ହେଡଲାଇନସ୍:

ଗ୍ରାଉଣ୍ଡ୍ ଜିରୋରୁ ଡ଼ବ୍ଲ୍ୟୁଓଡିସି ସିଇଓ ଡକ୍ଟର ଅଜିତ କୁମାର ମିଶ୍ରଂକ ପ୍ରକଳ୍ପ ସମୀକ୍ଷା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର ( ଶିବଶିଷ ପଟ୍ଟନାୟକ ) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ଯ କାର୍ଯ୍ଯ ନିର୍ବାହୀ ଅଧିକାରୀ( ସିଇଓ) ଡକ୍ଟର ଅଜିତ କୁମାର ମିଶ୍ର ଆଜି ପରିଷଦର ବୈଷୟିକ ଟିମ୍ ସହ ପଦ୍ମପୁର ଗସ୍ତରେ ଆସି ବିକାଶ କାର୍ଯ୍ଯର ସମୀକ୍ଷା କରିଛନ୍ତି । ରାଜବୋଡ଼ାସମ୍ବର ବ୍ଲକ୍ ର ସମ୍ମିଳନୀ କକ୍ଷରେ ଡକ୍ଟର ଅଜିତ କୁମାର ମିଶ୍ରଂକ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ପଦ୍ମପୁର ଏନ୍ଏସି, ରାଜେବୋଡ଼ାସମ୍ବର ବ୍ଲକ୍ ଓ ପାଇକମାଲ ବ୍ଲକ୍ ରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପାଣ୍ଠିରୁ ନିର୍ମାଣଧିନ ଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ସ୍ଥିତି ସମୀକ୍ଷା କରାଯାଇଥିଲା । ଡକ୍ଟର ମିଶ୍ରଂକ ସହ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବୈଷୟିକ ପରାମର୍ଶଦାତା ଶ୍ରୀ ସୁନୀଲ କୁମାର ନାୟକ, ଯୋଜନା ଅଧିକାରୀ ଉଦ୍ଧବ ଚରଣ ନାୟକ ଆଦି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ । ଏହି ବୈଠକରେ ରାଜବୋଡ଼ାସମ୍ବର ବିଡିଓ ଶ୍ରୀ ଚନ୍ଦ୍ରମଣି ନାଗ, ଏନ୍ଏସି ଇଓ ରାମଚନ୍ଦ୍ର ମାଝି, ଏଇଇ ଅଂଶୁ କୁମାର୍ ଓ ଅନ୍ଯ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇ ନିଜ ନିଜ ଅଧିନରେ ଚାଲିଥିବା ସମସ୍ତ ପ୍ରକଳ୍ପର ସ୍ଥିତି ସଂପର୍କରେ ରିପୋର୍ଟ ଦେଇଥିଲେ ।
ସମୀକ୍ଷା ବୈଠକର ଆରମ୍ଭରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ତ୍ରିପାଠୀଂକ ଅଭିମତକୁ ସ୍ପଷ୍ଟକରି ମୁଖ୍ଯ କାର୍ଯ୍ଯ ନିର୍ବାହୀ ଅଧିକାରୀ ଡକ୍ଟର ଅଜିତ କୁମାର ମିଶ୍ର ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରକଳ୍ପ କାର୍ଯ୍ଯ ଶେଷ କରିବାକୁ ସବୁ ଅଧିକାରୀ ମାନଂକୁ ନିର୍ଦ୍ଦେଶ ଦେଇଥିଲେ । ଯାହା ବି ପ୍ରକଳ୍ପ ଅସଂପୂର୍ଣ୍ଣ ଅବସ୍ଥାରେ ରହିଛି ସେସବୁର ସମୀକ୍ଷାକରି ତଥ୍ଯ ଦେବାକୁ ସେ କହିଥିଲେ । ଯେଉଁ କ୍ଷେତ୍ରରେ ପ୍ରକଳ୍ପ ସଂପୂର୍ଣ୍ଣ କରିବା ପାଇଁ ଅଧିକ ପାଣ୍ଠିର ଆବଶ୍ଯକତା ରହିଛି ତାର ସବିଶେଷ ତଥ୍ଯ ( କଂପୋଜିଟ୍ ଏସ୍ଟିମେଟ୍) ଦେଲେ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ତ୍ରିପାଠୀ ଅଗ୍ରାଧିକାର ଭିତ୍ତିରେ ତାହା ମଂଜୁର କରିବେ ବୋଲି ଡକ୍ଟର ମିଶ୍ର କହିଥିଲେ। ଏହି ଅବସରରେ ସେ କ୍ଯାସବୁକ୍ ଓ ପାସବୁକ୍ ର ମଧ୍ୟ ଜାଂଚ୍ କରିଥିଲେ । ଏହି ଅବସରରେ ସେ କ୍ଷେତ୍ର ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପର କ୍ଷେତ୍ରିକ ସମୀକ୍ଷା ମଧ୍ଯ କରିଥିଲେ ଓ ସମସ୍ତ ପ୍ରକଳ୍ପର ସବିଶେଷ ତଥ୍ଯ ପ୍ରୋଜେକ୍ଟ ମୋନିଟରିଂଗ୍ ପୋର୍ଟାଲ୍ ରେ ଅପଲୋଡ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

0
0
0
s2sdefault