ହେଡଲାଇନସ୍:

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୟୁରଭଞ୍ଜ ଜିଲ୍ଲା ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ-ଶାସକ ପ୍ରଶାସକ ସାରସକଣା ବ୍ଲକ ଅନ୍ତର୍ଗତ ବଡ଼ ଚାଟରା ଠାରେ। ଅନୁଷ୍ଠିତ ହୋଇଯାଇଛି ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ । ସଫଳତା ବାଣ୍ଟିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ କୁ ଘୋଷଣା କରିଥିଲେ। ମୟୂରଭଞ୍ଜ ଜିଲ୍ଲାର ଯଶିପୁର କରଞ୍ଜିଆ ସାରସକଣା ଓ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ରେ ୯୦ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ୨ହଜାର ୪୨୭ ଟି ଉନ୍ନୟନମୂଳକ ପ୍ରକଳ୍ପକୁ ମୟୂରଭଞ୍ଜ ବାସୀ ଙ୍କ ପାଇଁ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାର ୪ ଗୋଟି ନିର୍ବାଚନ ମଣ୍ଡଳୀର ୧୪ ଟି ଵ୍ଲକ ଯଥା ସାରସକଣା ଵିଜାତଳା ଵିଶୋଇ କୁସୁମି ଯଶିପୁର ରରୁଆ ଶୁକୃଳି ରାଇରଙ୍ଗପୁର ତିରିଙ୍ଗ ଵହଳଦା ଯାମଦା କରଞ୍ଜିଆ ଠାକୁରମୁଣ୍ଡା ଓ କପ୍ତିପଦା ବ୍ଲକ ର ୧୧୧ ଟି ଗ୍ରାମ ପଞ୍ଚାୟତ କୁ ସାମିଲ କରାଯାଇଥିଲା।
ମୁଖ୍ୟମନ୍ତ୍ରୀ ଙ୍କ ସ୍ୱପ୍ନ ପ୍ରତି ଗାଁ ହେବ ସଶକ୍ତ ଓଡ଼ିଶାର ପ୍ରତିଛବି। ଏହି ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲାର ଯଶିପୁର କରଞ୍ଜିଆ ସାରସକଣା ଓ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ବ୍ଲକ ର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହିସବୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଅଂଚଳରୁ ନିର୍ବାଚିତ ଲୋକପ୍ରତିନିଧି, ଦଳୀୟ ପଦାଧିକାରୀ ଙ୍କ ସମେତ ବହୁ ସଂଖ୍ୟାରେ ଜନସାଧାରଣ ଅଂଶଗ୍ରହଣ କରି ଏହି କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ। ମାତ୍ର ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ କୁ ଲୋକମାନଙ୍କ ନିକଟକୁ ପହଂଚାଇଵା ଏବଂ ତା'ର ସଫଳତା ଲୋକମାନେ କିପରି ଉପଲବ୍ଧି କରି ପାରିବେ ସେଥିପାଇଁ ଦଳୀୟ କର୍ମକର୍ତ୍ତା ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସାରସକଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଵଡଚାଟରା ଠାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ରାଜସ୍ବ ମନ୍ତ୍ରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲା ବେଳେ ଉପ ଜିଲ୍ଲାପାଳ ଇଶ୍ଵର ଚନ୍ଦ୍ର ନାୟକ ସାରସକଣା ଵିଡିଓ ଏବଂ ସାରସକଣା ତହସିଲଦାରଓ ମୟୂରଭଞ୍ଜ ଜିଲ୍ଲାର କୃଷି ନିୟମ‌ର ଅଧ୍ୟକ ଦେବାଶିଷ୍ ମହାନ୍ତି ସାରସକଣା ବ୍ଲକ ଅଧ୍ୟକ୍ଷା ତୁଳସୀ ସିଂ ମିହିର ଘୋଷ ଏବଂ ମୟୂରଭଞ୍ଜ ଜିଲ୍ଲା ର (ସଦର) ଉପ ସଭାପତି ଅମରେନ୍ଦ୍ର କର ସମସ୍ତେ ଉପସ୍ଥିତ ଥିଲା ବେଳେ ମୟୂରଭଞ୍ଜ ବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବ ମନ୍ତ୍ରୀ ସୁଦାମ ମାରାଣ୍ଡି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପ୍ରଚେଷ୍ଟାରେ ଆଜି ଓଡ଼ିଶାର ବିକାଶ ସମଗ୍ର ଦେଶରେ ସ୍ୱତନ୍ତ୍ର ସ୍ଥାନରେ ରହିପାରିଛି। ମହିଳା ମାନେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି। ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶନା ଓ ୫ଟି ଅଧ୍ୟକ୍ଷ ଙ୍କ ସହଯୋଗ ରେ ଆମ ରାଜ୍ୟ ରେ ଶିକ୍ଷା ସ୍ୱାସ୍ଥ୍ୟ ଜଳସେଚନ ଗମନାଗମନ ପାନୀୟ ଜଳ କ୍ରୀଡ଼ା ଠାରୁ ଆରମ୍ଭ କରି ଭାଗବତ ଟୁଙ୍ଗି ମନ୍ଦିର ମସଜିଦ ଚର୍ଚ୍ଚ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଆମେ ବିକାଶ ର ସ୍ୱାଦ ଚାଖିପାରିଛେ, ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫ଟି ଏବଂ ଆମ ଓଡିଶା ନବୀନ ଓଡ଼ିଶା ର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଙ୍କୁ ଜିଲ୍ଲାବାସୀ ଙ୍କ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି। ପରି ଶେଷ ରେ ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜ ଧନ୍ୟବାଦ ଅର୍ପଣ କରିଥିଲେ |

0
0
0
s2sdefault