ରାୟଗଡା /କାଶୀପୁର ରୁ ବୈକୁଣ୍ଠ ଦୁରିଆ -କାଶୀପୁର, ୯/୧୦ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସାଗବାରୀ ଗ୍ରାମର ଜଣେ ନିରୀହ ଆଦିବାସୀ ଯୁବକ ଙ୍କ ଏକ ଦୟନୀୟ ପରିସ୍ଥିତିରେ ପଡି ଦୀର୍ଘ ଦିନ ଧରି ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ମୈତ୍ରୀ ଇଂଫ୍ରା ମାଲିକ ତାଙ୍କ ପାଇଁ ଦେବଦୂତ ସାଜି ମୃତ୍ୟୁମୁଖରୁ ବଞ୍ଚାଇ ପରିବାର ପ୍ରତି ଏକ ପୁନର୍ଜୀବନ ପ୍ରଦାନ କରିଥିବା ନେଇ ସଂସ୍ଥା ମାଲିକ ଶ୍ରୀନିବାସ ରାଓ ଙ୍କୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ସାଧୁବାଦ ଜଣାଉଥିବା ଦେଖିବାକୁ ମିଳିଛି ।
ପ୍ରକାଶ ଥାଉକି ଗ୍ରାମବାସୀଙ୍କ ସୂଚନା ପ୍ରକାରେ ଉକ୍ତ ଗ୍ରାମର ଲୋକନାଥ ମାଝି ନାମକୁ ଚାଷୀ ସସ୍ତ୍ରୀ ସମେତ ଦୁଇ ପୁଅ ଓ ଗୋଟିଏ ଝିଅ କୁ ନେଇ ତାଙ୍କ ପରିବାର । ସେ କୁଶିଳ କାରିଗର ନ ଥାଇ ମଧ୍ୟ ପର୍ବ ପର୍ବାଣ ହେଉକି କୌଣସି ଭଲ ମନ୍ଦ ପରିସ୍ଥିତି ରେ ଗାଁ ର କୌଣସି ବିଦ୍ୟୁତ ଜନିତ ତ୍ରୁଟି ରେ ସହାୟକ ହେଇଥାନ୍ତି । ଏକ ଅଭାବନୀୟ ଘଟଣା ର ସାମ୍ନା ହେଇଯାଇଥିଲା ଲୋକନାଥ ମାଝୀ ଙ୍କ କ୍ଷେତ୍ରରେ । ଯାହା ତିନି ମାସ ପୂର୍ବେ ଗାଁ ରେ କୌଣସି କାରଣରୁ କିଛିଦିନ ଧରି ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ଗ୍ରାମବାସୀ ଙ୍କ ଅନୁରୋଧ କ୍ରମେ ସେ ମରାମତି ସକାଶେ ୧୧ କେଭି ଯୁକ୍ତ ଏକ ବିଦ୍ୟୁତ ଖୁଣ୍ଟ ରେ ଚଡି ତ୍ରୁଟି ସଜାଡୁଥିଲେ । ହେଲେ ଅସାବଧାନତା ହେଲାଥିଲା ତାଙ୍କ ପାଇଁ ଏକ କାଳ । କାମ କରୁଥିବା ସମୟରେ କୌଣସି କାରଣରୁ ବିଦ୍ୟୁତ ସଂସ୍ପର୍ଶରେ ଆସି କିଛି ସମୟ ବିଦ୍ୟୁତତାର ଉପରେ ଅହଳି ଲାଗି ପରେ ତଳକୁ କଚାଡି ପଡି ଯାଇଥିଲେ । ଅଭାବନୀୟ ଘଟଣା ରେ ତାଙ୍କ ବାମ ହାତ ଘଟଣା ସ୍ଥଳରେ ସମ୍ପୁର୍ଣ୍ଣ ଛିଣ୍ଡି ଯାଇଥିବା ବେଳେ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ହେଇ ସଂଜ୍ଞାହୀନ ଅବସ୍ଥା ହେଇଯାଇଥିଲେ । ଘଟଣା ପରେ ଗ୍ରାମବାସୀ କିଂ କର୍ତ୍ତବ୍ୟ ମୁଡ ସାଜି କୌଣସି ପ୍ରକାର ରେ କାଶୀପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣି