ହେଡଲାଇନସ୍:

ଜିଲ୍ଲାସ୍ତରୀୟ ପ୍ରବାସୀ ଶ୍ରମିକ ସଚେତନତା ରଥ ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ପ୍ରବାସୀ ଶ୍ରମିକ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ ମୁଖ୍ୟ ଅତିଥି ଭାବରେ ଯୋଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।
ଗଜପତି ଜିଲ୍ଲାର ସାତ ଗୋଟି ବ୍ଲକ ଏବଂ ସମସ୍ତ ପଞ୍ଚାୟତ ସ୍ତରରେ ଅନ୍ତ ରାଜ୍ଯ ଶ୍ରମିକ ଆଇନ ଅନୁସାରେ ଥିବା ସୁବିଧା ସୁଯୋଗ ସହ ପ୍ରବାସୀ ଶ୍ରମିକ ମାନଙ୍କର ଅଧିକାର ବିଷୟରେ ପ୍ରଚାର ଓ ପ୍ରସାର କରାଯିବ।
ପ୍ରବାସୀ ଶ୍ରମିକମାନେ ଶୋଷଣ ର ଶିକାର ହେଲେ ଜିଲ୍ଲାର କାହା ସହିତ ଯୋଗାଯୋଗ କରିବେ ଏବଂ ଠିକାଦାର ସେମାନଙ୍କୁ କଣ କଣ ସୁବିଧା ଦେବେ ତାହା ପ୍ରବାସୀ ଶ୍ରମିକ ମାନଙ୍କ ପାଖରେ ପହଞ୍ଚାଇବା ଏହି ରଥର ମୁଖ୍ୟ ଲକ୍ଷଣ।
ଯଥା ପ୍ରତ୍ୟେକ ଶ୍ରମିକଙ୍କୁ ଠିକାଦାର ଗୋଟିଏ ପରିଚୟ ପତ୍ର ଦେବା ଆବଶ୍ୟକ ଓ ଶ୍ରମିକ ନେବା ନିମନ୍ତେ ଠିକାଦାର ଗୋଟିଏ ଅନୁମତି ପତ୍ର ଥିବା ନିହାତି ଆବଶ୍ୟକ। ପ୍ରବାସୀ ଶ୍ରମିକ ମାନଙ୍କର ୬-୧୪ ବର୍ଷ ମଧ୍ୟରେ ସ୍କୁଲ ଯାଉଥିବା ପିଲାମାନଙ୍କର ପାଠପଢାର ସୁବ୍ୟବସ୍ଥା ନିମନ୍ତେ ଋତୁକାଳୀନ ଛାତ୍ର ବାସର ବ୍ୟବସ୍ଥା କରାଯାଇଛି।
ପ୍ରବାସୀ ଶ୍ରମିକ ନିଜ କାମ କେଉଁ ସ୍ଥାନକୁ କେତେ ଦିନ ପାଇଁ ଯିବେ ଏବଂ ଠିକାଦାର ଦ୍ଵାରା କିମ୍ବା ସ୍ଵଇଚ୍ଛାରେ ଯାଉଥିଲେ ଏ ସମ୍ବନ୍ଧୀୟ ସୂଚନା ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇବାକୁ ଅନୁରୋଧ। ମହିଳା କିମ୍ବା ପୁରୁଷ ଶ୍ରମିକଙ୍କୁ ସମାନ କାମ ପାଇଁ ସମାନ ମଜୁରୀ ଓ ସର୍ବନିମ୍ନ ମଞ୍ଜୁରୀ ଦିଆଯିବର ବ୍ୟବସ୍ଥା ରହିଛି। ଶୋଷଣ ଶିକାର ହେଲେ ସଙ୍ଗେ ସଙ୍ଗେ ସମ୍ପୃକ୍ତ ରାଜ୍ୟର ଶ୍ରମ ଅଧିକାରୀ କିମ୍ବା ନିଜ ଜିଲ୍ଲାର ଶ୍ରମ ଅଧିକାରୀଙ୍କ ନିକଟରେ ଅଭିଯୋଗ ଦାଖଲ କରନ୍ତୁ। ଶ୍ରମିକର କାର୍ଯ୍ୟ କ୍ଷେତ୍ରରେ ଦୁର୍ଘଟନା ଜନିତ ଆଘାତ କିମ୍ବା ରୋଗ ହେତୁ ମୃତ୍ୟୁ ହେଲେ ତାଙ୍କର ସମ୍ପର୍କୀୟମାନେ ନିଶ୍ଚିତ କ୍ଷତି ପୂରଣ ପାଇବ। ଶ୍ରମିକର ଦେହ ଅସୁସ୍ଥ କିମ୍ବା ଦୁର୍ଘଟଣା ହେଲେ ଠିକାଦାର ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବେ। ନିଜ ଶିଶୁକୁ ଖୁଆଇବା ପାଇଁ ଜଣେ ମହିଳା ଶ୍ରମିକଙ୍କୁ ଦିନକୁ ଦୁଇଥର ସମୟ ଦିଆଯିବ। ଯଦି କୌଣସି ଶ୍ରମିକ ରାଜ୍ୟ ଭିତରେ ଅସୁବିଧା ହୁଅନ୍ତି ତେବେ ଶ୍ରମିକ ସହାୟତା ନମ୍ବର ୧୫୫୩୬୮ ରେ ଯୋଗଯୋଗ କରିପାରିବେ ଓ ରାଜ୍ୟ ବାହାରେ ଥିବା ଶ୍ରମିକ ମାନେ ୧୮୦୦୩୪୫୬୭୦୩ ଯୋଗଯୋଗ କରିପାରିବେ।
ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଲୋକନାଥ ପଣ୍ଡା , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଗ୍ରାମୀଣ ଶ୍ରମ ନିରୀକ୍ଷକ ସୋମନାଥ ପାତ୍ର ଏବଂ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

0
0
0
s2sdefault