ହେଡଲାଇନସ୍:

ଧୂଆଁ ବାହାରି ସମଗ୍ର ଅଂଚଳ ପ୍ରଦୂଷଣ : ପିଚୁ ଫାକ୍ଟ୍ରି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ସ୍ଥାନୀୟ ଲୋକେ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ମାହାଙ୍ଗା-ଶାସକପ୍ରଶାସକ): ଦିନ ଦୁଇ ପ୍ରହର ରେ ବେଧଡକ ଚାଲିଛି ପିଚୁ ଫାକ୍ଟ୍ରି l ଏମିତି ବେଆଇନ ପିଚୁ ଫାକ୍ଟ୍ରି ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ବାସୁଦେବପୁର ପଂଚାୟତ କୋଉଡ଼କୋଲା ଠାରେ ଚାଲିଛି l ଯାହାକୁ ନେଇ ସାଧାରଣରେ ଅଭିଯୋଗ ହୋଇଛି l ଏହି ପିଚୁ ଫାକ୍ଟ୍ରି ଚାଲିବା ଦ୍ୱାରା ସେଥିରୁ ଧୂଆଁ ବାହାରି ସମଗ୍ର ଅଂଚଳ ପ୍ରଦୂଷଣ ହେଉଛି l ଏହି ଧୂଆଁ ରେ ନାନା ପ୍ରକାରର ଅସାଧ୍ୟ ରୋଗ ହେଉଛି ବୋଲି ଅଭିଯୋଗ ହୋଇଛି । ତାହା ଛଡା ଫାକ୍ଟ୍ରି ରୁ ନିଷ୍କାସିତ ଦୂଷିତ ପାଣି ରେ ଚାଷ ଜମି କ୍ଷତି ହୋଇଥିବାରୁ ଚାଷ କାମ କରିବା ଚାଷୀଙ୍କୁ ଆଉ ସମ୍ଭବପର ହେଉନାହିଁ। ଏହି ପିଚୁ ଫାକ୍ଟ୍ରି ଟି ସ୍କୁଲ, କଲେଜ ଯାଉଥିବା ଛାତ୍ରଛାତ୍ରୀ ମାନଙ୍କ ବାଟରେ ହୋଇଥିବାରୁ ପିଲାମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ଦୈତାରୀ-ପାରାଦୀପ ଜାତୀୟ ରାଜପଥ ରୁ ଜମା 200 ମିଟର ଦୁରରେ ଏହି ଫାକ୍ଟ୍ରି ଟି ହୋଇଥିବା ବେଳେ କିଭଳି ପ୍ରଦୂଷଣ ବିଭାଗ କିମ୍ବା ମାହାଙ୍ଗା ପ୍ରଶାସନ ନଜର କୁ ଆସିନାହିଁ ତାହାକୁ ନେଇ ସାଧାରଣ ରେ ପ୍ରଶ୍ନ ଉଠିଛି l ବାରମ୍ବାର ଏ ବାବଦରେ ସ୍ଥାନୀୟ ଲୋକେ ଓ ଜନପ୍ରତିନିଧି ସ୍ଥାନୀୟ ପ୍ରଶାସନ କୁ ଜଣେଇବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ ରହୁଥିବାରୁ ସାଧାରଣରେ ଏହାକୁ ନେଇ ଦୃଢ଼ ନିନ୍ଦା କରାଯାଇଛି l ଅଭିଯୋଗ ଅନୁଯାୟୀ ପ୍ରଦୂଷଣ ବିଭାଗ ର ନିୟମ ଅନୁଯାଇ ଯେଉଁଠି ଏଭଳି ଫାକ୍ଟ୍ରି ହେବ ସେଠାରେ ଫାକ୍ଟ୍ରି ତରଫରୁ ପ୍ରର୍ଯ୍ୟାପ୍ତ ପରିମାଣ ର ବୃକ୍ଷ ରୋପଣ କରି ଅଂଚଳ କୁ ଗ୍ରୀନ୍ ଯୋନ୍ ରେ ପରିଣତ କରିବାର ପ୍ରାବଧାନ ନିଶ୍ଚିତ ଥିବା ବେଳେ ଏହାକୁ ସଂପୂର୍ଣ୍ଣ ଅଣଦେଖା କରୁଛନ୍ତି ପିଚୁ ଫ୍ୟାକ୍ଟ୍ରି ର ମାଲିକ ! ଏବଂ ସବୁ ଠାରୁ ବଡ଼ କଥା ହେଲା ଏହି ବେଆଇନ ପିଚୁ ଫ୍ୟାକ୍ଟ୍ରି ର ଖବର ସଂଗ୍ରହ କରିବା ସମୟ ରେ ପିଚୁ ଫାକ୍ଟ୍ରି ର କର୍ମଚାରୀ ମାନେ ଗଣମାଧ୍ୟମ କୁ ଦୁର୍ବ୍ୟବହାର କରୁଛନ୍ତି l ଯଦି ପିଚୁ ଫାକ୍ଟ୍ରି ସରକାରୀ ନୀତି ନିୟମ ଅନୁଯାୟୀ ଚାଲୁଛି ତେବେ ଫାକ୍ଟ୍ରି ର କର୍ମଚାରୀମାନେ ଗଣମାଧ୍ୟମ ଙ୍କୁ କ'ଣ ଲୁଚାଇବାକୁ ଚାହୁଁଛନ୍ତି ? ଯେଉଁ ରାସ୍ତା ରେ ପିଚୁ ଫାକ୍ଟ୍ରି ର ହାଇୱା ବୋଝେଇ ପିଚୁ ଗାଡି ଯାଇ ଯାଇ ରାସ୍ତା ଏବେ ମରଣଯନ୍ତା ପାଲଟିଛି l ବେଆଇନ ପିଚୁ ଫ୍ୟାକ୍ଟ୍ରି ର ପ୍ରଦୂଷଣ ବାବଦରେ ଆମେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡିଶା ଙ୍କ ପ୍ରତିକ୍ରିୟା ନେଇଥିଲୁ ସେ କହିଥିଲେ ଏମିତି ଫାକ୍ଟ୍ରି ଉପରେ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ l ବାକି ରହିଲା ଦେଖିବାକୁ ପ୍ରଶାସନ ପାଖରେ ଲୋକଙ୍କ ଜୀବନ ଆଗ ନା ପିଚୁ ଫ୍ୟାକ୍ଟ୍ରି ଆଗ !

0
0
0
s2sdefault