ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ଆଜି ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ କୁ ନେଇ ,ସି ପି ଆଇ (ଏମ ଏଲ) ଲିବରେସନ ତରଫରୁ ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଗୁଣପୁର ପୁରୁଣା ବସଷ୍ଟାଣ୍ଡ ଠାରେ ଏକ ପ୍ରତିବାଦ ସଭା କରାଯାଇଥିଲା । ଇସ୍ରାଏଲ ଦୀର୍ଘ ଏକ ମାସ ଧରି ଗାଜାପଟି ଓ ପାଲେଷ୍ଟାଇନ ସାଧାରଣ ଜନତାଙ୍କ ଉପରେ ଯେପରି ଭାବରେ ପ୍ରତିଶୋଧ ପରାୟଣ ହୋଇ ଆକ୍ରମଣ କରୁଛି ତୁରନ୍ତ ଯୁଦ୍ଧ ବନ୍ଦ କରି ଶାନ୍ତି ପ୍ରତିଷ୍ଠା କରିବାକୁ , ସିପିଆଇ (ଏମଏଲ) ଲିବରେସନ ଓ ଏଆଇସିସିଟିୟୁ (ଏକଟୁ) ପକ୍ଷରୁ ଦାବି କରିବାସହ ଦୃଢ଼ ପ୍ରତିବାଦ କରାଯାଇଛି । ଏକ ମାସ ମଧ୍ୟରେ ୧୦୦୦୦ଲୋକ ନିହତ ହୋଇଥିବାବେଳେ ୪୦୦୦ ରୁ ଉର୍ଦ୍ଧ ଶିଶୁ ମୃତ୍ୟୁ ର ଶିକାର ହୋଇଛନ୍ତି । ଏପରିକି ଗାଜାରେ ରିଲିଫ ସାମଗ୍ରୀ ପହଞ୍ଚାଇବା ରେ ମଧ୍ୟ ବାଧା ସୃଷ୍ଟି ହେଉଛି ।
ରାଜନୈତିକ ଆଲୋଚନା ମାଧ୍ୟମରେ ଏହି ସମସ୍ୟାକୁ ସମାଧାନ କରି ଯୁଦ୍ଧ ବନ୍ଦ କରିବାକୁ ହେବ ବୋଲି ସିପିଆଇ (ଏମଏଲ)ଲିବରେସନ ଜିଲ୍ଲା ସମ୍ପାଦକ ତିରୁପତି ଗମାଙ୍ଗ କହିଛନ୍ତି।
ଅନ୍ୟ ପକ୍ଷରେ ବିଜୁଳି,ପାଣି ଲାଗି ସାଧାରଣ ଜନତା ହଇରାଣ ହେଉଛନ୍ତି , ଲକ୍ଷ୍ୟ ଲକ୍ଷ୍ୟ ଲୋକ ବିସ୍ଥାପିତ ହୋଇ ପଡୋଶୀ ଦେଶକୁ ପଳାଇଛନ୍ତି । ଡାକ୍ତର ଖାନା ଉପରେ ଆକ୍ରମଣ କରାଯାଉଛି ଯାହା ଏକ ଅମାନବୀୟ ଘଟଣା , ଏହାକୁ ନିନ୍ଦା କରାଯାଇଛି। ଆଜିର ଏହି ପ୍ରତିବାଦ ସଭାକୁ ତ୍ରିପତି ଗମାଙ୍ଗ ପରିଚାଳନା କରିଥିବା ବେଳେ ଅନାସିମ ଶବର , ମିନ ଶବର , ଗଣେଶ ଶବର , ରାଇନା ଶବର , ନିରଞ୍ଜନ ଶବର , ପିଙ୍କି ଶବର ପ୍ରମୁଖ ସହଯୋଗ କରିଥିଲେ ।









