ଝାରବନ୍ଧ - ମନୋହର ଦାଶ: ଛତିଶଗଡ଼ ରାଜ୍ୟରେ ଆସନ୍ତା 17/11 ରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଲେ l ନିର୍ବାଚନ କିପରି ନିରପେକ୍ଷ ଏବଂ ଅବାଧ ହେବ ସେଥିପ୍ରତି ବରଗଡ଼ ଜିଲ୍ଲା ର ଜଗଦଳପୁର ଝାରବନ୍ଧ ପୋଲିସ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରୁଛି l ସୀମାନ୍ତରେ ଜଗଦଳପୁର,ଝାରବନ୍ଧ ପୋଲିସ ଦିନ ରାତି ରହି ଯାନବାହନ ଚେକିଂ କରୁଛି l ଜଗଦଲପୁର ଥାନା ସୀମାନ୍ତ ଧୌରlଭଟା, ଲଉଡ଼ିଦରହା ଝାରବନ୍ଧ ଥାନା ଭୈସାଦରହା, ଡ଼ଭା, ଛୋଟ ଅନକି ନିକଟ ରେ ପୋଲିସ ତନଖି କରୁଛି ସୀମାନ୍ତ ରେ ମଦ ବେପାର ଉପରେ ମଧ୍ୟ୍ୟ ନଜର ରଖି ଜୋରଦାର ଧରପକଡ ଚାଲିଛି l ଏହି ରାସ୍ତା ଗୁଡିକ ଛତିଶଗଡ଼ ରାଜ୍ୟ ସହ ଲଉଡ଼ିଦର୍ହl, ଭୈସାଦର୍ହା କୁ ଯୋଗାଯୋଗ କରୁଥିବା ଏକ ପ୍ରମୁଖ ରାସ୍ତା ହୋଇଥିବା ବେଳେ ଅନେକ ସମୟ ରେ ଚୋରା ଗଞ୍ଜେଇ, ମଦ, କଫ ସିରଫ ଚୋରା ଚାଲାଣ ହେବାର ଆଶଙ୍କା ରହିଥିବାରୁ ଦିବା ରାତ୍ର ଯାନବାହନ ଚେକିଂ କରି କାଗଜ ପତ୍ର ଠିକ ଠାକ ଥିଲେ ଛଡା ଯାଉଛି ବୋଲି ଥାନା ଅଧିକାରୀ ବିପିନ ବାଗ କହିଛନ୍ତି l









