ହେଡଲାଇନସ୍:

ଜାତୀୟ ସେବା ଶିବିର ଷଷ୍ଠ ଦିବସରେ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଅଞ୍ଚଳ ମହାବିଦ୍ୟାଳୟ ଜାତୀୟ ସେବା ଶିବିରର ଷଷ୍ଠ ଦିବସରେ ଏଡପ୍ଟେଡ ଗ୍ରାମ ଚାରପାଲି ଠାରେ ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ପଥପ୍ରାନ୍ତ ନାଟକ ଦୁର୍ନୀତି ରାକ୍ଷସ ଓ କନ୍ୟା ଭୃଣହତ୍ୟା ପ୍ରଦର୍ଶନ କରାଯାଇଥିଲା l ପ୍ରକୃତି ବନ୍ଧୁ ମୀନକେତନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷର ମହତ୍ତ୍ୱ ବିଷୟରେ ବିଶଦ ବ୍ୟାଖ୍ୟା କରି ଚାରା ବଣ୍ଟନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି ବିପର୍ଯ୍ୟୟ ସମୟରେ କିପରି ଉଦ୍ଧାର କରାଯିବ ତା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ପ୍ରୋଗ୍ରାମ ଅଫିସର ସଞ୍ଜୟ ଟିଗା,, ସହ ପ୍ରୋଗ୍ରାମ ଅଫିସର ବୁନି ସାହୁ ଓ ତୁଷାରକାନ୍ତ ସାହୁ, ନବକୃଷ୍ଣ ମିଶ୍ର, ବାଳଗୋପାଲ ମେହେର, ଦୟାନିଧି ବଗର୍ତ୍ତି, ଫଣୀନ୍ଦ୍ର ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଗୋବିନ୍ଦ ଦିଶ୍ରୀଙ୍କୁ ସଭା ର ମୁଖ୍ୟ ଭାବରେ ନିମନ୍ତ୍ରଣ କରା ଯାଇଥିଲା l ଶେଷରେ ଅଧ୍ୟାପକ ଡଃ ସରୋଜ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault