ପୁର୍ତ୍ତ ବିଭାଗର ସଚିବ ଙ୍କର ନୃସିଂହନାଥ ପରିଦର୍ଶନ
ବରଗଡ :- ପ୍ରସିଦ୍ଧ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପାରିପାର୍ଶ୍ବିକ ଉନ୍ନତି , ଏହି ତୀର୍ଥ କ୍ଷେତ୍ର କୁ ଆସୁଥିବା ତୀର୍ଥଯାତ୍ରୀ ତଥା ଗନ୍ଧମାର୍ଦ୍ଦନ ପର୍ବତ ର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଆସୁଥିବା ପର୍ଯଟକ ମାନଙ୍କ ପାଇଁ ଉତ୍ତମ ବ୍ୟବସ୍ଥା ପ୍ରଦାନ କରାଯିବା ପାଇଁ , ରାଜ୍ୟ ସରକାର ଙ୍କର ତରଫରୁ ପ୍ରାୟ 22 କୋଟି ଟଙ୍କା ବ୍ୟୟ ଅଟକଳ ରେ ପ୍ରଥମ ପର୍ଯ୍ୟାୟ ର କାମ ବର୍ତ୍ତମାନ ଜାରି ରହିଛି । ଗତ କିଛି ମାସ ତଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ତତ୍କାଳୀନ ବ୍ୟକ୍ତିଗତ ସଚିବ ଶ୍ରୀ ଭିକେ ପଣ୍ଡିଆନ ନୃସିଂହନାଥ ଗସ୍ତ ରେ ଆସିଥିବା ସମୟରେ , ପ୍ରଥମ ପର୍ଯ୍ୟାୟ ର ସମସ୍ତ କାର୍ୟ୍ଯ ଡିସେମ୍ବର ମାସ ସୁଦ୍ଧା ଶେଷ ହୋଇଯିବ ବୋଲି ଘୋଷଣା କରିଥିଲେ । ହେଲେ ଜର୍ୟ୍ଯ ର ପ୍ରଗତି ଦେଖିଲେ ଲାଗୁ ନାହିଁ ଯେ ଏହା କୋଣସି ମତେ ସମ୍ଭବ ।
ଆଜି ପୂର୍ତ୍ତ ବିଭାଗ ର ସଚିବ ଶ୍ରୀ ଭି ଭି ଯାଦବ ତଥା ମୁଖ୍ୟ ଯନ୍ତ୍ରୀ ନୃସିଂହନାଥ ମନ୍ଦିର ପରିଦର୍ଶନ ରେ ଆସି ବିଭାଗ ଦ୍ଵାରା ହେଉଥିବା କାମ ସବୁ ବୁଲି ଦେଖିଥିଲେ । ଅନେକ ସ୍ଥାନରେ କାମ ର ମାନ ତଥା ବ୍ୟବହାର କରାଯାଉଥିବା ସାମଗ୍ରୀ ଦେଖି ବିଭାଗୀୟ ଅଧିକାରୀ ମାନଙ୍କ ଉପରେ ବର୍ଷିଥିଲେ ମୁଖ୍ୟ ସଚିବ । ସଚିବ ଙ୍କର କୋଣସି ପ୍ରଶ୍ନ ର ଠିକ ଜବାବ ରଖି ପାରୁ ନଥିଲେ ବିଭାଗୀୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଆଲୋକ ନାୟକ ଓ ଆର୍କିଟେକ୍ଚର । ତିଆରି ହୋଇଥିବା ଡିଜାଇନ ରେ କିଛି ସ୍ଥାନରେ ସମସ୍ୟା ରହିଥିବା କଥା ମଧ୍ୟ ଜଣା ପଡିଥିଲା । ଏପଟେ କାମ ସାରିବାର ସମୟ ପାଖେଇ ଆସୁଥିବା ବେଳେ ଏବେ ମଧ୍ୟ ବହୁତ କମ ବାକିଅଛି । କାମ ଦେଖି ସଚିବ ସ୍ପଷ୍ଟ ଭାବରେ ଅନୁମାନ କରି ପାରିଥିଲେ ଯେ ଏତେ ମହତ୍ୱପୂର୍ଣ୍ଣ ପ୍ରକଳ୍ପ କୁ ବିଭାଗୀୟ ଅଧିକାରୀ ତଥା ଆର୍କିଟେକ୍ଚ ଠିକ ଭାବରେ ନିୟମିତ ତଦାରଖ କରୁ ନାହାନ୍ତି । କାର୍ୟ୍ଯ ରେ ତଦାରଖ ଅଭାବ ରୁ ଏମିତି ହେଉଛି , ଆପଣ ସରକାର ପାଇଁ କାମ କରୁଛନ୍ତି ନା ଏଜେନ୍ସି ପାଇଁ ବୋଲି କାର୍ୟ୍ଯ ନିର୍ବାହୀ ଯନ୍ତ୍ରୀ ଆଲୋକ ନାୟକ ଙ୍କୁ ପ୍ରଶ୍ନ କରିଥିଲେ ମୁଖ୍ୟ ସଚିବ । ଅନ୍ୟପଟେ କାର୍ୟ୍ଯ ରେ ବ୍ୟବହାର ହେବାକୁ ଥିବା କୋଣସି ସାମଗ୍ରୀ ର ମାନରେ କୋଣସି ପ୍ରକାର କମ୍ପ୍ରମାଇଜ ନ କରିବାକୁ ଓ ସବୁଠାରୁ ବେଷ୍ଟ କ୍ଵଲିଟି ର ସାମଗ୍ରୀ ବ୍ୟବହାର କରିବା ପାଇଁ ନିର୍ଦେଶ ଦେଇଥିଲେ ମୁଖ୍ୟ ସଚିବ ।
ଆରମ୍ଭ ରୁ ଏହି ପ୍ରକଳ୍ପ ର ଡିଜାଇନ ପ୍ରସ୍ତୁତ କରିଥିବା ସଂସ୍ଥା ଉପରେ ସବୁବେଳେ ପ୍ରଶ୍ନ ଉଠୁଛି । ନବନିର୍ମିତ ଦୋକାନ ଗୃହ ଗୁଡିକ ଯିଏ ଭି ଦେଖୁଛି ନାନା ପ୍ରକାର ପ୍ରଶ୍ନ କରୁଛି । ଦୋକାନ ରେ ଜଣେ ବ୍ୟବସାୟ କରିବ କଣ ଠିକ ଭାବରେ ଜଣେ ଲୋକ ଦୋକାନ ଭିତରେ ଛିଡା ହେବା ବି ସମ୍ଭବ ନୁହଁ । ଏହା ସହିତ ଖରାଦିନେ ଖରା ଓ ବର୍ଷା ଦିନରେ ଦୋକାନ ଭିତରକୁ ପାଣି ପଶିବା ଥୟ । ଚାରି କୋଟି ଟଙ୍କା ବ୍ୟୟ ରେ ନିର୍ମିତ 80 ଗୋଟି ଦୋକାନ ଗୃହ କେତେ ଉପଯୋଗୀ ହେବ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।।








