ହେଡଲାଇନସ୍:

ଓଡ଼ିଶାରେ କ୍ରୀଡ଼ାର ବିକାଶ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ଟାଇମ୍ସ ବିଜନେସ ଆୱାର୍ଡ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ନଭେମ୍ବର ୯, ୨୦୨୩: ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ଓଡିଶାର କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ସ୍ପୋର୍ଟ୍ସ ଡେଭେଲପମେଣ୍ଟ୍ ଏଣ୍ଡ ଇମ୍ପାକ୍ଟ’ ଶ୍ରେଣୀରେ ଟାଇମ୍ସ ବିଜନେସ ଆୱାର୍ଡ ଓଡିଶା ୨୦୨୩ ପୁରସ୍କାରରେ ସମ୍ମାନିତ କରାଯାଇଛି। ନଭେମ୍ବର ୮, ୨୦୨୩ ଦିନ ଭୁବନେଶ୍ୱରରେ ଆୟୋଜିତ ଏକ ସମାରୋହରେ ପ୍ରଖ୍ୟାତ ଅଭିନେତା ଶ୍ରୀ ବୋମନ୍ ଇରାନୀଙ୍କ ଦ୍ୱାରା ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥିଲା । କମ୍ପାନୀ ପକ୍ଷରୁ ଶ୍ରୀ ଭର୍ଜିଲ ଲାକ୍ରା (ଡିଜିଏମ - ସିଏସଆର) ଏବଂ ଶ୍ରୀ ସୁବ୍ରତ ତ୍ରିପାଠୀ (ମ୍ୟାନେଜର - ସିଏସଆର) ଏହି ସମ୍ମାନ ଗ୍ରହଣ କରିଥିଲେ ।
ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଏହାର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଓଡିଶାର ଗ୍ରାମାଞ୍ଚଳ ତଥା ଆଦିବାସୀ ଅଞ୍ଚଳରେ କ୍ରୀଡ଼ାର ବିକାଶ କ୍ଷେତରେ ବିଶେଷ କାର୍ଯ୍ୟ କରିଆସୁଛି । କମ୍ପାନୀର ସାମାଜିକ ସଂସ୍ଥା, ଜେଏସପି ଫାଉଣ୍ଡେସନ୍, ସ୍ଥାନୀୟ ଯୁବକମାନଙ୍କ ଫିଟନେସ୍ ଏବଂ କ୍ରିଡା କୌଶଳ ବିକାଶ ନିମନ୍ତେ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ, ପ୍ରଶିକ୍ଷଣ ଏବଂ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ ବ୍ୟବସ୍ଥା କରି କ୍ରୀଡ଼ାବିତ ଏବଂ ପାରମ୍ପରିକ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।
ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ନେତୃତ୍ଵାଧୀନ ଜେଏସପି ଫାଉଣ୍ଡେସନ ଗ୍ରାମାଞ୍ଚଳରେ ତୃଣମୂଳ ହକିକୁ ପ୍ରୋତ୍ସାହିତ କରିବା ନିମନ୍ତେ ଦିଲୀପ ତିର୍କି ଫାଉଣ୍ଡେସନ ସହଭାଗିତାରେ ୨୧୫ ଗ୍ରାମରେ ୫,୦୦୦ ରୁ ଅଧିକ ଉଦୀୟମାନ ହକି ପ୍ରତିଭାକୁ ସହାୟତା ଯୋଗାଇ ଦେଉଛି । ଏହା ବ୍ୟତୀତ ବର୍ଷରେ ବିଭିନ୍ନ ସମୟରେ ଗ୍ରାମାଞ୍ଚଳରେ କ୍ରିଡା ପ୍ରତିଯୋଗିତା ଆୟୋଜନ କରି ସ୍ଥାନୀୟ କ୍ରୀଡ଼ାବିତ ମାନଙ୍କୁ ମଧ୍ୟ ପ୍ରୋତ୍ସାହିତ କରୁଛି ।
