ହେଡଲାଇନସ୍:

ସ୍ଥାନୀୟ ନେତା,ଅଫିସର ଓ ଠିକାଦାର ଙ୍କ ଭିତରେ ମଧୁଚନ୍ଦ୍ରିକା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନ ର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ

ଭୁବନ/ଅବିନାଶ ସାଥୁଆ ମହାପାତ୍ର - ଢେ଼ଙ୍କାନାଳ ଜିଲ୍ଲା ଭୁବନ ଏନ.ଏ.ସି ଅଞ୍ଚଳରେ ଥିବା ଡ୍ରେନ ଗୁଡିକ ଦୀର୍ଘ ଦିନ ଧରି ସଫା ହୋଇନଥିବା ବେଳେ ପ୍ରତ୍ୟେକ ମାସ ପରିମଳ ବ୍ୟବସ୍ଥା ନାଁରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି କାହା ସ୍ୱାର୍ଥରେ । ଭୁବନ ଅଞ୍ଚଳରେ ଥିବା କାଳିବଜାର ଏକ ବ୍ୟସ୍ତବହୁଳ ବଜାର ହୋଇଥିବାବେଳେ ଏଠାରେ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପଶୁ ଡାକ୍ତରଖାନା, ବିଭିନ୍ନ ବ୍ୟାଙ୍କ ଗଢି ଉଠିଥିବା ବେଳେ ବହୁ ବ୍ୟବସାୟିକ ପ୍ରତିଷ୍ଠାନ ଅଛି। କିନ୍ତୁ ପରିତାପର ବିଷୟ ଏହି ବଜାର ଉପରେ ଦୈନିକ ହଜାର ହଜାର ଲୋକ ନିର୍ଭର କରୁଥିବା ବେଳେ ଏଠାକାର ପରିମଳ ବ୍ୟବସ୍ଥା କିନ୍ତୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ, ଯାହାକୁ ନେଇ ଲୋକମାନେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଯିବାଆସିବା କରୁଛନ୍ତି ।ଦୀର୍ଘଦିନ ଧରି ଭୁବନ ପଶୁ ଡାକ୍ତରଖାନା ଓ କାଳିବଜାର କଡ଼ରେ ଥିବା ଡ୍ରେନ ସଫା ନହେବାରୁ ଡ୍ରେନ ପାଣି ଓ କିଛି ଦୋକାନର ପାଣି ମୁଖ୍ୟ ରାସ୍ତାରେ ପ୍ରବାହିତ ହେଉଛି ଯଦ୍ୱାରା ଲୋକମାନେ ବାଧ୍ୟହୋଇ ଏହି ମଇଳା ପାଣି ମାଡି ଯିବାଆସିବା କରୁଛନ୍ତି ।
କିନ୍ତୁ ପରିତାପର ବିଷୟ ଆଉ କିଛିଦିନ ପରେ ଏହି ବଜାରରେ କାଳୀପୂଜା ଅନୁଷ୍ଠିତ ହେବାକୁ ଥିବାବେଳେ ସ୍ଥାନୀୟ ପ୍ରଶାସନ ତରଫରୁ ଏହି ମୁଖ୍ୟ ଡ୍ରେନ ଟିକୁ ସଫାସୁତୁରା ନକରିବା ତାଙ୍କର ପାରିବାପଣିଆ ଉପରେ ପ୍ରଶ୍ନବାଚି ସୃଷ୍ଟି କରୁଛି । ଆଉ କିଛି ଦୋକାନ ମାଲିକ ଏହି ଡ୍ରେନ ଉପରେ ସ୍ଲାବ ପକାଇ ଅବରୋଧ କରିଛନ୍ତି ।

ତୁରନ୍ତ ଉପରିସ୍ଥ ଅଧିକାରୀ ଏହି ସମ୍ବେଦନଶୀଳ ଘଟଣା ଉପରେ ଧ୍ୟାନ ଦେବା ସହିତ ପରିମଳ ବ୍ୟବସ୍ଥା ନାଁରେ ଭୁବନ ଏନ.ଏ.ସି ତରଫରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କାହା ସ୍ୱାର୍ଥ ରେ ହେଉଛି ଏବଂ ଏହି କାର୍ଯ୍ୟରେ ସମ୍ପୃକ୍ତ ଥିବା ସ୍ଥାନୀୟ ନେତା , ଅଫିସର ଓ ଠିକାଦାର ଙ୍କ ସମ୍ପୃକ୍ତି ବିଷୟରେ ଲୋକମାନେ ରାସ୍ତାଘାଟରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି । ତୁରନ୍ତ ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଧିକାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଏହି ମୁଖ୍ୟ ଡ୍ରେନ ଟିକୁ କାଳୀପୂଜା ପୂର୍ବରୁ କିପରି ସଫାସୁତୁରା ହୋଇପାରିବ ଧ୍ୟାନ ଦିଅନ୍ତୁ ।

 

0
0
0
s2sdefault