ହେଡଲାଇନସ୍:

ସୀମାନ୍ତ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ବଣ୍ଟନ ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୁରଭଂଜ ଜିଲ୍ଲା ସାରସକଣା ବ୍ଳକ୍ ଝାରପୋଖରିଆ ଥାନା ରେ ଅନୁଷ୍ଠିତ ହୋଇଯାଇଛି ବରିଷ୍ଠ ନାଗରିକ ପରିଚୟ ପତ୍ର ବିତରଣ ଉତ୍ସବ । ଝାରପୋଖରିଆ ଥାନା ଅଧିକାରୀଣୀ ସୁଶ୍ରୀ ସୁଚିଶ୍ମିତା ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ଏକ ବିତରଣ ଉତ୍ସବ । ଏହି ଉତ୍ସବରେ ଝାରପୋଖାରିଆ ଥାନାର ଏସ ଆଇ ସୁଧାଂଶୁ ଶେଖର ସେଠୀ, ମୋନାଲିସା ବେହେରା , ଏ ଏସ ଆଇ ଗଦାଧର ଭୋଇ, ପ୍ରତିମା ମହାନ୍ତ, ବିଶ୍ଵମ୍ୱର ନାୟକ ପ୍ରମୁଖ ଉପସ୍ଥିତ ଥିବାବେଳେ ଝାରପୋଖରିଆ ଅଞ୍ଚଳର ବରିଷ୍ଠ ନାଗରିକ ଓ ବରିଷ୍ଠ ମହିଳା ମିଶି ପ୍ରାୟ ଦୁଇଶହ ରୁ ଉର୍ଦ୍ଧ ଉପସ୍ଥିତ ଥିବା ବେଳେ ପଚସ୍ତରୀ ରୁ ଉର୍ଦ୍ଧ ବରିଷ୍ଠ ନାଗରିକ ଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇ ଥିଲା । ଏହି ପ୍ରେରିପେକ୍ଷିରେ ଥାନା ଅଧିକାରୀଣୀ ପ୍ରଥମେ ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ଉତ୍ସବ ର ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ପୋଲିସ ଜନତାଙ୍କ ପାଇଁ ଜନତାଙ୍କର ପ୍ରତିଟି ଦୁଃଖ ସୁଖ ର ବନ୍ଧୁ ବୋଲି ମନ୍ତ୍ୟବ୍ୟ ରଖିଥିଲେ ଏଥି ସହିତ ଯେଉଁ ବରିଷ୍ଠ ନାଗରିକ ମାନେ ନୂତନ ପରିଚୟ ପତ୍ର ନେବାକୁ ଚାହୁଁ ଛନ୍ତି ଥାନା ରେ ଆସି ଯୋଗାଯୋଗ କରିବାକୁ ଅନୁରୋଧ କରିଥିଲେ । ସେ ପରିଶେଷରେ ଏସ ଆଇ ସୁଧାଂଶୁ ଶେଖର ସେଠୀ ସମସ୍ତଙ୍କ ସୁସ୍ଥ ଏବଂ ନିରାମୟ ର କାମନା ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ଠାରେ କାମନା କରି ସଭା କାର୍ଯ୍ୟ ସମାପ୍ତ କରିଥିଲେ। 

0
0
0
s2sdefault