ଭର୍ତ୍ତି କରି ଦାଇତ୍ୱ ରୁ ହାତ ଟେକି ଦେଇଥିଲେ । ଏଭଳି ସ୍ଥିତିରେ ଗୋଟିଏ ପଟେ ଦୟନୀୟ ଆର୍ଥିକ ଅବସ୍ଥା ସେପଟେ ଅଶିକ୍ଷିତ ଆଦିବାସୀ ସ୍ତ୍ରୀ ଜୟନ୍ତୀ ମାଝି ନିଜ ୩ ଛୁଆଁ ଓ ପିଡିତା ସ୍ୱାମୀ ଭଗବାନ ଭରଷା ରେ ଚିକିତ୍ସା ପାଇଁ କାଶୀପୁର ଠାରୁ ରାୟଗଡା, ବ୍ରହ୍ମପୁର ପରବର୍ତ୍ତୀ ସମୟରେ କଟକ ବଡ଼ ମେଡ଼ିକାଲ ରେ ଭର୍ତ୍ତି କରିଥିଲେ ।କିନ୍ତୁ ଅଭାବୀ ଚିକିତ୍ସା ହେତୁ ଶେଷରେ ନିରାଶ ଅବସ୍ଥା ରେ ଘରକୁ ଫେରିବାକୁ ପଡିଥିଲା । ଔଷଧ କିଣିବାକୁ ଓ ଭଲ ଚିକିତ୍ସା ପାଇଁ ଅର୍ଥ ର ଅଭାବ ହେତୁ ଦେଶୀ ଚିକିତ୍ସା ଆପଣାଇବାକୁ ବାଧ୍ୟ ହେଇଯାଇଥିଲେ । କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ବଦଳ ରେ ତାଙ୍କ ଘା ର ମାଂସ ଦିନ ପ୍ରତିଦିନ ସଡ଼ି ପୋକ ଆରମ୍ଭ ହେବାର ଲାଗିଯାଇଥିଲା । ପରିବାର ରେ କେବଳ ସେ ହିଁ ରୋଜଗାର କ୍ଷମ ଘରର ମୁଖିଆ ୩ ମାସ ଧରି କାମ ଧନ୍ଦା ନାହିଁ ସେପଟେ ଯାହା ଥିଲା ସର୍ବସ୍ବ ହରାଇଥିବା ବେଳେ ସ୍ତ୍ରୀ ଜୟନ୍ତୀ ୩ ଛୁଆ ଙ୍କୁ ନେଇ ଚିନ୍ତା ରେ ଦିନ କାଟୁଥିଲେ । କୌଣସି ପ୍ରକାରେ ଏ ସମ୍ପର୍କରେ ଖବର ପାଇ ମୈତ୍ରୀ ଇଂଫ୍ରା ମାଲିକ ଶ୍ରୀନିବାସ ରାଓ ସାଗବାରୀ ଗାଁ ତାଙ୍କ ଘରେ ପହଞ୍ଚି ଘଟଣା ର ସଂଜ୍ଞାନ ନେଇ ତୁରନ୍ତ ଏକ ଗାଡି ଯୋଗେ ବିଶାଖାପାଟଣା ସ୍ଥାନାନ୍ତର କରିଥିଲେ । ପୁଣି ଉଚ୍ଚ କୋଟିର ଚିକିତ୍ସା ନିମନ୍ତେ ଅଞ୍ଚଳର ସର୍ବତମ ଚିକିତ୍ସାଳୟ "ଆପଲ" ରେ ଭର୍ତି କରାଇଥିଲେ । ୨୦ ଦିନ ଧରି ଚିକିତ୍ସା ପରେ ବର୍ତ୍ତମାନ ସେ ୯୦% ସୁସ୍ଥତା ଅବସ୍ଥାରେ ଘରକୁ ଫେରିଛନ୍ତି । ବର୍ତ୍ତମାନ ପରିବାର ଓ ଗ୍ରାମବାସୀ ଙ୍କ ମହଲ ରେ ଏକ ଖୁସିର ଲହରୀ ଖେଳିଯାଇଥିବା ବେଳେ ଲକ୍ଷଣ ଙ୍କ ୨୦ ଦିନ ଧରି ଚିକିତ୍ସା ରେ ପ୍ରାୟ ୧୦ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରି ନୂତନ ଜୀବନ ଆଣିଦେଇଥିବା ରୁ ବାଦାନ୍ୟ ଉକ୍ତ ସଂସ୍ଥା ର ମାଲିକ ଶ୍ରୀନିବାସ ରାଓ ଙ୍କୁ ଗ୍ରାମବାସୀ ସହ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ବର୍ତ୍ତମାନ ଭୁରିୟ ପ୍ରସଙ୍ଗସା ସାଉଁଟି ଥିବା ଦେଖିବାକୁ ମିଳିଛି ।









