ହେଡଲାଇନସ୍:

ଧାନ ବିକ୍ରୟର ୪୮ ଘଣ୍ଟା ମଧ୍ୟରେ ଚାଷୀମାନେ ପାଇବେ ଏମଏସପି– ଖାଦ୍ଯ ଯୋଗାଣ ମନ୍ତ୍ରୀ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

୨୦୨୩-୨୪ ବର୍ଷ ପାଇଁ ଖରିଫ ଧାନ ସଂଗ୍ରହ ଓ କ୍ରୟ ନିମନ୍ତେ ସଚିବ ସ୍ତରୀୟ ବୈଠକ


ଧାନ ମଣ୍ଡିରେ ତଦାରଖ ନିମନ୍ତେ ଏନଫୋର୍ସମେଣ୍ଟ ସ୍କ୍ୱାଡ଼ ର ବ୍ୟବସ୍ଥା l

ଭୁବନେଶ୍ୱର : ୨୦୨୩-୨୪ ବର୍ଷ ପାଇଁ ଖରିଫ ଧାନ ସଂଗ୍ରହ ଓ କ୍ରୟ ନିମନ୍ତେ ମାନ୍ୟବର ଖାଦ୍ଯ ଯୋଗାଣ ଓ ଖାଉଟି କଲ୍ଯାଣ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ଯକ୍ଷତାରେ ଏକ ସଚିବ ସ୍ତରୀୟ ବୈଠକ ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟର ସମସ୍ତ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ଵରାନିତ୍ଵ କରାଯିବ ଏବ୍ନ ସଂଗ୍ରହ କରାଯାଇଥିବା ଧାନକୁ ସଂଗ୍ରହ କରାଯିବ ଦିନ ହିଁ ମଣ୍ଡିରୁ ସ୍ଥାନାନ୍ତର କରାଯିବ l ଯଦ୍ୱାରା ଧାନ ନଷ୍ଟ ହେବନାହିଁ l ବିକ୍ରୟର ୪୮ ଘଣ୍ଟା ମଧ୍ୟରେ ଚାଷୀମାନେ ଧାନର ସହାୟକ ମୂଲ୍ୟ ପାଇଯିବେ l ଧାନ ସଂଗ୍ରହରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସଂଖ୍ୟା ବଢାଯିବା ସହ ସାଟେଲାଇଟ ଦ୍ଵାରା ଯଥା ସମୟରେ ଧାନ ସଂଗ୍ରହ ହେଉଛି କି ନା ତାହାର ଯାଞ୍ଚ କରାଯିବ l ଧାନ ସଂଗ୍ରହରେ ଏସଏଲଓପିସି ମାନେ ସକ୍ରିୟ ଅଂଶଗ୍ରହଣ କରିବେ ବୋଲି ଶ୍ରୀ ନାୟକ ବୈଠକରେ ସୂଚନା ଦେଇଥିଲେ l
ଏ ବର୍ଷ ଖରିଫ ଫସଲ ପ୍ରଚୁର ମାତ୍ରାରେ ହୋଇଥିବା ନେଇ କୃଷି ସଚିବ ଶ୍ରୀ ଅରବିନ୍ଦ ପାଢୀ ବୈଠକରେ ମୂଲ୍ୟାଙ୍କନ କରିଥିଲେ l ଖରିଫ ଧାନର ସଂଗ୍ରହ ସୁଗମ ତଥା ସୂଚାରୁ ରୂପେ ହେବ ନିମନ୍ତେ ଆବଶ୍ୟକ ଉପକରଣ ଯଥା ପଲିଥିନ, ତାରପୋଲିନ, ପ୍ରମୁଖ ମଣ୍ଡିକୁ ତୁରନ୍ତ ଯୋଗାଇ ଦିଆଯିବ l ଏବ୍ନ ମଣ୍ଡିଗୁଡିକରେ ଧାନ ସଂଗ୍ରହ ବ୍ୟବସ୍ଥା ପରଖିବା ନିମନ୍ତେ ସିସିଟିଭି କ୍ୟାମେରା ଯୋଗାଇଦିଆଯିବ ବୋଲି ସମବାୟ ସଚିବ ଶ୍ରୀ ଅଗ୍ରୱାଲ ବୈଠକରେ କହିଥିଲେ l
ଏ ବର୍ଷ ଖରିଫ ଫସଲର ସାଧାରଣ ବର୍ଗର ଧାନ ଚାଷୀଙ୍କ ଠାରୁ କ୍ରୟ କରାଯିବ ଯାହାର ମୂଲ୍ୟ କୁଇଣ୍ଟାଲ ପିଛା ୨୧୮୩ ଟଙ୍କା ରହିଛି l ସଂଗୃହିତ ଧାନର ରକ୍ଷଣାବେକ୍ଷଣ ପାଇଁ ଭଣ୍ଡାର ଓ ବଜାର ପ୍ରସ୍ତୁତ କରାଯାଇଛି ଏବଂ ତଦାରଖ ପାଇଁ ଏନଫୋର୍ସମେଣ୍ଟ ସ୍କ୍ୱାଡ଼ର ବ୍ୟବସ୍ଥା ମଧ୍ୟ କରାଯାଇଛି l ଟୋଲ ଫ୍ରି ନମ୍ବର ଆଇଭିଆରଏସ (IVRS) ଓ 1967 ଡାଏଲ କରି ଚାଷୀମାନେ ଧାନ ବିକ୍ରୟ ଓ ସହାୟତା ମୂଲ୍ୟ (MSP) ବିଷୟରେ ମଧ୍ୟ ଜାଣି ପାରିବେ ବୋଲି ଖାଦ୍ଯ ଯୋଗାଣ ସଚିବ ଶ୍ରୀ ଭି ଭି ଯାଦବ ବୈଠକରେ ସୂଚନା ଦେଇଥିଲେ l
ଅନୁଷ୍ଠିତ ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ଯାଣ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀଙ୍କ ସହ କୃଷି ସଚିବ ଶ୍ରୀ ଅରବିନ୍ଦ ପାଢୀ, ସମବାୟ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ଖାଦ୍ଯ ଯୋଗାଣ ଓ ଖାଉଟି କଲ୍ଯାଣ ସଚିବ ଭି ଭି ଯାଦବ ସମେତ ବହୁ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇଥିଲେ l

0
0
0
s2sdefault