ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ୟ୍ଯ ସାରିବାକୁ କଡା ନିର୍ଦେଶ
ବରଗଡ :- ବିଶ୍ୱ ପ୍ରସିଦ୍ଧ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ପରିସରରେ ରାଜ୍ୟ ସରକାର ଙ୍କର ପାଣ୍ଠି ରୁ ଅନେକ ପ୍ରକାର ଉନ୍ନୟନ ମୂଳକ କାର୍ୟ୍ଯ ଆରମ୍ଭ ହୋଇଛି । ଗତ କିଛି ମାସ ତଳେ ମୁଖ୍ୟମନ୍ତ୍ରୀ ଙ୍କର ତତ୍କାଳୀନ ବ୍ୟକ୍ତିଗତ ସଚିବ ଶ୍ରୀ ଭି କେ ପାଣ୍ଡିୟନ ନୃସିଂହନାଥ ଗସ୍ତରେ ଆସିଥିବା ସମୟରେ ଉନ୍ନୟନ ମୂଳକ ସମସ୍ତ କାର୍ୟ୍ଯ ଆସନ୍ତା। ଡିସେମ୍ବର ମାସ ଶେଷ ସୁଦ୍ଧା ସମ୍ପୁର୍ଣ୍ଣ ହୋଇଯିବ ବୋଲି ସୂଚନା ଦେଇଥିଲେ । ତାର ପରଠାରୁ ଯଦିଓ କାର୍ୟ୍ଯ ରେ କିଛି ଗତି ଆସିଛି କିନ୍ତୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ , କାର୍ଯର ମାନ ମୁତାବକ କାମ ସରିବାବା ଭଳି ମନେ ହେଉ ନାହିଁ ।
ଆଜି ସମ୍ବଲପୁର ଆର ଡ଼ି ସି ଡ ସୁରେଶ ଚନ୍ଦ୍ର ଦଳେଇ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପହଂଛି , ମନ୍ଦିର ପରିସରରେ ଚାଲିଥିବା ଉନ୍ନୟନ ମୂଳକ କାର୍ୟ୍ଯ ସବୁ ବୁଲି ଦେଖିବା ସହିତ କାର୍ୟ୍ଯ ଗୁଡିକର ସମୀକ୍ଷା କରିଥିଲେ । ଅପେକ୍ଷାକୃତ ମନ୍ଥର ଗତିରେ ଚାଲୁଥିବା କାମ ଦେଖି ବିରକ୍ତି ପ୍ରକାଶ କରିବା ସହିତ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମସ୍ତ କାର୍ୟ୍ଯ ସମ୍ପନ୍ନ କରିବା ପାଇଁ ବିଭାଗୀୟ କାର୍ୟ୍ଯ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଆଲୋକ ନାୟକ ଙ୍କୁ କଡା ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡର ମଧ୍ୟବର୍ତ୍ତୀ କାଳୀନ ଟ୍ରଷ୍ଟି ତଥା ପାଇକମାଲ ବିଡ଼ିଓ ଶ୍ରୀ ପ୍ରଫୁଲ୍ଲ କୁମାର ଓଦୋ ଙ୍କୁ ନିୟମିତ ଭାବରେ ପରିଦର୍ଶନ କରିବା ପାଇଁ ନିର୍ଦେଶ ଦେଇଥିଲେ । ଆର ଡ଼ି ସି ଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ଗସ୍ତ ସମୟରେ , ଅନ୍ୟ ମାନଙ୍କ ମଧ୍ୟରେ ପାଇକମାଲ ତହସିଲଦାର ସିନ୍ଧୁସୁତା ପାତ୍ର , ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର କାର୍ୟ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ , ବିଭାଗୀୟ ଯନ୍ତ୍ରୀ ଶ୍ରୀ ଦିଲୀପ କୁମାର ସାହୁ ଠିକା ସଂସ୍ଥାର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।








