ଗାଇସିଲାଟ/ମନ ଡନସନା- ଫିରିଙ୍ଗିମାଲ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ମୁଖ୍ଯମନ୍ତ୍ରୀ ପୋଷାକ ବିତରଣ କାର୍ୟ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ଗାଇସିଲାଟ ବ୍ଲକ ଅଧ୍ଯକ୍ଷ ଶ୍ରୀଯୁକ୍ତ ପ୍ରଣୟ କୁମାର ସାହୁ ଯୋଗଦାନ କରିଥିଲେ।ସମ୍ମାନିତ ଅତିଥି ଭାବରେ ଗାଇସିଲାଟ ବ୍ଲକ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ମାଝୀ। ନିମନ୍ତ୍ରିତ ଅତିଥି ଭାବରେ ଶିକ୍ଷାପ୍ରେମୀ ପୂର୍ଣ୍ଣାନନ୍ଦ ବାରିକ, ସୁରେଶ ଛତ୍ରିଆ,ବିଦ୍ୟାଳୟର ପୂର୍ବତନ ସଂପାଦକ ସମାରୁ ସାହୁ, ମୋହନ ସିଂ ବରିହା। ପୂର୍ବତନ ଛାତ୍ର ସଂସଦର ସଭାପତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ ଡନସନା ମଞ୍ଚାସିନ ଥିଲେ।ସର୍ବପ୍ରଥମେ ଛେଲିଆ ପୋଢ ଅତିଥି ମାନଙ୍କୁ ସ୍ବାଗତ ଅଭିନନ୍ଦନ ଜଣାଇଥିଲେ। ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ହେମନ୍ତ କୁମାର ବାରିକ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ଓ ସଭାର ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ।ଏହି କାର୍ୟ୍ଯକ୍ରମ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ ଡନସନା ଅଧ୍ଯକ୍ଷତା କରିଥିଲେ। ପ୍ରାରମ୍ଭିକ ଭାଷଣ ସହିତ ବିଦ୍ୟାଳୟର ଅଗ୍ରଗତି ବିଷୟରେ ଉପସ୍ଥାପନା କରିଥିଲେ। ଜିଲ୍ଲା ସ୍ତରୀୟ କ୍ରିଡା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ନବମ ଶ୍ରେଣୀ ଛାତ୍ର ତନ୍ମୟ କୁମାର ଧରୁଆ। ପୁଷ୍ପ ଗୁଚ୍ଛ ଦେଇ ଗାଇସିଲାଟ ବ୍ଲକ ଅଧ୍ଯକ୍ଷ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭେଚ୍ଛା ଜଣାଇଥିଲେ। ବିଦ୍ୟାଳୟ ପରିସର ଓ ଶିକ୍ଷାର ଅଭିବୁଦ୍ଧି ନିମନ୍ତେ ଅଧ୍ଯକ୍ଷ ସହାୟତା ପାଇଁ ସୂଚନା ପ୍ରଦାନ କରିଥିଲେ।ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ନବମ ଓ ଦଶମ ଶ୍ରେଣୀ ର ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବିତରଣ କରାଯାଇ ଥିଲା। କାର୍ୟ୍ଯକ୍ରମକୁ ବିଦ୍ୟାଳୟର ଶିକ୍ଷକ
କୃଷ୍ଣ ଚନ୍ଦ୍ର ସାହୁ, ଛେଲିଆ ପୋଢ, ଘନଶ୍ୟାମ ଥନାପତି,ସହଦେବ ସାହୁ, ଭାଗ୍ୟବାନ ସା, ଉଦେ ସାହୁ, ସୁବାଷ ବରିହା, ଅର୍ଜୁନ ସାହୁ, ପୁରାତନ ଛାତ୍ର କମିଟି, ସମଲେଶ୍ଵରୀ ସ୍ବୟଂ ସହାୟିକା ଗୋଷ୍ଠୀ, କଠଉମାଲର ସଦସ୍ଯ ବୁନ୍ଦ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷକ ହେମନ୍ତ କୁମାର ବାରିକ ଧନ୍ଯବାଦ ଅର୍ପଣ କରିଥିଲେ।
ରାଜ୍ୟ
ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଫିରିଙ୍ଗିମାଲ ଠାରେ ମୁଖ୍ଯମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ପୋଷାକ ବିତରଣ
- Hits: 220








