ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ କୁସୁମ ବନ୍ଦ ମିନି ଷ୍ଟାଡିୟମ ଠାରେ ଗତ ୪ ତାରିଖରୁ ଚାଲି ଆସିଥିବା ମା ଦୂଲ୍ଲାର ଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସରେ ସ୍ଥାନୀୟ କୁସୁମ ବନ୍ଧ ଦଳ ଓ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଚିତ୍ରକୁଟ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।୧୬ ଟି ଦଳ କୁ ନେଇ ଚାଲି ଆସିଥିବା ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଏକ ତରଫା ଭାବେ ଚିତ୍ରକୁଟ ଦଳ ସ୍ଥାନୀୟ କୁସୁମ ବନ୍ଧ ଦଳକୁ ୪/୦ ଗୋଲ ରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟ ଚାମ୍ପିଅନ ହୋଇଥିଲେ। ଉଦଯାପନୀ ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତି ରାମ ନାୟକ, ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ,ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, ଚଚରାଗୁଡ଼ା ସରପଞ୍ଚ ରଞ୍ଜୁ ଭତରା ,ସାଂସଦ ଙ୍କ ପ୍ରତିନିଧି ଏମ ଆପ୍ପା ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଡାବୁଗାଁ ବ୍ଲକ ବିଜେଡି ସମ୍ପାଦକ ଆର ପ୍ରକାଶ ରାଓ, ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି କାର୍ତ୍ତିକ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥି ମାନଙ୍କ ଦ୍ଵାରା ବିଜୟି ଚିତ୍ରକୁଟ ଦଳକୁ ଟ୍ରଫି ସହ ୧୫ ହଜାର ଟଙ୍କା ଓ ଫାଇନାଲ ରେ ପରାଜିତ ସ୍ଥାନୀୟ କୁସୁମ ବନ୍ଧ ଦଳକୁ ଟ୍ରଫି ସହ ୧୦ ହଜାର ଟଙ୍କାର ଅର୍ଥ ରାଶି ପୁରସ୍କୃତ କରାଯାଇଥିଲା। ଉମରକୋଟ ବିଜୁ ପଟ୍ଟନାୟକ ଦଳକୁ ଶ୍ରେଷ୍ଠ ଦଳ ଭାବେ ପୁରସ୍କୃତ କରାଯାଇଥିବା ବେଳେ ଚିତ୍ରକୁଟ ର ଅମିତ ଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା। ଆଜିର ଫାଇନାଲ ମ୍ୟାଚ ରେ ଚୈତୁ ସାନ୍ତା ଓ ଏମ ଆରିଆ ରେଫରି ଭାବେ ମ୍ୟାଚ ପରିଚାଳନା କରିଥିବା ବେଳେ ଭାସ୍ୟକାର ଭାବେ ବୁଲୁ ସାନ୍ତା ଥିଲେ। କୁସୁମ ବନ୍ଧ ଖେଳ ପରିଚାଳନା କମିଟି ସଭାପତି ସୁବାଷ ଚନ୍ଦ୍ର ଷଡଙ୍ଗୀ, ଉପ ସଭାପତି କୁମପାଣି ମାଝୀ, ହିରାଧର ପୂଜାରୀ ଓ ଡମଣା ପୂଜାରୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିବା ବେଳେ କୁସୁମ ବନ୍ଧ ନେତାଜୀ ଯୁବକ ସଂଘ ର ଯୁବକ ମାନେ ଖେଳ ପରିଚାଳନା ରେ ସହଯୋଗ କରିଥିଲେ। ଆଜିର ଫୁଟବଲ ଫାଇନାଲ ମ୍ୟାଚ ଦେଖିବାକୁ ଆଖପାଖ ଗ୍ରାମର ୨ ହଜାର ରୁ ଉର୍ଦ୍ଧ କ୍ରୀଡ଼ାପ୍ରେମୀ ଯୋଗ ଦେଇଥିଲେ।
ରାଜ୍ୟ
ମା ଦୂଲ୍ଲାର ଦେଇ ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ , ଚିତ୍ରକୁଟ ଚାମ୍ପିଅନ
- Hits: 263








