ସୁ୍ନ୍ଦରଗଡ:(ବସନ୍ତ କୁମାର ଜେନା):- ଦୁର୍ନୀତି ନିବାରଣ ବିଭାଗ ସୁନ୍ଦରଗଡ ଶାଖା ଏବଂ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ତରଫରୁ ୩୦ ଅକ୍ଟୋବରରୁ ୫ ନଭେମ୍ବର ୨୦୨୩ ଯାଏ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଅଛି।
ଏହି ଉପଲକ୍ଷେ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ, ସ୍କୁଲ, କଲେଜ, ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଗ୍ରାମ ପଂଚାୟତ ସ୍ତରରେ ବିଭିନ୍ନ ସଚେତନତା ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଚଳିତ ବର୍ଷ ଏହି ସପ୍ତାହ ପାଳନ ଅବସରରେ ଆୟୋଜନର ଶୀର୍ଷକ ଥିଲା "ଦୁର୍ନୀତିକୁ ବିରୋଧ କରିବା, ରାଷ୍ଟ୍ର ପ୍ରତି ସର୍ମପିତ ହେବା" । ଏହି ଅବସରରେ ଆଜି ଜିଲ୍ଲା ସଦର ମହକୁମାରେ ଅବସ୍ଥିତ ବିକାଶ ଭବନଠାରେ ଜିଲ୍ଲାସ୍ତରୀୟ ସଚେତନତା ସଭା ଆୟୋଜନ ହୋଇଥିଲା । ଏହା ପୂର୍ବରୁ ସକାଳ ୮.୩୦ ମିନିଟ୍ରେ ସହର ମଧ୍ୟରେ ଏକ ସଚେତନତା ରାଲୀ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ମାଝୀ ଏକ ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ୧୦୦ ରୁ ଅଧିକ ସ୍ୱୟଂ ସହାୟକ ଦଳ ମହିଳା, ଆଶା କର୍ମୀ, ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇ ଦୁର୍ନୀତି ବିରୋଧି ସ୍କୋଗାନ ଦେଇ ସହର ପରିକ୍ରମା କରିଥିଲେ ।
ସଚେତନତା ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ମାଝି, ସଦର ତହସିଲଦାର ଶ୍ରୀ କୁଳମଣି ରଣବିଡା, ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା, ଶ୍ରୀ ଧିରେନ୍ଦ୍ର ସେଠୀ, ଭିଜିଲାନ୍ସ ବିଭାଗର ଡିଏସପି ଦୈତାରୀ ଘଡାଇ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଯୋଗ ଦେଇ ଥିଲେ। ଉପସ୍ଥିତ ଦର୍ଶକ ମାନଙ୍କ ମଧ୍ୟରେ ଦୁର୍ନୀତିକୁ ନେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଭିଜିଲାନ୍ସ ଡି.ଏସ.ପି ଶ୍ରୀ ଘଡ଼ାଇ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉଦ୍ଦେଶ୍ୟ ରେ କହିବା ସହିତ ବିଭିଗ ର କାର୍ଯ୍ୟ ତଥା ସଫଳତା ଉପରେ ନିଜର ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ସେହିପରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାଝୀ ଦୁର୍ନୀତି ଠାରୁ ପ୍ରତ୍ୟେକ ନିବୃତ ରହିବା ସହିତ
ସଚୋଟ୍ଟତା ର ସହିତ ସମସ୍ତେ କାର୍ଯ୍ୟ କରିବାକୁ ନିଜ ବକ୍ତବ୍ୟ ରଖିଥିଲେ। ସେହିଭଳି ସେ କହିଥିଲେ ଯେ ଏବେ ପ୍ରତ୍ୟେକ ସ୍ତର ରେ ଅନଲାଇନ୍ ବ୍ୟବସ୍ଥା ରହିଛି ତେଣୁ କୌଣସି ଜନସାଧାରଣ ସିଧାସଳଖ ଅନଲାଇନ୍ ମାଧ୍ୟମରେ ନିଜର ଆବଶ୍ୟକୀୟ ସାର୍ଟିଫିକେଟ କିମ୍ବା ଅନ୍ୟାନ୍ୟ ଦସ୍ତାବିଜ ପ୍ରାପ୍ତ କରିପାରିବେ।
ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଭିଭାଗିୟ ଅଧିକାରୀ, ସ୍ୱୟଂ ସହାୟକ ଦଳର ସଦସ୍ୟ, ଆଶା କର୍ମୀ, ବରିଷ୍ଠ ନାଗରିକ, ଭିଜିଲାନ୍ସ ବିଭାଗର କର୍ମଚାରୀ, ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଆଦିର ଛାତ୍ରୀଛାତ୍ର ଯୋଗ ଦେଇଥିଲେ । ସଭା ରେ ସମସ୍ତ ଅଧିକାରୀ ତଥା କର୍ମଚାରୀ ମାନେ ଦୁର୍ନୀତିକୁ କୌଣସି କ୍ଷେତ୍ରରେ ଆଦୌ ପ୍ରଶୟ ନଦେବାକୁ ଏବଂ ସରକାର ଦୁର୍ନୀତି ପ୍ରତି ଜିରୋ ଟଲେରାନ୍ସ ନୀତି ପ୍ରୟୋଗ କରୁଥିବାରୁ ଏହା ପ୍ରତି ସମସ୍ତେ ସଜାଗ ରହିବା ଏବଂ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ସେବାକୁ ସେମାନଙ୍କ ପାଖରେ ପହଁଚାଇବା ଉପରେ ଗୁରୁତ୍ୱଆରୋପ କରିବାକୁ କରାଯାଇଥିଲା।
ଏହି ସଚେତନତା ସପ୍ତାହ ପାଳନ ଉପଲକ୍ଷେ ପୁର୍ବରୁ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ରଚନା, ତର୍କ ଏବଂ କାଟୁର୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥିରେ କୃତୀତ୍ୱ ଲାଭ କରିଥିବା ୧୮ ଜଣ ଛାତ୍ରୀଛାତ୍ରଙ୍କୁ ପ୍ରମାଣପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା । ପ୍ରକାଶ ଥାଉ କି ଏହି ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ଅକ୍ଟୋବର ୩୦ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ , ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟର ଜିଲ୍ଲା, ବ୍ଲକ ମୁଖ୍ୟାଳୟ ମାନଙ୍କରେ ଆଭାସୀ ମାଧ୍ୟମରେ ସମସ୍ତ ଅଧିକାରୀ ତଥା କର୍ମଚାରୀ ମାନଙ୍କୁ ଦୁର୍ନୀତି ବିରୋଧ ରେ ଶପଥପାଠ କରାଇଥିଲେ ।