କେନ୍ଦୁଝର ଜିଲ୍ଲା ବଡବିଲ ଠାରେ ସ୍ଵିକୃତିପ୍ରାପ୍ତ ପ୍ରଶିକ୍ଷକଙ୍କ ଦ୍ୱାରା ତାଲିମ ପ୍ରଦାନ ସହିତ ଉଚ୍ଚମାନର ଭିତ୍ତିଭୂମି ତଥା ପୁଷ୍ଟିକର ଖାଦ୍ୟ ସହାୟତା ପ୍ରଦାନ କରି, ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ଉସୁ ଖେଳାଳୀ ସୃଷ୍ଟି କରିବାରେ ଜେଏସପି ଫାଉଣ୍ଡେସନ ପ୍ରମୂଖ ଭୂମିକା ଗ୍ରହଣ କରିଛି । ପ୍ରତିଭାଶାଳୀ ଯୁବ କ୍ରୀଡ଼ାବିତଙ୍କୁ କ୍ରୀଡା ଏବଂ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଆବାସିକ ସୁବିଧା ପ୍ରଦାନ କରିବା ନିମନ୍ତେ ଜେଏସପି ଦ୍ବାରା ଏଠାରେ ଜିନ୍ଦଲ କ୍ରୀଡ଼ା ଛାତ୍ରବସ୍କ ପ୍ରତିଷ୍ଠା କରାଯାଇଛି । ସେହିପରି ସୁନ୍ଦରଗଡ ଜିଲ୍ଲାରେ ୫୦ ଜଣରୁ ଅଧିକ ବାଳିକା ମାନଙ୍କୁ ନେଇ ହକି ଟିମ ଗଠନକରି ସେମାନଙ୍କୁ ପୁଷ୍ଟିକର ଖାଦ୍ଯ, ପ୍ରଶିକ୍ଷଣ, କ୍ରୀଡା ଉପକରଣ ଏବଂ ଅନ୍ୟାନ୍ୟ ସୁବିଧା କମ୍ପାନୀ ପ୍ରଦାନ କରୁଛି ।
ଏହି ସମ୍ମାନଜନକ ପୁରସ୍କାର ପାଇଁ ଜୁରୀ ମାନଙ୍କୁ ଧନ୍ୟବାଦ ଜଣାଇ ଗ୍ରୁପ୍ ସିଏସ୍ଆର୍ ମୁଖ୍ୟ ଶ୍ରୀ ପ୍ରଶାନ୍ତ ହୋତା କହିଛନ୍ତି ଯେ “ଗ୍ରାମାଞ୍ଚଳ ତଥା ଆଦିବାସୀ ଯୁବକମାନଙ୍କ କ୍ରୀଡ଼ା ପ୍ରତିଭାର ବିକାଶ କରିବା ତଥା ଦେଶ ପାଇଁ ପୁରସ୍କାର ଆଣିବା ନିମନ୍ତେ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଜେଏସପି ପ୍ରତିଶୃତିବଦ୍ଧ । ଆମର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ନିଜେ ଦେଶର ଏକ ପ୍ରତିଷ୍ଠିତ କ୍ରୀଡ଼ା ପ୍ରତିଭା ଅଟନ୍ତି ଏବଂ ଗ୍ରାମାଞ୍ଚଳ ତଥା ଆଦିବାସୀ କ୍ରୀଡା ପ୍ରତିଭାର ବିକାଶ କରିବା ଏବଂ ଭାରତର ଗ୍ରାମାଞ୍ଚଳରେ କ୍ରୀଡାର ଉନ୍ନତି ନିମନ୍ତେ ଆବଶ୍ୟକୀୟ ସୁବିଧା ଓ ଭିତ୍ତିଭୂମି ଉପଲବ୍ଧ କରିବା ପାଇଁ ସେ ଆମ ପାଇଁ ଏକ ଦୂରଦୃଷ୍ଟି ସମ୍ପନ୍ନ ଲକ୍ଷ୍ୟ ନିର୍ଦ୍ଧାରିତ କରିଛନ୍ତି । ଦେଶ ପାଇଁ ଗୌରବ ଆଣିବାର ସ୍ୱପ୍ନ ଦେଖୁଥିବା ୩୦,୦୦୦ରୁ ଅଧିକ କ୍ରୀଡା ପ୍ରତିଭାଙ୍କୁ ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ନେତୃତ୍ବରେ ଜେଏସପି ଫାଉଣ୍ଡେସନ୍ ସହାୟତା ପ୍ରଦାନ କରୁଛି”।

0
0
0
s2sdefault