ୍କୁ ସେମାନଙ୍କର ସମସ୍ତ ଜରୁରୀ କାଗଜପତ୍ର ସହ ବ୍ୟାଙ୍କ ଆକାଉଣ୍ଟ ର ସବିଶେଷ ବିବରଣୀ ଜିଲ୍ଲା ପଞ୍ଚାୟତ ଅଧିକାରୀ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଙ୍କ ପାଖରେ ଆଗାମୀ ତା17.11.23ରିଖ ସୁଦ୍ଧା ପଇଠ କରିବାକୁ ଅନୁରୋଧ କରାଯାଉଅଛି। ଅନ୍ୟଥା ସେମାନେ ଏହି ଦାବି ପାଇଁ ଅନିଚ୍ଛୁକ ବୋଲି ଗ୍ରହଣ କରାଯିବ।ଜରୁରୀ କାଗଜ ର ବିବରଣୀ ନିମ୍ନ ରେ ପ୍ରଦତ୍ତ କରାଗଲା।
1. ଆର. ସି ବୁକ ର ଜେରକ୍ସ
2 .ଗାଡି ମାଲିକ ଙ୍କ ବ୍ୟାଙ୍କ ଆକାଉଣ୍ଟ ଜେରକ୍ସ
3. ଅଧିଗ୍ରହଣ ଓ ରିଲିଭ ର ଅର୍ଡର
4 .ଆଧାର ବା ଭୋଟ ପରିଚୟ ପତ୍ର ର ଜେରକ୍ସ
ସମସ୍ତ କାଗଜପତ୍ର ରେ ଦାବିଦାର ଙ୍କ ହସ୍ତାକ୍ଷର ରହିବା ଆବଶ୍ୟକ।
ଏ ସଂକ୍ରାନ୍ତୀୟ ସମସ୍ତ ତଥ୍ଯ ଜିଲ୍ଲାର ୱେବ୍ ସାଇଟ୍
www.jagatsinghpur.nic.in ରେ ଉପଲବ୍ଧ। ଏଣୁ ଯଥାଶୀଘ୍ର ଏହି ଅର୍ଥ ଗ୍ରହଣ କରିବାକୁ ଗାଡି ମାଲିକ ମାନଙ୍କୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଉଛି।
ରାଜ୍ୟ
ପଞ୍ଚାୟତ ନିର୍ବାଚନ2022 ରେ ନିୟୋଜିତ ଗାଡିର ବକେୟା ଅର୍ଥ ପ୍ରଦାନ
- Hits: 333








